ମିନି ଭାରତ ହୋଇଯାଇପାରେ କାନାଡା ! ବଢୁଛି ଭାରତୀୟଙ୍କ ସଂଖ୍ୟା ।

304

କନକ ବ୍ୟୁରୋ : ଭାରତ ଛାଡି ବିଦେଶକୁ ଯାଉଥିବା ଲୋକଙ୍କ ମଧ୍ୟରେ ଏବେ ରହିବା ପାଇଁ ପ୍ରଥମ ପସନ୍ଦ ପାଲଟିଛି କାନାଡ଼ା । ୨୦୧୮ ମସିହାରେ ୩୯୫୦୦ ଜଣ ଭାରତୀୟ ନାଗରିକ କାନାଡ଼ାରେ ସ୍ଥାୟୀ ରୂପେ ବସବାସ କରିବାକୁ ଅନୁମତି ପାଇଛନ୍ତି । ମିଳିଥିବା ତଥ୍ୟ ଅନୁସାରେ ୨୦୧୮ରେ କାନାଡ଼ାରେ ୯୨୦୦୦ରୁ ଊର୍ଧ୍ଵ ଭାରତୀୟ ସ୍ଥାୟୀ ଭାବେ ରହୁଛନ୍ତି ।

ଏହି ସଂଖ୍ୟା ଗତବର୍ଷ ତୁଳନାରେ ୪୧ ପ୍ରତିଶତ ଅଧିକ । ୨୦୧୭ ମସିହାରେ ୬୫୫୦୦ ଲୋକ କାନାଡ଼ାରେ ସ୍ଥାୟୀ ଭାବେ ରହିବାକୁ ଅନୁମତି ପାଇଥିଲେ । ତେବେ ଏଥିରୁ ୨୬୩୦୦ ଲୋକ କେବଳ ଭାରତର ଥିଲେ । ବିଶେଷ କରି ଆମେରିକାରେ ଭିସା ସମ୍ବଦ୍ଧିୟ ସମସ୍ୟାର ସାମ୍ନା ଭାରତୀୟମାନଙ୍କୁ କରିବାକୁ ପଡୁଥିବାରୁ ଏବେ ଆମେରିକାରେ ରହୁଥିବା ଭାରତୀୟମାନେ କାନାଡାକୁ ପଳାଇଯାଉଛନ୍ତି । ମିଳିଥିବା ରିପୋର୍ଟ ଅନୁସାରେ ଏଚ-୧ବି ଭିସା ଦେବାରେ ବିଳମ୍ବ ହେଉ ବା ସ୍ୱାମୀ-ସ୍ତ୍ରୀଙ୍କୁ ଏହି ଭିସା ନ ମିଳିବାରେ ସମସ୍ୟା ଯୋଗୁଁ ଆମେରିକାରେ ରହିବାକୁ ଭାରତୀୟମାନେ ଆଉ ପସନ୍ଦ କରୁନାହାନ୍ତି ।