କନକ ବ୍ୟୁରୋ : ମଣିଷ ମୃତ୍ୟୁ ପର୍ଯ୍ୟନ୍ତ କିଛି ନା କିଛି ଶିଖିଥାଏ । ଏନେଇ ଏକ ଢଗ ରହିଛି କି ଶିଖିବା ଓ ପଢିବାରେ କୌଣସି ବୟସ ନଥାଏ । ଏହି କଥାକୁ ପ୍ରମାଣ କରି ଦେଖାଇଛନ୍ତି ଜଣେ ୮୭ ବର୍ଷିୟା ଭାରତୀୟ ମହିଳା । ଏହି ୮୭ ବର୍ଷିୟା ମହିଳାଙ୍କୁ ଏବେ ଦ୍ୱିତୀୟ ମାଷ୍ଟର ଡିଗ୍ରୀ ପ୍ରଦାନ କରାଯାଇଛି । କାନାଡାରେ ରହୁଥିବା ବରଥା ଶାନମୁଗନାଥନ ଦେଶର ୟାର୍କ ୟୁନିଭରସିଟିରୁ ମାଷ୍ଟର ଡିଗ୍ରୀ ସହ ଗ୍ରାଜୁଏଟ ହୋଇଥିବା ସବୁଠାରୁ ବୟସ୍କ ଛାତ୍ରୀ । ଏଭଳି କରି ସେ ସେହି ଲୋକଙ୍କ କଥାକୁ ଭୁଲ ପ୍ରମାଣିତ କରିଛନ୍ତି ଯେଉଁମାନେ କହିଥାନ୍ତି କି ବୃଦ୍ଧକାଳରେ ପାଠ ପଢିବା ସହଜ ନୁହେଁ । ଏହାସହ ସେ ଏଭଳି କରି ସେ ସେହି ଲୋକମାନଙ୍କ ପାଇଁ ପ୍ରେରଣା ସାଜିଛନ୍ତି , ଯେଉଁମାନେ ପୁଣି ପାଠ ପଢିବାକୁ ଚାହୁଁଛନ୍ତି ।

Advertisment

କାନାଡାର ଓଟାରିୟୋ ନିକଟରେ ଥିବା ସଂସଦରେ ଏକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଯେଉଁଥିରେ ବରଥା ଶାନମୁଗନାଥନଙ୍କୁ ସମ୍ମାନୀତ କରାଯାଇଛି । ଏନେଇ ଏକ ଭିଡିଓ ମଧ୍ୟ ସେୟାର କରାଯାଇଛି । ଏହି ଭିଡିଓରେ ଦେଖିବାକୁ ମିଳିଛି କି କାନାଡାର ଜଣେ ସାଂସଦ ବରଥା ଶାନମୁଗନାଥନଙ୍କୁ ସମ୍ମାନୀତ କରୁଛନ୍ତି ।

ସୂଚନା ମୁତାବକ ବରଥା ଶାନମୁଗନାଥନଙ୍କ ପ୍ରାଥମିକ ପାଠପଢା ଭାରତରେ ଆରମ୍ଭ ହୋଇଥିଲା । ଭାରତରେ ସିଏ ବିଏ ପର୍ଯ୍ୟନ୍ତ ପାଠ ପଢିଥିଲେ । ପରେ ସେ ସିଲୋନ ବିଶ୍ୱବିଦ୍ୟାଳୟରୁ ଏଜୁକେଶନରେ ଡିପ୍ଲୋମା ମଧ୍ୟ ହାସଲ କରିଛନ୍ତି । ଏହାପରେ ସେ ୫୦ ବର୍ଷ ବୟସରେ ଲଣ୍ଡନ ୟୁନିଭୟସିଟିରୁ ନିଜର ପ୍ରଥମ ମାଷ୍ଟର ଡିଗ୍ରୀ ହାସଲ କରିଥିଲେ ।

ଏହି ସମୟରେ ସେ ଖବର ପାଇଥିଲେ କି କାନାଡାର ଥିବା ୟର୍କ ୟୁନିଭରସିଟିର ଏକ ଆଇନ ରହିଛି କି ସେଠାରେ ଯଦି କୌଣସି କାନାଢଡା ନାଗରିକ ୬୦ ବର୍ଷ ପରେ ଆଡମିଶନ ନେଉଛନ୍ତି ତେବେ ତାଙ୍କର ଟ୍ୱିସନ ଦେୟ ସମ୍ପୂର୍ଣ୍ଣ ଛାଡ କରାଯିବ । ଏହାପରେ ସେ ୟର୍କ ୟୁନିଭରସିଟିରେ ଆଡମିଶନ ନେଇ ରାଜନୀତି ବିଜ୍ଞାନରେ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି ।