ଆତଙ୍କବାଦୀ ହରଦୀପ ସିଂ ନିଜ୍ଜରର ହତ୍ୟା ପରେ କାନାଡା ଓ ଭାରତ ମଧ୍ୟରେ ସମ୍ପର୍କରେ ତିକ୍ତତା ବୃଦ୍ଧି ପାଇଛି । ବିନା ପ୍ରମାଣରେ କାନାଡା ଭାରତ ଉପରେ ଦୋଷ ଲଦି ଚାଲିଛି । ଏପରିକି ଭାରତ ଆସୁଥିବା ନାଗରିକ ମାନଙ୍କ ପାଇଁ କାନାଡା ଉପଦେଶାବଳୀ ଜାରି କରିଛି । ଭାରତର ବିଭିନ୍ନ ସ୍ଥାନକୁ ନଯିବା ପାଇଁ କହିଛି । ଉତ୍ତରରେ ଭାରତ ମଧ୍ୟ କାନାଡାରେ ରହୁଥିବା ନାଗରିକ ମାନଙ୍କ ପାଇଁ ଗାଇଡଲାଇନ ଜାରି କରିଛି । ଏପରିକି ଆଜି କାନାଡା ନାଗରିକ ମାନଙ୍କ ପାଇଁ ଭିସା ସେବାକୁ ସ୍ଥଗିତ ରଖିଛି ।
ଆତଙ୍କବାଦୀ ହରଦୀପ ସିଂ ନିଜ୍ଜରର ହତ୍ୟା ପାଇଁ ଭାରତକୁ ଦୋଷ ଦେଉଥିବା କାନାଡା ଏ ପର୍ଯ୍ୟନ୍ତ କିଛି ବି ପ୍ରମାଣ ଦେଇପାରିନାହିଁ । ଅପରପଟେ ଭାରତ ଗତ ୫ ବର୍ଷ ମଧ୍ୟରେ ଖାଲିସ୍ତାନୀ ସମର୍ଥକ ତଥା ଅପରାଧିକ କାର୍ଯ୍ୟକଳାପ ସହ ଜଡିତ ଥିବା ବ୍ୟକ୍ତିଙ୍କ ପ୍ରତ୍ୟାର୍ପଣ ପାଇଁ ପ୍ରମାଣ ସହ ଭାରତ ସରକାର ୨୬ ଥର କାନାଡାକୁ ନିବେଦନ କରିଥିଲେ ମଧ୍ୟ ଟ୍ରୁଡୋ ସରକାର କୌଣସି ପଦକ୍ଷେପ ନେଇ ନାହାନ୍ତି କି କୌଣସି ସକରାତ୍ମକ ପ୍ରତିକ୍ରିୟା ମଧ୍ୟ ଦେଇନାହାନ୍ତି ।
ସୁରକ୍ଷା ଏଜେନ୍ସିର ସୂତ୍ରରୁ ପ୍ରକାଶ ଯେ ଭାରତରେ ଜଘନ୍ୟ ଅପରାଧ ପାଇଁ ପଳାତକ ଥିବା ୧୩ ଆତଙ୍କବାଦୀ ଏବଂ ଅପରାଧୀ ବର୍ତ୍ତମାନ କାନାଡାରେ ଖୁଲମଖୁଲା ବୁଲୁଛନ୍ତି। ଏଥିରେ ସନ୍ଦୀପ ସିଂ ଓରଫ ସନି ମଧ୍ୟ ସାମିଲ ଅଛି । ବଡ଼ ଆଶ୍ଚର୍ଯ୍ୟର କଥା ସେ ଏବେ କାନାଡା ସୀମା ସେବା ଏଜେନ୍ସିରେ ଅଧୀକ୍ଷକ ଭାବରେ କାର୍ଯ୍ୟ କରୁଛି ।
ଖାଲିସ୍ତାନୀ ଆତଙ୍କବାଦୀ ଅର୍ଶ ଡଲାର ଡାହାଣ ହାତ ପଞ୍ଜାବୀ ଗ୍ୟାଙ୍ଗଷ୍ଟର ସୁଖାସା ଡୂନେକେର ନାମ ମଧ୍ୟ ଅନ୍ତର୍ଭୁକ୍ତ ଅଛି ଯାହାକୁ ଗୁରୁବାର ହତ୍ୟା କରାଯାଇଥିଲା। ତା ଉପରେ ଭାରତରେ ୩୦ରୁ ଅଧିକ ମାମଲା ପଞ୍ଜିକୃତ ହୋଇଥିଲା। ତଥାପି ଟ୍ରୁଡୋ ସରକାର ତାକୁ ଭାରତ ପଠାଇବାକୁ ମନା କରିଦେଇଥିଲେ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/09/canada-2.jpg)