କରୋନାକୁ ନେଇ ରେଲୱେ ବୋର୍ଡର ବଡ ନିଷ୍ପତ୍ତି । ଆସନ୍ତା ୩୧ ଯାଏଁ ଗଡ଼ିବନି ଟ୍ରେନ୍ ।

8,543

କନକ ବ୍ୟୁରୋ : କରୋନା ଭାଇରସକୁ ନେଇ ବଡ ନିଷ୍ପତ୍ତି ନେଇଛି ରେଲୱେ ବୋର୍ଡ । ବୋର୍ଡ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଆସନ୍ତା ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ଦେଶରେ ବନ୍ଦ ରହିବ ଟ୍ରେନ୍ ଚଳାଚଳ । ଗଡ଼ିବନି ମେଲ୍, ଏକ୍ସପ୍ରେସ ଓ ପାସେଞ୍ଜର ଟ୍ରେନ୍ ।

ରେଲୱେ ଷ୍ଟେସନ ଗୁଡିକରେ ସବୁବେଳେ ଭିଡ ଲାଗିରହୁଥିବାରୁ ଏଭଳି ନିଷ୍ପତ୍ତି ନିଆଯାଇଥିବା କୁହାଯାଉଛି । କରୋନା ଭାଇରସର ମୁକାବିଲା ପାଇଁ ୩୧ ତାରିଖ ପର୍ଯ୍ୟନ୍ତ ଦେଶରେ ଟ୍ରେନ୍ ଚଳାଚଳ ବନ୍ଦ କରିଛି ରେଲୱେ ବୋର୍ଡ ।

ଭାରତୀୟ ରେଳବାଇ ଓ କୋଙ୍କଣ ରେଳବାଇର ସମସ୍ତ ଟ୍ରେନ ୩୧ ଯାଏଁ ଚଳାଚଳ କରିବ ନାହିଁ । ସମସ୍ତ ଦୂରଗାମୀ ମେଲ, ଏକ୍ସପ୍ରେସ୍ ଟ୍ରେନ୍, ଇଂଟରସିଟି ଏକ୍ସପ୍ରେସ୍ ଓ ସମସ୍ତ ପାସେଞ୍ଜର ଟ୍ରେନ୍ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ବାତିଲ କରାଯାଇଛି । ଯେଉଁ ଟ୍ରେନ୍ ବାଟରେ ଚାଲିଛନ୍ତି ସେଗୁଡିକ ଗନ୍ତବ୍ୟସ୍ଥଳରେ ପହଁଚିବା ପର୍ଯ୍ୟନ୍ତ ଚାଲିବ ।