ଭାରତ ଓ ପାକିସ୍ତାନରୁ ବିମାନ ଉଡାଣ ଉପରେ ପ୍ରତିବନ୍ଧକ ଲଗାଇଲା କାନାଡା । ୩୦ ଦିନ ପର୍ଯ୍ୟନ୍ତ ଭାରତ ଓ ପାକିସ୍ତାନରୁ କୌଣସି ବିମାନ କାନାଡା ଯାଇପାରିବ ନାହିଁ

193

କନକ ବ୍ୟୁରୋ :  ଭାରତ ଓ ପାକିସ୍ତାନରେ ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କାନାଡା ବେସାମରିକ ବିମାନ ଚଳାଚଳ ବିଭାଗ ଏକ ବଡ ଘୋଷଣା କରିଛନ୍ତି । ଆଗାମୀ ୩୦ ଦିନ ପର୍ଯ୍ୟନ୍ତ ଭାରତ ଓ ପାକିସ୍ତାନରୁ କୌଣସି ବିମାନ କାନାଡା ଯିବାକୁ ଅନୁମତି ମିଳିବ ନାହିଁ ବୋଲି କୁହାଯାଇଛି । କାନାଡା ପରିବହନମନ୍ତ୍ରୀ ଓମର ଲଲ୍ଗବରା କହିଛନ୍ତି କି ଭାରତ ଓ ପାକିସ୍ତାନର ଆସୁଥିବା ଯାତ୍ରୀମାନଙ୍କ ମଧ୍ୟରୁ ଅଧିକାଂଶ କରୋନା ସଂକ୍ରମିତ ବୋଲି ଚିହ୍ନଟ ହେଉଛନ୍ତି ।

 ଏକ ସାମ୍ବାଦିକ ସମ୍ମିଳନୀରେ ଲଲ୍ଗବରା କହିଛନ୍ତି କି ଭାରତ ଓ ପାକିସ୍ତାନରୁ କାନାଡା ଆସୁଥିବା ଅଧିକାଂଶ ଯାତ୍ରୀଙ୍କ ଠାରେ କୋଭିଡ ପଜିଟିଭ୍ ମିଳୁଛି । ଏହାକୁ ନଜରରେ ରଖି ଆଗାମୀ ୩୦ ଦିନ ପର୍ଯ୍ୟନ୍ତ ଭାରତ ଓ ପାକିସ୍ତାନରୁ କାନାଡା ଆସୁଥିବା ସମସ୍ତ କମର୍ସିଆଲ ଓ ଘରୋଇ ଉଡାଣ ଉପରେ ପ୍ରତିବନ୍ଧକ ଲଗାଗଲା । ଏହି ପ୍ରତିବନ୍ଧକ ଗୁରୁବାର ରାତି ୧୧.୩୦ ରୁ ଲାଗୁ ହୋଇଛି ।

ଏହାସହ ମନ୍ତ୍ରୀ କହିଥିଲେ କି ଟକା, ବ୍ୟକ୍ତିଗତ ସୁରକ୍ଷା ଉପକରଣ ଓ ଅନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣରେ ନିୟୋଜିତ ଥିବା କାର୍ଗୋ ବିମାନ ଉପରେ ଏହି ପ୍ରତିବନ୍ଧକ ଲଗାଯାଇ ନାହିଁ । କାନାଡା ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରେଟି ହଜ୍ଜୁ କହିଛନ୍ତି କି ବିମାନଯାତ୍ରୀଙ୍କ ମଧ୍ୟରୁ ମୋଟ ୧.୮ ପ୍ରତିଶତ ଯାତ୍ରୀ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।