କୋଭିଡ-୧୯ ଭୂତାଣୁ ଉପରେ କଣ ରହୁଛି ବିସିଜି ଟୀକାର ପ୍ରଭାବ? ୬ ରାଜ୍ୟରୁ ହଜାରେ ଲୋକଙ୍କ ଉପରେ କରାଯିବ ପ୍ରୟୋଗ

ଆଇସିଏମଆର ଓ ଏନଆଇଆରଟିର ମିଳିତ ସହଯୋଗରେ ଆରମ୍ଭ ହେଲା ଗବେଷଣା

428

କନକ ବ୍ୟୁରୋ: କୋଭିଡ୍ ୧୯ ଭୂତାଣୁ ଉପରେ କଣ ରହିବ ବିସିଜି ଟୀକାର ପ୍ରଭାବ । ଏହାର ପ୍ରଭାବ ନେଇ ଅଧିକ ଗବେଷଣା ଆରମ୍ଭ କରିଛି ଭାରତ । ଏହି ପରୀକ୍ଷାରେ ୬୦ ବର୍ଷରୁ ଅଧିକ ବୟସର ପ୍ରାୟ ଏକ ହଜାର ସୁସ୍ଥ ଭଲ୍ୟୁଂଟିଅରଙ୍କ ଠାରେ ଏହାର ପ୍ରୟୋଗ କରାଯିବ । କୋଭିଡ୍ ୧୯ ସଂକ୍ରମଣ ଅଧିକ ରହିଥିବା ୬ଟି ରାଜ୍ୟରୁ ଏହି ଭଲ୍ୟୁଂଟିଅରଙ୍କୁ ଚୟନ କରାଯିବ । ଆଇସିଏମଆର-ଏନଆଇଆରଟି ମିଳିତ ଭାବେ ଏନେଇ କାମ କରୁଛନ୍ତି । ବିସିଜି ଟୀକା କମ୍ କରାଇପାରେ କୋଭିଡ୍ ୧୯ ସଂକ୍ରମଣର ହାର । ଏନେଇ ଅଧିକ ଗବେଷଣା ଜାରି ରହିଛି ।

ଦେଶରେ ଶିଶୁମାନଙ୍କୁ ଟିବି ରୋଗରୁ ମୁକ୍ତ କରିବାକୁ ପ୍ରୟୋଗ ହୋଇଥାଏ ବିସିଜି ଟୀକା । ବହୁଳ ପରିମାଣରେ ଏହାର ବ୍ୟବହାର କରାଗଲେ ଦେଶରେ କରୋନା ସଂକ୍ରମଣ ଓ ମୃତ୍ୟୁ ହାର କମ୍ ହେବା ନେଇ ବିଦଶରେ ବୈଜ୍ଞାନିକଙ୍କ ରିପୋର୍ଟ ଆସିବା ପରେ ଏବେ ଦେଶରେ ଏନେଇ ପରୀକ୍ଷା ଆରମ୍ଭ କରିଛି ଆଇସିଏମଆର । ତାମିଲନାଡୁ, ମହାରାଷ୍ଟ୍ର, ଗୁଜରାଟ, ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଦିଲ୍ଲୀରେ ଏହାର ପ୍ରାଥମିକ ପରୀକ୍ଷା କରାଯାଉଛି । ଗ୍ରେଟର ଚେନ୍ନାଇ କୋପରେସନ ଏବଂ ତାମିଲନାଡୁ ସ୍ୱାସ୍ଥ୍ୟ ବିଭାଗର ମିଳିତ ସହ ଯୋଗରେ ଅନୁଧ୍ୟାନ କରାଯିବ । ବିଶେଷ ଭାବରେ ଏହି ପରୀକ୍ଷଣରେ ଦେଖିବାକୁ ପଡିବ ସାରସ୍ କୋଭି ୨ ଉପରେ ଏହାର ପ୍ରଭାବ କଣ , ବୟସ୍କଙ୍କ ଉପରେ ଏହା କେତେଦୂର କାମ କରୁଛି ସେ ନେଇ ଅନୁଧ୍ୟାନ କରାଯିବ । ଏହି ଟୀକା ପ୍ରୟୋଗ ପରେ ସମସ୍ତ ବ୍ୟକ୍ତିଙ୍କୁ ଅତି କମରେ ୬ ମାସ ଯାଏଁ ଅନୁଧ୍ୟାନରେ ରଖାଯିବ ।