କନକ ବ୍ୟୁରୋ : କାନାଡ଼ାରେ ଲାଗୁ ହୋଇଛି ଜରୁରୀକାଳୀନ ପରିସ୍ଥିତି । କରୋନା ବିରୋଧୀ ଲଢେଇରେ କାନାଡ଼ା ସରକାର ଟିକାକୁ ବାଧ୍ୟତାମୂଳକ କରିଛନ୍ତି । ଏହାକୁ ବିରୋଧ କରି ରାସ୍ତାକୁ ଶହ ଶହ ଲୋକ ଓହ୍ଲାଇ କିଛି ଦିନ ହେବ ବିରୋଧ ପ୍ରଦର୍ଶନ କରୁଛନ୍ତି । ଦିନକୁ ଦିନକ ପ୍ରଦର୍ଶନ ବଢୁଥିବା ଦେଖି ଏବେ କାନାଡା ସରକାର ଦେଶରେ ଜରୁରୀକାଳୀନ ପରିସ୍ଥିତି ଲାଗୁ କରିଛନ୍ତି ।

Advertisment

କାନାଡ଼ାରେ ଟିକା ପାଇଁ ଜରୁରୀକାଳୀନ ପରିସ୍ଥିତି । ବିରୋଧରେ ପ୍ରଦର୍ଶନ କରୁଛନ୍ତି ଶହ ଶହ ଜନତା । କାନାଡ଼ାରେ କରୋନା ଟିକାକୁ ନେଇ ସରକାର ଲଗାଇଥିବା ନିୟମକୁ ବିରୋଧ କରି ରାସ୍ତାକୁ ଓହ୍ଲାଇଛନ୍ତି ଶହ ଶହ ପ୍ରଦର୍ଶନକାରୀ । ବେଶ କିଛି ଦିନ ହେବ ଚାଲିଥିବା ବିରୋଧ ପ୍ରଦର୍ଶନ କ୍ରମଶ ଅଣାୟତ ହୋଇପଡିଲାଣି । ପରିସ୍ଥିତିକୁ ଦୃଷ୍ଟିରେ ରଖି ଏବେ କାନାଡ଼ା ସରକାର ଦେଶରେ ଜରୁରୀକାଳୀନ ପରିସ୍ଥିତି ଲାଗୁ କରିଛନ୍ତି । ସୋମବାର ଏହି ଘୋଷଣା କରିଛନ୍ତି କାନାଡ଼ା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ । ରାଜଧାନୀ ଅଟୱାରେ ସବୁଠୁ ଅଧିକ ପ୍ରଦର୍ଶନ ପ୍ରଭାବ ଦେଖିବାକୁ ମିଳୁଛି । ତେବେ ଏହି ପ୍ରଦର୍ଶନରେ ସବୁଠୁ ଅଧିକ ରହିଛନ୍ତି ଟ୍ରକ ଡ୍ରାଇଭରଙ୍କ ସଂଖ୍ୟା । ଏମାନେ ଏହି ପ୍ରଦର୍ଶନକୁ ଫ୍ରିଡମ କନଭୋୟ ନାଁ ଦେଇଛନ୍ତିି । ଏବେ ସୁଦ୍ଧା ଅଟାୱାରୁ ୫୦ରୁ ଅଧିକ ପ୍ରର୍ଦଶନକାରୀଙ୍କୁ ଗିରଫ କରାଯିବା ସହ ବିପୁଳମାତ୍ରାରେ ହତିଆର ଓ ଗୋଳାବାରୁଦ ଜବତ କରାଯାଇଥିବା କହିଛନ୍ତି ଅଟାୱା ମେୟର ଜିମ ୱାଟସନ ।

କାନାଡ଼ା ରାଜଧାନୀରେ ସ୍ଥିତି ଅସମ୍ଭାଳ । ପ୍ରଦର୍ଶନକାରୀ ଓ ସୁରକ୍ଷାକର୍ମୀ ମୁହାଁମୁହିଁ । କାନାଡା ପ୍ରଧାନମନ୍ତ୍ରୀ କହିଛନ୍ତି କି କାନାଡ଼ାବାସୀଙ୍କୁ ସୁରକ୍ଷିତ ରଖିବା, ଲୋକଙ୍କ ଚାକିରୀକୁ ସୁରକ୍ଷା ଦେବା, ଆମ ଅନୁଷ୍ଠାନ ଉପରେ ବିଶ୍ୱାସ ଫେରାଇବା ପାଇଁ ଏହି ଜରୁରୀ ପଦକ୍ଷେପ ନିଆଯାଇଛି । ବର୍ତମାନ ସ୍ଥିତି ନିୟନ୍ତ୍ରଣ ବାହାରକୁ ଯାଉଛି । ଅର୍ନ୍ତଜାତୀୟ ଗଣମାଧ୍ୟର ସୂଚନା ଅନୁସାରେ ସ୍ଥାନୀୟ ବାସିନ୍ଦାଙ୍କ ପାଇଁ ସରକାର କରୋନା ଟିକା ବାଧ୍ୟତାମୂଳକ ନିୟମକୁ ବିରୋଧ କରି ହଜାର ହଜାର ଲୋକ ରାସ୍ତାକୁ ଓହ୍ଲାଇଛନ୍ତି । ଓଟାୱାରେ ଦୀର୍ଘ ଦିନ ହେବ ପ୍ରଦର୍ଶନ ଜାରି ରହିଛି । କାନାଡ଼ା ସରକାର ଟିକା ବାଧ୍ୟତାମୂଳକ କରିବା ସହ ଦେଶ ଭିତରେ ପ୍ରବେଶ କରିବା ପାଇଁ କିଛି ନୂଆ କଟକଣା ମଧ୍ୟ ଲଗାଯାଇଛି । ଦେଶରେ ପ୍ରବେଶ ପାଇଁ ଟିକା ପ୍ରମାଣ ପତ୍ର ବାଧ୍ୟତାମୂଳକ କରାଯାଇଛି । ସେହିପରି କୌଣସି ଶ୍ରମିକମାନେ ଯଦି ପୋର୍ଟକୁ ଯିବେ ସେଠାରେ ବି ଟିକା ପ୍ରମାଣପତ୍ର ବାଧ୍ୟତାମୂଳକ ରହିଛି । ସେପଟେ ପ୍ରଦର୍ଶନ କରୁଥିବା ଟ୍ରକ ଡ୍ରାଇଭର କହିଛନ୍ତି ସେମାନଙ୍କୁ ସରକାରଙ୍କ ଏହି ନିୟମ ମଞ୍ଜୁର ନାହିଁ । ମହାମାରୀ ମୁକାବିଲା ପାଇଁ କାନାଡାରେ ଏବେ ସୁଦ୍ଧା ୮୦ ପ୍ରତିଶତରୁ ଅଧିକ ଲୋକଙ୍କୁ ଟିକା ଦିଆଯାଇଛି ।