ରାତିରେ ଅଧିକ ବଢ଼େ କ୍ୟାନସର ସେଲ୍: ସ୍ତନ କର୍କଟ ରୋଗୀ ଶୋଇଥିବା ବେଳେ ରକ୍ତ ପ୍ରବାହକୁ ମାଡିଥାଏ ଟ୍ୟୁମର ସେଲ୍

329

କନକ ବ୍ୟୁରୋ: ଆଧୁନିକ ଚିକିତ୍ସା ବିଜ୍ଞାନ ପୂର୍ବ ତୁଳନାରେ ଏବେ କ୍ୟାନସର ବା କର୍କଟ ରୋଗ ହେଲେ ଜଣେ ସୁସ୍ଥ ହୋଇପାରୁଛନ୍ତି । କିନ୍ତୁ ଏହା ଏବେ ବି ଘାତକ ହୋଇ ରହିଛି । ଯଦି ଏହା ଟ୍ୟୁମରରେ ଥିବା ସେଲ ରକ୍ତରେ ସଂକ୍ରମିତ ହେଲେ ଶରୀରର ଅନ୍ୟ ଅଙ୍ଗକୁ ସଂକ୍ରମିତ କରନ୍ତି । ଏବେ ଏକ ନୂଆ ରିସର୍ଚ୍ଚରୁ ଜଣାପଡିଛି ଯେ, ବ୍ରେଷ୍ଟ କ୍ୟାନସରରେ ପୀଡିତ ଥିବା ଲୋକଙ୍କ ଟ୍ୟୁମର ସେଲ୍ସ ସେତେବେଳକୁ ରକ୍ତକୁ ଡେଇଁଥାଏ ଯେତେବେଳେ ସେ ଶୋଇଥାନ୍ତି । ଏହାକୁ ମେଟାଷ୍ଟାଟିକ୍ କ୍ୟାନସର ବୋଲି କୁହାଯାଏ । ଏହା ସେତେବେଳେ ହୋଇଥାଏ ଯେତେବେଳେ ଶରୀରର ଗୋଟିଏ ଅଂଶରୁ ସୃଷ୍ଟି ହୋଇଥିବା ଟ୍ୟୁମରସ୍ ସେଲ୍ ରକ୍ତ ମାଧ୍ୟମରେ ଅନ୍ୟ ଏକ ଅଂଶକୁ ଡେଇଁ ପଡ଼ିଥାଏ । ଜାତୀୟ କ୍ୟାନସର ସଂସ୍ଥାନ ଅନୁସାରେ ଏହି କୋଷ ବା ସେଲ୍ସ ଗୁଡିକର ବୈଶିଷ୍ଟ୍ୟ ପ୍ରାଥମିକ କ୍ୟାନସର ଭଳି ଏବଂ ମେଟାଷ୍ଟାଟିକ୍ କ୍ୟାନସର ଥିବା ସ୍ଥାନରେ ଥିବା ସେଲ ଭଳି ନୁହେଁ ।

ସ୍ୱାସ୍ଥ୍ୟ ଭିତିକ ଅଗ୍ରଣୀ ପତ୍ରିକା ନେଚର ଜର୍ଣ୍ଣାଲରେ ପ୍ରକାଶିତ ଅଧ୍ୟୟନରେ ଏପରି କିଛି କୁହାଯାଇଛି । ସୁଇସ୍ ଫେଡେରାଲ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି ଏବଂ ୟୁନିଭର୍ସିଟି ଅଫ୍ ବାସେଲର ଗବେଷକଙ୍କ ନେତୃତ୍ୱରେ ଏହି ଟିମ୍ ପ୍ରକାଶ କରିଛନ୍ତି ଯେ ରୋଗୀ ଶୋଇବା ସମୟରେ ଏହି ସେଲ ଗୁଡିକ ଆକ୍ଟିଭ ହୋଇଯାଇଥାଏ । ବିଶେଷଜ୍ଞମାନେ ଏଥିପାଇଁ ବ୍ରେଷ୍ଟ କ୍ୟାନସରରେ ଆକ୍ରାନ୍ତ ହୋଇ ଦିନରେ ଥରେ ଏବଂ ରାତିରେ ଥରେ ଡାକ୍ତରଖାନାରେ ଭର୍ତି ହୋଇଥିବା ୩୦ ଜଣ ମହିଳାଙ୍କ ରକ୍ତ ନମୁନା ସଂଗ୍ରହ କରିଥିଲେ । ଏହି ଥିଓରୀକୁ ସୁନିଶ୍ଚିତ କରିବା ପାଇଁ ଗବେଷକମାନେ ବ୍ରେଷ୍ଟ କ୍ୟାନସର ଟ୍ୟୁମରକୁ ମୂଷାରେ ଗ୍ରାଫ୍ଟ କରି ଦିନସାରା ପଶୁଙ୍କ ସିଟିସି ସ୍ତର ପରୀକ୍ଷା କରିଥିଲେ । ଯେହେତୁ ମୂଷାମାନଙ୍କର ମଣିଷ ପ୍ରତି ଓଲଟା ସର୍କେଡିଆନ୍ ଛନ୍ଦ ଥାଏ ଏବଂ ରାତିରେ ସକ୍ରିୟ ଥାଏ ଏବଂ ଦିନରେ ଶୋଇ ଥାଏ, ତେଣୁ ପ୍ରାଣୀଟି ବିଶ୍ରାମ ନେବା ସମୟରେ ଦିନରେ ଟ୍ୟୁମରର ସ୍ତର ଶିଖରରେ ପହଂଚିଥିଲା । ଏହି ନୂଆ ଅଧ୍ୟୟନରେ ଗବେଷକମାନେ ସ୍ପଷ୍ଟ କରିଛନ୍ତି ଯେ, ରୋଗୀମାନେ ପୂର୍ଣ୍ଣ ନିଦ୍ରାରେ ଶୋଇବା ଜରୁରୀ ।