କନକ ବ୍ୟୁରୋ : ଭାରତରେ ପ୍ରତି ୯ ଜଣରେ ଜଣଙ୍କୁ ହୋଇପାରେ କ୍ୟାନସର । କ୍ୟାନସର ତଥା କର୍କଟ ରୋଗକୁ ନେଇ ମିଳିତ ଭାବେ ଏଭଳି ରିପୋର୍ଟ ପ୍ରକାଶ କରିଛନ୍ତି ନ୍ୟାନନାଲ ସେଂଟର ଫର ଡିଜି୍ ଇନଫରମେଟିକ୍ସ ଆଣ୍ଡ ରିସର୍ଚ୍ଚ ଏବଂ ଆଇସିଏମଆର । ଦେଶରେ ଦେଖାଦେଇଥିବା ନୂଆ କ୍ୟାନସର ମାମଲା ଏବଂ ମୋଟ ଜନସଂଖ୍ୟା ଭିତିରେ ଏହି ରିପୋର୍ଟ ପ୍ରକାଶ କରାଯାଇଛି । ଏନେଇ ଇଣ୍ଡିଆନ ଜର୍ନାଲ ଅଫ ମେଡିକାଲ ରସର୍ଚ୍ଚ(ଆଇଜେମଆର) ରିପୋର୍ଟ ପ୍ରକାଶ କରିଛି ।

Advertisment

ଏହି ଅଧ୍ୟୟନ ଅନୁଯାୟୀ, ୨୦୨୨ ଶେଷ ସୁଦ୍ଧା ଭାରତରେ ୧୪ ଲକ୍ଷ ୬୦ ହଜାର ଲୋକ କ୍ୟାନସରରେ ପଡିତ ହେବ । ବିଶେଷକରି ଫୁସଫୁସ ଏବଂ ସ୍ତନ କର୍କଟ ଅଧିକ ହେବ ବୋଲି କୁହାଯାଇଛି । ନବଜାତ ଶିଶୁଙ୍କ ଠାରୁ ୬୪ ବର୍ଷ ବୟସ ବର୍ଗଙ୍କ କ୍ଷେତ୍ରରେ ପ୍ରତି ୬୭ ପୁରୁଷଙ୍କ ମଧ୍ୟରୁ ଜଣଙ୍କୁ କ୍ୟାନସର ହେବାର ଆଶଙ୍କା ଦେଖାଦେଇଛି । ସେହିପରି ପ୍ରତି ୨୯ ଜଣ ମହିଳାଙ୍କ ମଧ୍ୟରୁ ଜଣଙ୍କୁ ସ୍ତନ କର୍କଟ ହେବାର ଡର ଥିବା ରିପୋର୍ଟରେ ପ୍ରକାଶ କରଯାଇଛି । ଅନ୍ୟପଷରେ ନବଜାତ ଶିଶୁଙ୍କ ଠାରୁ ଆରମ୍ଭ କରି ୧୪ ବର୍ଷ ବୟସ ବର୍ଗଙ୍କ ଠାରେ ଅସ୍ଥିମଜା କର୍କଟ ରୋଗରେ ଆକ୍ରାନ୍ତ ହେଉଥିବା ଦେଖିବାକୁ ମିଳିଛି । ଏହି କ୍ଷେତ୍ରରେ ୨୯ ପ୍ରତିଶତରୁ ଅଧିକ ପୁଅ ଏବଂ ୨୪ ପ୍ରତିଶତରୁ ଅଧିକ ଝିଅଙ୍କୁ କର୍କଟ ହେଉଥିବା ନେଇ ରିପୋର୍ଟରେ କୁହାଯାଇଛି । ୨୦୨୦ ତୁଳନାରେ ୨୦୨୫ରେ କ୍ୟାନସର ରୋଗୀଙ୍କ ସଂଖ୍ୟା ୧୨ ଦଶମିକ ୮ ପ୍ରତିଶତ ବୃଦ୍ଧି ପାଇବ ବୋଲି ରିପୋର୍ଟରେ କୁହାଯାଇଛି ।