ନିଜ୍ଜର ଯଦି ପ୍ଲମ୍ବର ତେବେ ଲାଡେନ ମଧ୍ୟ ଇଞ୍ଜିନିୟର

ନିଜ୍ଜର ଯଦି ପ୍ଲମ୍ବର ତେବେ ଲାଡେନ ମଧ୍ୟ ଇଞ୍ଜିନିୟର

ବର୍ତ୍ତମାନ ଭାରତ ଏବଂ କାନାଡା ମଧ୍ୟରେ ତିକ୍ତତା ବଢି ଚାଲିଛି ।  ଆତଙ୍କବାଦୀ ହରଦୀପ ସିଂ ନିଜ୍ଜରର ହତ୍ୟା ପଛରେ ଭାରତର ଗୁପ୍ତଚର ସଂସ୍ଥାର ହାତ ରହିଛି ବୋଲି କାନାଡା ଅଭିଯୋଗ କରିଛି। ଏହା ଉପରେ ବର୍ତ୍ତମାନ ପେଣ୍ଟାଗନର ଜଣେ ଅଧିକାରୀ କହିଛନ୍ତି ଯେ ଯଦି ନିଜ୍ଜରକୁ ଯଦି ଆପଣ ପ୍ଲମ୍ବର ବୋଲି କହୁଛନ୍ତି ତେବେ ଠିକ୍ ସେମିତି ଓସାମା ବିନ୍ ଲାଡେନ ମଧ୍ୟ ଜଣେ ଇଞ୍ଜିନିୟର ।

ପେଣ୍ଟାଗନ୍‌ର ଜଣେ ଅଧିକାରୀ ଜଷ୍ଟିନ ଟ୍ରୁଡୋଙ୍କ ପୋଲ ଖୋଲିଦେଲେ ।  

ସେ କହିଛନ୍ତି ଯେ ନିଜ୍ଜର ଯେମିତି ପ୍ଲମ୍ବର ଲାଡେନ ସେମିତି  ଇଞ୍ଜିନିୟରଙ୍କ

ସେ କହିଛନ୍ତି ଯେ ଭାରତ ଏବଂ କାନାଡା ମଧ୍ୟରେ ଆମେରିକା କାହାକୁ ବାଛିବ

ଆତଙ୍କବାଦୀ ହରଦୀପ ସିଂ ନିଜ୍ଜରକୁ  ଭାରତୀୟ ଏଜେଣ୍ଟମାନେ ହତ୍ୟା କରିଥିବା କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ଅଭିଯୋଗ କରିଛନ୍ତି । ଯାହା ପରେ ଦୁଇ ଦେଶ ମଧ୍ୟରେ ତିକ୍ତତା ବୃଦ୍ଧି ପାଇଛି ଏବଂ ଉଭୟ ଦେଶ ପରସ୍ପରର କୂଟନୀତିଜ୍ଞଙ୍କୁ ଦେଶରୁ ବହିଷ୍କାର କରିଥିଲେ।

ଏହି ସମଗ୍ର ଘଟଣାରେ ଆମେରିକାର ପେଣ୍ଟାଗନର ପୂର୍ବତନ ଅଧିକାରୀ ମାଇକେଲ ରୁବିନ୍ କହିଛନ୍ତି ଯେ ଯଦି ଆମେରିକାକୁ କାନାଡା ଏବଂ ଭାରତ ମଧ୍ୟରେ କାହାକୁ ଜଣକୁ ବାଛିବାକୁ ପଡିବ ତେବେ ଆମେ ନିଶ୍ଚିତ ଭାବେ ଭାରତକୁ ବାଛିବୁ। କାରଣ କାନାଡା ଅପେକ୍ଷା ଭାରତ ସହିତ ଆମର ସମ୍ପର୍କ ରଣନୈତିକ କୌଶଳ ଦୃଷ୍ଟିରୁ ଅଧିକ ଗୁରୁତ୍ୱପୂର୍ଣ୍ଣ ।

ଏପରିକି ସେ କହିଛନ୍ତି ଯେ ଦୁଇ ଦେଶ ମଧ୍ୟରେ ଲଢେଇ  ହାତୀ ଓ ପିମ୍ପୁଡ଼ି ମଧ୍ୟରେ ଲଢେଇ ଭଳି । ଭାରତ ସହ ବିବାଦ ମଧ୍ୟରେ କାନାଡାରେ ଏକ ସର୍ଭେ କରାଯାଇଥିଲା ।  ସର୍ଭେ ରିପୋର୍ଟ ଅନୁଯାୟୀ ଟ୍ରୁଡୋ ଲୋକପ୍ରିୟତା ହରାଇଛନ୍ତି  ଏବଂ ପ୍ରଧାନମନ୍ତ୍ରୀ ପଦ ପାଇଁ ସେ ବର୍ତ୍ତମାନ ଦ୍ୱିତୀୟ ଦାବିଦାର । ବିରୋଧୀଦଳର ନେତା ପିଆର ପୋଏଲିଭ୍ରେ ଏକ ନମ୍ବରରେ ଅଛନ୍ତି ।

ଏ ସମ୍ପର୍କରେ ମାଇକେଲ ରୁବିନ୍ କହିଛନ୍ତି ଯେ ଟ୍ରୁଡୋ ଆଉ ଅଧିକ ସମୟ ପ୍ରଧାନମନ୍ତ୍ରୀ ରହିବେ ନାହିଁ ପରି ଜଣାପଡୁଛି । ଯଦି ଆମେରିକା ସହିତ ସମ୍ପର୍କ ତିକ୍ତ ହୁଏ ତେବେ ସେ ଗଲାପରେ ଆମେରିକା ସହ ସମ୍ପର୍କରେ ପୁନର୍ବାର ଉନ୍ନତି ଆସିବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe