କନକ ବ୍ୟୁରୋ: କ୍ୟାନସର ଚିକିତ୍ସା କ୍ଷେତ୍ରରେ ନୂଆ ସମ୍ଭାବନା । ଚିହ୍ନଟ ହୋଇଛି କର୍କଟ ରୋଗ ସୃଷ୍ଟି କରୁଥିବା ଓ ରୋଗକୁ ଆହୁରି ବଢ଼ାଉଥିବା ପ୍ରୋଟିନ ଜିପିଆର -୧୪୧ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, କର୍କଟ ରୋଗକୁ ବଢ଼ାଉଥିବା ଏହି ପ୍ରୋଟିନକୁ ଚିହ୍ନଟ କରିଛନ୍ତି ଦୁଇ ଓଡିଆ ବୈଜ୍ଞାନିକ ।

Advertisment

ଜୀବ ବିଜ୍ଞାନ ପ୍ରତିଷ୍ଠାନର ଭୁବନେଶ୍ୱର ବୈଜ୍ଞାନିକ ସନ୍ଦୀପ ମିଶ୍ରଙ୍କ ତତ୍ୱାବଧାନରେ ବୈଜ୍ଞାନିକ ମୋନାଲିସା ପରିଜା ନୂଆ ପ୍ରୋଟିନ୍ ଜିପିଆର-୧୪୧ ଚିହ୍ନଟ କରିଛନ୍ତି । ଏ ସମ୍ବନ୍ଧୀୟ ଏକ ରିପୋର୍ଟ ସୋସାଇଟ୍ ଫର ବାୟୋ କେମିକାଲ ରିସର୍ଚ୍ଚ ଦ୍ୱାରା ପରିଚାଳିତ ମୋଲିକ୍ୟୁଲାର ଅଙ୍କୋଲୋଜିରେ ପ୍ରକାଶ ପାଇଛି ।

ତେବେ ଏହି ପ୍ରୋଟିନର ଚିହ୍ନଟ ପରେ କର୍କଟର ଚିକିତ୍ସା ସହଜ ହେବ ବୋଲି କହିଛନ୍ତି ଗବେଷଣା ଟିମର ମୁଖ୍ୟ । ପ୍ରୋଟିନ୍ ଜିପିଆର -୧୪୧ ସ୍ତନ କର୍କଟକୁ ବଢ଼ାଇଥାଏ । ତେବେ ପ୍ରୋଟିନ ଚିହ୍ନଟ ହେବା ପରେ ଏହାର ନିୟନ୍ତ୍ରଣ ପାଇଁ ଔଷଧ ପ୍ରସ୍ତୁତି ପାଇଁ ଗବେଷଣା ଆରମ୍ଭ ହୋଇଛି ।