କୁଆଡ଼େ ଗଲେ କାନାରା ବ୍ୟାଙ୍କ ବଡମ୍ବା ଶାଖା ପରିଚାଳକ ? ୨ଦିନ ପରେ ବି ହଟୁନି ନିଖୋଜ ଘଟଣା ଉପରୁ ପରଦା; ସିସିଟିଭି ଯାଞ୍ଚ କରୁଛି ପୋଲିସ

310

କନକ ବ୍ୟୁରୋ : କୁଆଡେ ଗଲେ କଟକ ବଡ଼ମ୍ବା କାନାରା ବ୍ୟାଙ୍କ ଶାଖା ପରିଚାଳକ ତପନ କୁମାର ସାହୁ । ରହସ୍ୟଜନକ ନିଖୋଜ ଘଟଣା ଉପରୁ ଏଯାଏଁ ହଟି ପାରୁନାହିଁ ପର୍ଦ୍ଦା । ଘଟଣାରେ ପୋଲିସ ବିଭିନ୍ନ ସ୍ଥାନରେ ଲାଗିଥିବା ସିସିଟିଭି ଯାଞ୍ଚ କରିବା ସହ ତନାଘନା ଚଳାଇଛି । ସିସିଟିଭି ଫୁଟେଜରେ ସ୍ୱାଭାବିକ ଭାବେ ଗାଡି ଚଳାଉଥିଲେ । ହେଲେ ଜଙ୍ଗଲ ରାସ୍ତାରେ ସେ ଗାଏବ ଘଟଣାକୁ ନେଇ ସାଧାରଣରେ ଚର୍ଚ୍ଚା ଲାଗି ରହିଛି । ତାଙ୍କୁ ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି ।

ପୁଅକୁ ଫେରାଇ ଦେବା ପାଇଁ କାନ୍ଦି କାନ୍ଦି ଅନୁରୋଧ କରିଛନ୍ତି ତପନଙ୍କ ବାପା । ବ୍ରହ୍ମପୁରର ତପନ ସାହୁଙ୍କ ଗତ ୪ ମାସ ତଳେ ବିବାହ ହୋଇଥିଲା । ବଡ଼ମ୍ବା କାନାରା ବ୍ୟାଙ୍କ ଶାଖାରେ ଯୋଗଦେବା ପରେ ସେ ବଡ଼ମ୍ବାରେ ରହୁଥିଲେ । ପ୍ରତି ଶନିବାର ବ୍ୟାଙ୍କ ଛୁଟି ପରେ ବ୍ରହ୍ମପୁର ଯାଇ ସୋମବାର ସକାଳୁ ଫେରି ଆସୁୁଥିଲେ । ଗତ ଶନିବାର ମଧ୍ୟ ତପନ ଘରକୁ ଯାଇଥିଲେ । ରବିବାର ଦିନ ଶ୍ୱଶୁର ଘରକୁ ଯାଇଥିଲେ । ସେଠାରୁ ସେ ବଡ଼ମ୍ବା ଅଭିମୁଖେ ଆସୁଥିଲେ । ଅଧା ରାସ୍ତାରୁ ସେ କେଉଁଆଡେ ନିଖୋଜ ହୋଇଯାଇଛନ୍ତି । ଏବେ ତାଙ୍କ ଫୋନ ସୁଇଚ ଅଫ ରହିଛି ।