ସପ୍ତାହନ୍ତ ସଟଡାଉନରେ ବନ୍ଦ ରହିବ ଟିକାକରଣ । ଛତିଶଗଡ ସୀମାନ୍ତ ୧୦ ଜିଲ୍ଲାପାଳ ଓ ୨ ମ୍ୟୁନିସିପାଲ କମିଶନରଙ୍କୁ ସ୍ୱାସ୍ଥ୍ୟ ବିଭାଗର ଚିଠି ।

115

କନକ ବ୍ୟୁରୋ: ସଟଡାଉନ ବେଳେ ବନ୍ଦ ରହିବ ଟିକାକରଣ । ଛତିଶଗଡ ସୀମାନ୍ତବର୍ତ୍ତୀ ୧୦ ଜିଲ୍ଲାପାଳ ଓ ସମ୍ବଲପୁର, ରାଉରକେଲା ମ୍ୟୁନିସିପାଲ କମିଶନରଙ୍କୁ ଏନେଇ ଚିଠି ଲେଖି ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ପ୍ରମୁଖ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର । ଏହି ୧୦ ଜିଲ୍ଲାର ସହରାଚଂଳରେ ଆସନ୍ତାକାଲିଠୁ ସପ୍ତାହନ୍ତ ସଟଡାଉନ୍ ଲାଗୁ ହେବାକୁ ଯାଉଛି । ଏହି ଦିନରେ ଜନସ୍ୱାର୍ଥକୁ ଦୃଷ୍ଟିରେ ରଖି ଟିକାକରଣ ବନ୍ଦ କରିବାକୁ ସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଦେଶ ଦେଇଛନ୍ତି ।

ବଢୁଥିବା ସଂକ୍ରମଣକୁ ଦେଖି ଆସନ୍ତାକାଲିଠୁ ସୁନ୍ଦରଗଡ, ଝାରସୁଗୁଡା, ସମ୍ବଲପୁର, ବରଗଡ, ବଲାଙ୍ଗୀର, ନୂଆପଡା, କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ ଓ ମାଲକାନଗିରିର ସହରାଞ୍ଚଳରେ ସପ୍ତାହନ୍ତ ସଟଡାଉନ୍ ହେବାକୁ ଯାଉଛି । ଯଦି ସଟଡାଉନରେ ଲୋକମାନେ ଘରୁ ବାହାରି ଟିକା ନେବାକୁ ଯାଆନ୍ତି ତେବେ ନାନାଦି ସମସ୍ୟା ଦେଖାଯାଇପାରେ । ତେଣୁ ଏହାକୁ ଆଖିରେ ରଖି ଏହି ୧୦ ଜିଲ୍ଲାର ସହରାଞ୍ଚଳରେ ଶନିବାର ଓ ରବିବାର ଟିକାକରଣ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।