ଜଙ୍ଗଲ ଓ ପରିବେଶ ବିଭାଗର ବଡ ନିଷ୍ପତ୍ତି । ରାଜ୍ୟର ସମସ୍ତ ଡିଭିଜନର ବନ ଅଧିକାରୀଙ୍କ ଛୁଟି ବାତିଲ ।

123

କନକ ବ୍ୟୁରୋ: ରାଜ୍ୟର ବିଭିନ୍ନ ଜଙ୍ଗଲରେ ନିଆଁ ଲାଗିବା ଘଟଣାକୁ ନେଇ ଜଙ୍ଗଲ ଓ ପରିବେଶ ବିଭାଗର ବଡ ଘୋଷଣା । ରାଜ୍ୟର ସମସ୍ତ ଡିଭିଜନର ବନ ଅଧିକାରୀଙ୍କ ଛୁଟି ବାତିଲ କଲେ ସରକାର । ରାଜ୍ୟର ବିଭିନ୍ନ ଜଙ୍ଗଲରେ ନିଆଁ ଲାଗିବା ସ୍ଥିତିକୁ ଦୃଷ୍ଟିରେ ରଖି ଏପରି ନିଷ୍ପତ୍ତି ନିଆଯାଇଛି । ଏନେଇ ଜଙ୍ଗଲ ଓ ପରିବେଶ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଚିଠି ଲେଖି ସୂଚନା ଦେଇଛନ୍ତି । ଚିଠିରେ ଉଲ୍ଲେଖ କରାଯାଇଛି ଯେ, ଅତି ଜରୁରୀ ଥିଲେ ହିଁ ଅଧିକାରୀମାନେ ଉଚ୍ଚ ଅଧିକାରୀଙ୍କ ଠାରୁ ଆଗୁଆ ଅନୁମତି ନେଇ ରହିପାରିବେ । ନଚେତ୍ କୌଣସି ବନ ଅଧିକାରୀ ଏବେ ଛୁଟିରେ ରହିପାରିବେ ନାହିଁ । ଯଦି କୌଣସି ଅଧିକାରୀ ଏହି ନିର୍ଦ୍ଦେଶକୁ ଅବହେଳା କରନ୍ତି ତେବେ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ଦିଆଯାଇଛି ।