ଭାରତ ସହ କଳହକୁ ନେଇ କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କ ସ୍ଥିତି ଏବେ ବିପଦରେ । ଦେଶରେ ମୁଦ୍ରାସ୍ଫୀତି ଏବଂ ନିର୍ବାଚନରେ ​​ବିରୋଧୀ ଦଳ ଠାରୁ ପଛରେ ପଡିଥିବାରୁ  ଥିବାରୁ ତାଙ୍କ ନିଜ ଦଳ ଭିତରୁ କାନାଡା ପ୍ରଧାନମନ୍ତ୍ରୀ ବିରୋଧର ଶିକାର ହେଇଛନ୍ତି । ଭାରତ ସହ ମତଭେଦ ପରେ କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କ ସ୍ଥିତି ଅସୁବିଧାରେ ଥିବା ଜଣାପଡିଛି । ​​ମୁଦ୍ରାସ୍ଫୀତି ଏବଂ ନିର୍ବାଚନରେ ଦଳର ବିଫଳତା ଯୋଗୁଁ ପ୍ରଧାନମନ୍ତ୍ରୀ ଟ୍ରୁଡୋଙ୍କ ଇସ୍ତଫା ଦାବି କରିଛି ନିଜ ଦଳ ।  କାରଣ ଟ୍ରୁଡୋ ନିର୍ବାଚନରେ ​​ବିରୋଧିଦଳ ଠାରୁ ପଛରେ ଅଛନ୍ତି ।

Advertisment

ସର୍ଭେରୁ ଜଣାପଡିଛି ଯେ କାନାଡାରେ କଞ୍ଜରଭେଟିଭ ପାର୍ଟି ୧୦ ରୁ ୧୫ ପଏଣ୍ଟରେ ଆଗୁଆ ରହିଛି । ଯଦି ନିର୍ବାଚନରେ ​​ଏହି ସଂଖ୍ୟାଗୁଡିକ ସଠିକ୍ ପ୍ରମାଣିତ ହୁଏ, ତେବେ ବିରୋଧୀ ଏକ ବୃହତ ସଂଖ୍ୟାଗରିଷ୍ଠତା ହାସଲ କରିବାରେ ସଫଳ ହୋଇପାରନ୍ତି । ଏଭଳି ପରିସ୍ଥିତିରେ ଟ୍ରୁଡୋଙ୍କ ନିଜ ରାଜନୈତିକ ଦଳର ସଦସ୍ୟମାନେ ତାଙ୍କ ଇସ୍ତଫା ଦାବି କରିବା ଆରମ୍ଭ କରି ଦେଇଛନ୍ତି ।

ଆଗୁଆ ଅଛି ବିରୋଧୀ ଦଳ

ଜଷ୍ଟିନ ଟ୍ରୁଡୋ ୨୦୧୫ ଠାରୁ କାନାଡାର ପ୍ରଧାନମନ୍ତ୍ରୀ ଭାବରେ କାର୍ଯ୍ୟ କରୁଛନ୍ତି । ତେବେ ଗତ କିଛି ମାସ ମଧ୍ୟରେ ହୋଇଥିବା ସର୍ଭେରୁ ଜଣାପଡିଛି ଯେ ପିଆର ପୋଏଲିଭ୍ରେଙ୍କ କଞ୍ଜରଭେଟିଭ ପାର୍ଟି ୧୦ ରୁ ୧୫ ପଏଣ୍ଟରେ ଆଗୁଆ ରହିଛି ଏବଂ ପ୍ରାୟ ସବୁ ସ୍ଥାନରେ ଆଗରେ ରହିଛି । ଯଦି ନିର୍ବାଚନରେ ​​ଏହି ସଂଖ୍ୟା ସଠିକ୍ ପ୍ରମାଣିତ ହୁଏ, ତେବେ ୪୪ ବର୍ଷୀୟ ବିରୋଧୀଦଳ ନେତା ବହୁ ସଂଖ୍ୟାରେ ଜିତି ଟ୍ରୁଡୋ ସରକାରଙ୍କୁ ପରାସ୍ତ କରି ଶାସନ କ୍ଷମତା ଦଖଲ କରିବେ । ଲିବରାଲ୍ ପାର୍ଟିର ଏହି ପତନର କାରଣ ହେଉଛି ଦେଶର ମାନ୍ଦା ଅର୍ଥନୀତି ଏବଂ ଟ୍ରୁଡୋ ପ୍ରତି ଭୋଟରଙ୍କ ନିରୁତ୍ସାହତା ।

ମୁଦ୍ରାସ୍ଫୀତି ବୃଦ୍ଧି

କଞ୍ଜରଭେଟିଭ ପାର୍ଟି ଅଫ୍ କାନାଡାର ନେତା ତଥା ଟ୍ରୁଡୋଙ୍କ ପ୍ରତିଦ୍ୱନ୍ଦ୍ୱୀ ପିଆର ପୋଏଲିଭ୍ରେ ସଫଳତାର ସହ କାନାଡିୟମାନଙ୍କ କ୍ରୋଧକୁ ମାପି ପାରିଛନ୍ତି ଏବଂ “ଜଷ୍ଟଫ୍ଲେସନ” ନାମକ ଶବ୍ଦକୁ ପ୍ରସ୍ତୁତ କରି ଜନସାଧାରଣଙ୍କ  ଜୀବନଧାରଣର ମାନ ବୃଦ୍ଧି ଉପରେ ଧ୍ୟାନ ଦେଇଛନ୍ତି । ଏଥିପାଇଁ ପୋଇଲିଭ୍ରେ ସୋସିଆଲ ମିଡିଆକୁ ବହୁଳ ଭାବରେ ବ୍ୟବହାର କରୁଛନ୍ତି ।  ଟ୍ରୁଡୋ ଏବଂ ତାଙ୍କ ପରାମର୍ଶଦାତା ଖୋଲାଖୋଲି ଭାବେ କହିଛନ୍ତି ଯେ ଆସନ୍ତା ନିର୍ବାଚନ ପୂର୍ବରୁ ତାଙ୍କର ଇସ୍ତଫା ଦେବାର କୌଣସି ଯୋଜନା ନାହିଁ । ତେବେ ତାଙ୍କ ନିକଟବର୍ତ୍ତୀ ଲୋକମାନେ ବିଶ୍ୱାସ କରନ୍ତି ଯେ ମୁଦ୍ରାସ୍ଫୀତି ବୃଦ୍ଧି ହେତୁ ଟ୍ରୁଡୋ ସରକାରଙ୍କୁ ବିପଦର ସମ୍ମୁଖୀନ ହେବାକୁ ପଡିପାରେ ।ଭାରତୀୟ ବୈଦେଶିକ ମନ୍ତ୍ରୀଙ୍କ ଜବାବ

କାନାଡାର ପ୍ରଧାନମନ୍ତ୍ରୀଙ୍କ ଆରୋପର ଜବାବରେ ଭାରତ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର କହିଛନ୍ତି କି ଆମେ କାନାଡାର ଲୋକମାନଙ୍କୁ କହିବାକୁ ଚାହୁଁଛୁ କିଏ ସେଠାକାର ରାଜନୀତି ହିଂସକ ଚରମପନ୍ଥୀ ଏବଂ ସେହିପରି ରାଜନୈତିକ ବିଚାରକୁ ପ୍ରଶୟ ଦେଉଛି । ଯେଉଁମାନେ ହିଂସାତ୍ମକ ଉପାୟ ମାଧ୍ୟମରେ ଭାରତରେ ଚାଲିଥିବା  ବିଚ୍ଛିନ୍ନତାବାଦକୁ ସମର୍ଥନ କରନ୍ତି । ଏହି ଲୋକମାନେ କାନାଡା ରାଜନୀତିରେ ସମାୟିତ ହୋଇଛନ୍ତି । ସେମାନଙ୍କୁ ତାଙ୍କ ମତ ବ୍ୟକ୍ତ  କରିବାକୁ ସ୍ୱାଧୀନତା ଦିଆଯାଇଛି । ବକ୍ତବ୍ୟ ଏବଂ ଅଭିବ୍ୟକ୍ତିର ସ୍ୱାଧୀନତା ମଧ୍ୟ ଏକ ନିର୍ଦ୍ଦିଷ୍ଟ ଦାୟିତ୍ୱ ସହିତ ଆସିଥାଏ । ସେହି ସ୍ୱାଧୀନତାର ଅପବ୍ୟବହାର କରିବା ଏବଂ ରାଜନୈତିକ ଉଦ୍ଦେଶ୍ୟରେ ସେହି ଅପବ୍ୟବହାରକୁ ସହ୍ୟ କରିବା ଅତ୍ୟନ୍ତ ଭୁଲ ହେବ ।  ଯଦି ଆପଣଙ୍କର ଏପରି ଅଭିଯୋଗ କରିବାର କୌଣସି କାରଣ ଅଛି ତେବେ ଦୟାକରି ପ୍ରମାଣ ଆମକୁ ଦିଅନ୍ତୁ ।  ଆମେ ତଦନ୍ତକୁ ମନା କରୁନାହୁଁ ।

ପ୍ରଧାନମନ୍ତ୍ରୀ ଟ୍ରୁଡୋ ଏହି ଅଭିଯୋଗ ଆଣିଛନ୍ତି

ନିକଟରେ କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ଭାରତ ଉପରେ ଅଭିଯୋଗ କରିଥିଲେ ଏବଂ କହିଥିଲେ ଯେ ଜଣେ କାନାଡା ନାଗରିକଙ୍କ ହତ୍ୟାରେ ଭାରତ ସରକାରଙ୍କ ଏଜେଣ୍ଟଙ୍କ ସମ୍ପୃକ୍ତି ବିଷୟରେ ଆମେ ଜାଣିବାକୁ ପାଇଛୁ । ଆମର ବିଶ୍ୱାସ କରିବାର ଗମ୍ଭୀର କାରଣ ଅଛି ଯେ ତାଙ୍କ ହତ୍ୟାରେ ଭାରତ ସରକାରଙ୍କ ଏଜେଣ୍ଟମାନେ ଜଡିତ ଥାଇପାରନ୍ତି । ଏହି ଅଭିଯୋଗ ସହିତ ଆମେ ଭାରତ ପାଖରେ ପହଁଚିଲୁ ଏବଂ ଏହି ସମସ୍ୟାର ତଦନ୍ତ ପାଇଁ ସେମାନଙ୍କ ସହଯୋଗ ମାଗିଥିଲୁ ।