କାଳର କୋଳକୁ ନେଉଛି କର୍କଟ , ମଧ୍ୟପ୍ରଦେଶରେ ଭୋଜାଖେଡୀ ଗାଁରେ ପାଞ୍ଚ ବର୍ଷ ମଧ୍ୟରେ କ୍ୟାନସର ନେଲାଣି ୩୫ ରୁ ଅଧିକ ଜୀବନ

144

ବର୍ତ୍ତମାନ ସମୟରେ ସବୁଠାରୁ ଭୟଙ୍କର ରୋଗ ହେଲା କର୍କଟ ରୋଗ । କ୍ୟାନସରରେ ପ୍ରତିବର୍ଷ ହଜାର ହଜାର ଲୋକ ପ୍ରାଣ ହରାଉଛନ୍ତି । ଏହି ଭୟଙ୍କର ରୋଗ ଶିଶୁ ଠାରୁ ଆରମ୍ଭ କରି ବୃଦ୍ଧ ପର୍ଯ୍ୟନ୍ତ ସମସ୍ତଙ୍କୁ ଗ୍ରାସ କରିଛି । ମଧ୍ୟପ୍ରଦେଶର ରତଲାମ ଜିଲ୍ଲାରେ ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସୁଛି । ଏଠାରେ ଏଭଳି ଏକ ଗାଁ ରହିଛି ଯେଉଁଠି ପ୍ରତି ଘରେ ଜଣେ ଲେଖାଏଁ କ୍ୟାନସର ରୋଗରେ ପୀଡିତ । ସୂଚନାନୁସାରେ, ଘଟଣାଟି ହେଉଛି ଭୋଜାଖେଡୀ ଗାଁର । ଏହି ଗାଁରେ ପାଖାପାଖି ୨୦୦ ଟି ପରିବାର । ସେମାନେ ୧୯୦୦ ବର୍ଷ ହେବ ସ୍ୱାଧୀନ । କିନ୍ତୁ ଏହି ଗ୍ରାମ ପଞ୍ଚାୟତ ଭୋଜାଖେଡୀରେ ୫ ବର୍ଷରେ ୩୫ ଜଣ ଲୋକଙ୍କର କ୍ୟାନସରରେ ମୃତ୍ୟୁ ହୋଇସାରିଲାଣି । ଏବେ ପର୍ଯ୍ୟନ୍ତ ଅନେକ ଲୋକ କ୍ୟାନସର ରୋଗରେ ପାଡିତ । ଭୋଜାଖେଡୀ ଗାଁର ମହିଳା ସରପଞ୍ଚ ସହିତ ଜିଲ୍ଲା ପଞ୍ଚାୟତର ପୂର୍ବ ଅଧ୍ୟକ୍ଷ ମଧ୍ୟ କ୍ୟାନସର ରୋଗରେ ତାଙ୍କର ମୃତ୍ୟୁ ହୋଇସାରିଲାଣି ।

ଆଈଆଈଏମ ଇନ୍ଦୋରର ୪୮ ଜଣ ଛାତ୍ର ଏହି ଜିଲ୍ଲାକୁ ଆସିଥିଲେ । ସେମାନଙ୍କ ରିପୋର୍ଟ ଏହି ଘଟଣା ସମ୍ପର୍କରେ ଜଣାପଡିଥିଲା । ଏହି ଛାତ୍ର ଗୋଷ୍ଠୀ ସେମାନଙ୍କ ରିପୋର୍ଟ ସେଠାକାର କଲେକ୍ଟର ରୁଚିକା ଚୌହ୍ୱାନଙ୍କୁ ଦେଇଛନ୍ତି । ଏହି ଗାଁର ଦୂଷିତ ପାଣି ଫଳରେ କ୍ୟାନସର ବ୍ୟାପୁଥିବା ଏହି ରିପୋର୍ଟରେ ପ୍ରକାଶିତ । କଲେକ୍ଟର ରୁଚିକା ଚୌହ୍ୱାନ ମଧ୍ୟ ଗାଁରେ ଥିବା ଟିୱେଲ ଓ କୂଅଗୁଡିକର ଯାଞ୍ଚ କରିବା ପାଇଁ ମଧ୍ୟ ପ୍ରତିଶ୍ରୁତି ଦେଇଛନ୍ତି । ଏଥିସହିତ ଅଞ୍ଚଳର ବିଧାୟକ ମନୋଜ ଚାୱଲା ମଧ୍ୟ ଘଟଣା ସମ୍ପର୍କରେ ମଧ୍ୟପ୍ରଦେଶର ସ୍ୱାସ୍ଥ୍ୟମନ୍ତ୍ରୀ ତୁଳସୀ ସିଲାବଟଙ୍କୁ ପତ୍ର ଲେଖିଛନ୍ତି ।

ଘଟଣାର ସାମ୍ନାକୁ ଆସିବା ପରେ ଜିଲ୍ଲା ପ୍ରଶାସନ ଦ୍ୱାରା ପଠାଯାଇଥିବା ସ୍ୱାସ୍ଥ୍ୟ ବିଭାଗ ଟିମ୍ ଏହି ଗାଁରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏହି ଟିମ୍ ୧୫ ଦିନ ମଧ୍ୟରେ ରିପୋର୍ଟ ଦାଖଲ କରିବେ ବୋଲି ଜଣାପଡିଛି । ଟିମରେ ଜିଲ୍ଲା ଚିକିତ୍ସାଳୟ ଓ ମେଡିକାଲ କଲେଜର ବିଶେଷଜ୍ଞ ମଧ୍ୟ ସାମିଲ ଅଛନ୍ତି ।