କର୍କଟ ରୋଗ ଏବେ ଭାରତରେ ଦ୍ରୁତ ଗତିରେ ବଢ଼ିଚାଲିଛି। ଏହାର ନିରାକରଣ ପାଇଁ ବିଭିନ୍ନ ଗବେଷଣା ଓ ଅଧ୍ୟୟନ ହେଉଛି। ତେବେ କର୍କଟ ରୋଗ ଯନ୍ତ୍ରଣା କମାଇବା ପାଇଁ ଏବେ ଭାରତୀୟ ବୈଜ୍ଞାନିକମାନେ ଭାଙ୍ଗରୁ ଔଷଧ ପ୍ରସ୍ତୁତି ପ୍ରକ୍ରିୟା ଆରମ୍ଭ କରିଦେଇଛନ୍ତି। ଭାଙ୍ଗ ଏକ ନିଶାଦ୍ରବ୍ୟ ଏବଂ ଏହା ମଧ୍ୟ ଅନେକଙ୍କ ନିଶାରେ ପରିଣତ ହୋଇଯାଏ। କିନ୍ତୁ ଏହି ଭାଙ୍ଗକୁ ବ୍ୟବହାର କରି ବିଶେଷଜ୍ଞମାନେ ଏବେ କର୍କଟ ଯନ୍ତ୍ରଣା କମାଇବା ପାଇଁ ଏକ ଔଷଧ ପ୍ରସ୍ତୁତ କରିବାକୁ ଯାଉଛନ୍ତି। ବର୍ତ୍ତମାନ ଯେଉଁ ଚିକିତ୍ସା ପଦ୍ଧତି ରହିଛି ତା’ଠାରୁ ଏହି ନୂଆ ଔଷଧ ଅଧିକ ଉପଯୋଗୀ ହୋଇପାରିବ।
ସାଧାରଣତଃ ଲୋକେ ଭାଙ୍ଗକୁ ଲୋକେ ନିଶା ଭାବେ ବ୍ୟବହାର କରନ୍ତି । କିନ୍ତୁ ଏହାର ଏମିତି କିଛି ଗଛ ଅଛି, ଯେଉଁଥିରେ ମେଡିକାଲ ଗୁଣ ବି ମିଳେ । ସେଥିପାଇଁ ଔଷଧିୟ ଗୁଣ ଥିବା ଉଦ୍ଭିଦକୁ ଚିକିତ୍ସାରେ ବ୍ୟବହାର କରିବାକୁ ପରାମର୍ଶ ଦେଲେ । ଏହି ଗବେଷଣା ପାଇଁ କ୍ୟାନସରର ପାଖାପାଖି ୪୫୦ ରୋଗୀଙ୍କୁ ସାମିଲ କରାଯିବ, ଯାହାଙ୍କୁ କେମୋଥେରାପି ଦିଆଯାଉଛି ।
ଭାଙ୍ଗ ପତ୍ରରୁ ତିଆରି ହେବ ଔଷଧ : ଡାକ୍ତରଙ୍କ କହିବାନୁସାରେ, କ୍ୟାନସରରେ ପୀଡିତ ରୋଗୀଙ୍କୁ କେମୋଥେରାପି ସମୟରେ କ୍ୟାପସୁଲ ଭାବେ ଭାଙ୍ଗ ପତ୍ରରେ ତିଆରି ଔଷଧ ଦିଆଯିବ । ଏହି ସମୟରେ ସେମାନେ ଜାଣିବାକୁ ଚେଷ୍ଟା କରିବେ ଯେ, ଭାଙ୍ଗରେ ମିଳୁଥିବା ପ୍ରାକୃତିକ ପଦାର୍ଥ କେନାବାଇଡିଆଲରୁ କେମୋଥେରାପିରେ ବ୍ୟବହାର ହେଉଥିବା ଜେମସିଟାବାଇନ୍ ଉପରେ କ’ଣ ପ୍ରଭାବ ପଡେ ? ରିସର୍ଚ୍ଚରୁ ଜଣାପଡିଲା ଯେ, ଔଷଧିୟ ଗୁଣଯୁକ୍ତ ଭାଙ୍ଗରେ ଥିବା କେନାବାଇଡିଆଲ କେମୋଥେରାପିର ପାଶ୍ୱର୍ ପ୍ରତିକ୍ରିୟାକୁ କମ୍ କରୁଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/11/20177913_ricki-lake-produced-film-weed-the_fcf1675d_m.jpg)
/kanak/media/post_attachments/wp-content/uploads/2018/11/The_current_lack_of_scientific_information_about_marijuana_s_health_effects_poses_a_public_health_r_1543010293-300x169.jpg)
/kanak/media/post_attachments/wp-content/uploads/2018/11/757756-jbm-drugs-300x169.jpg)