କାନାଡା ହତ୍ୟାକାରୀ ମାନଙ୍କୁ ଶରଣ ଦେଉଛି : ବଙ୍ଗଳାଦେଶ ବିଦେଶ ମନ୍ତ୍ରୀ

Advertisment
କାନାଡା ହତ୍ୟାକାରୀ ମାନଙ୍କୁ ଶରଣ ଦେଉଛି : ବଙ୍ଗଳାଦେଶ ବିଦେଶ ମନ୍ତ୍ରୀ

କାନାଡା ମାମଲାରେ ଏବେ ବାଂଲାଦେଶ ଆଗକୁ ଆସିଛି । ଏକ ବିବୃତି ଦେଇ ଭାରତକୁ ସମର୍ଥନ କରିଛି । 

ଗତ କିଛିଦିନ ହେବ ଭାରତ ଏବଂ କାନାଡା ମଧ୍ୟରେ ଚାଲିଥିବା କୂଟନୈତିକ ତିକ୍ତତା ମଧ୍ୟରେ ପଡୋଶୀ ବାଂଲାଦେଶ ଏକ  ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଦେଇଛି ।

ଦୈନିକ ଖବରକଗଜ ‘ଦି ହିନ୍ଦୁ’ରେ ପ୍ରକାଶିତ ଏକ ଖବର ଅନୁଯାୟୀ ବାଂଲାଦେଶ ବୈଦେଶିକ ମନ୍ତ୍ରୀ ଏ.କେ ଅବଦୁଲ ମୋମେନ କହିଛନ୍ତି ଯେ କାନାଡା "ହତ୍ୟାକାରୀଙ୍କ ଆଶ୍ରୟସ୍ଥଳୀ ପାଲଟିଛି”।

ଇଣ୍ଡିଆ ଟୁଡେ ଟିଭି ନେଟୱାର୍କକୁ ଦେଇଥିବା ଏକ ସାକ୍ଷାତକାରରେ ଅବଦୁଲ ମୋମେନ କହିଛନ୍ତି ଯେ ବାଂଲାଦେଶର ପ୍ରତିଷ୍ଠାତା ତଥା ପୂର୍ବତନ ରାଷ୍ଟ୍ରପତି ଶେଖ ମୁଜିବୁର ରହମାନ ଏବଂ ତାଙ୍କ ପରିବାର ସଦସ୍ୟଙ୍କ ହତ୍ୟାର ମୁଖ୍ୟ ଅପରାଧୀ ଏସ୍ ଏଚ ଏମ ବି ନୂର ଚୌଧୁରୀ  ୧୯୯୬ ମସିହାରୁ କାନାଡାରେ ରହିଆସୁଛନ୍ତି, କିନ୍ତୁ ତାଙ୍କ ପ୍ରତ୍ୟର୍ପଣ ମାମଲାରେ କାନାଡା କୌଣସି ପ୍ରକାର ସହଯୋଗ କରୁନାହିଁ।

ସେ କହିଛନ୍ତି, "କାନାଡା ନିଜ ଦେଶରେ ହତ୍ୟାକାରୀମାନଙ୍କୁ ଆଶ୍ରୟ ଦେବା ଉଚିତ୍ ନୁହେଁ । ହତ୍ୟାକାରୀମାନେ ଅପରାଧ ଘଟେଇ କାନାଡାକୁ ଆସି ସେଠାରେ ଆଶ୍ରୟ ନେଇ ଖୁବ ଅୟସରେ ଜୀବନଯାପନ କରୁଥିବାବେଳେ ହତ୍ୟାର ଶିକାର ହେଇଥିବା ଲୋକମାନଙ୍କ ପରିବାର ଅତି କଷ୍ଟରେ କାଳତିପାତ କରୁଛନ୍ତି ।"

ମୁଜିବୁର ରହମାନଙ୍କ ହତ୍ୟା ମାମଲାରେ ବାଂଲାଦେଶ କୋର୍ଟ ନୁର ଚୌଧୁରୀଙ୍କୁ ମୃତ୍ୟୁଦଣ୍ଡ ଦେଇଛନ୍ତି । କିନ୍ତୁ କାନାଡା ନୁର ଚୌଧୁରୀଙ୍କୁ ରାଜନୈତିକ ଆଶ୍ରୟ ଦେଇଛି ଏବଂ ବର୍ତ୍ତମାନ ପର୍ଯ୍ୟନ୍ତ ତାଙ୍କୁ ବାଂଲାଦେଶର ପ୍ରତ୍ୟର୍ପଣ ଉଦ୍ୟମକୁ ପ୍ରତ୍ୟାଖ୍ୟାନ କରିଆସୁଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe