ଓଡ଼ିଶାରେ ଲୁଚିଛି କି କରୋନା ଔଷଧ ? ନୂଆ ସମ୍ଭାବନା ନେଇ ଆଗକୁ ବଢୁଛି ଓଡ଼ିଶା…ଔଷଧୀୟ ଗୁଣରେ ଭରା ଗନ୍ଧମାର୍ଦ୍ଦନ ପର୍ବତରେ ମିଳିବ କି କରୋନା ମେଡିସିନ୍? ପୁରାଣ କୁହେ ଏହି ପର୍ବତ ହିଁ ଲକ୍ଷ୍ମଣଙ୍କ ପାଇଁ ସାଜିଥିଲା ସଞ୍ଜୀବନୀ, ଏବେ ବିଶେଷଜ୍ଞଙ୍କ ନଜରରେ ଗନ୍ଧମାର୍ଦ୍ଦନ

5,102

କନକ ବ୍ୟୁରୋ: ସାରା ବିଶ୍ୱକୁ ନାକେଦମ୍ କରିଥବା କରୋନା ଔଷଧ କେବେ ବାହାରିବ ଏବଂ କେଉଁ ଦେଶ ଏହାକୁ କେଉଁ ଦେଶ ପାଇବାରେ ସଫଳ ହେବ ସେନେଇ ଚାଇଛି ଉଦ୍ୟମ । ହେଲେ ବର୍ତ୍ତମାନ କରୋନା ଔଷଧ ପାଇଁ ବିଶେଷଜ୍ଞଙ୍କ ନଜରକୁ ଆସିଛି ଓଡିଶାର ଔଷଧୀୟ ଗୁଣରେ ଭରା ଗନ୍ଧମାର୍ଦ୍ଦନ ଓ ଶିମିଳିପାଳ ଭଳି ଜଙ୍ଗଲି ଇଲାକା । କରୋନା ସାରା ବିଶ୍ୱରେ ଆତଙ୍କ ସୃଷ୍ଟି କରିଥିବା ବେଳେ ଓଡିଶା କରୋନା ମୁକାବିଲା ପାଇଁ ଏକ ନୂଆ ସମ୍ଭାବନା ସହ ଆଗକୁ ବଢୁଛି ।

ତେବେ ସବୁଠାରୁ ବଡ଼ କଥା ହେଲା ଓଡିଶାରେ କରୋନା ଔଷଧ ତିଆରି କରିବା ନେଇ ଗବେଷଣା ଆରମ୍ଭ କରିଛି ଆଇଏଲଏସ ବା ଜୀବବିଜ୍ଞାନ ପ୍ରତିଷ୍ଠାନ ଭୁବନେଶ୍ୱର । ଏଥିପାଇଁ ଓଡିଶାର ଗନ୍ଧମାର୍ଦ୍ଦନ ପର୍ବତ ଓ ଶିମିଳିପାଳ ଜଙ୍ଗଲ ଉପରେ ରହିଛି ବିଶେଷଜ୍ଞଙ୍କ ନଜର । ଓଡିଶାର ବିଭିନ୍ନ ଜଙ୍ଗଲରେ ବହୁ ଔଷଧୀୟ ବୃକ୍ଷ ରହିଛି । ଏସବୁରୁ ଥଣ୍ଡା, କାଶ, ସର୍ଦ୍ଦି ପାଇଁ ଅନେକ ଔଷଧ ତିଆରି ହୋଇ ପାରିଛି । ଏଣୁ ବର୍ତ୍ତମାନ ଏସବୁ ଔଷଧୀୟ ବୃକ୍ଷ ସହ ଆଇଏଲଏସ ଭୁବନେଶ୍ୱରରେ ଥିବା କିଛି ରାସାୟନିକ କମ୍ପାଉଣ୍ଡକୁ ନେଇ କରୋନ ଔଷଧ ତିଆରି ପାଇଁ ଗବେଷଣା ଆରମ୍ଭ ହୋଇଥିବା ଜଣା ପଡିଛି ।
ସେପଟେ କରୋନା ଟୀକା ନେଇ ବି ଓଡିଶାରେ ଗବେଷଣା ଆରମ୍ଭ ହୋଇଛି । ଏଥିପାଇଁ ଆନିମଲ ମଡେଲ ଉପରେ ଭୁବନେଶ୍ୱର ଜୀବ ବିଜ୍ଞାନ ଅନୁଷ୍ଠାନ କାମ କରୁଥିବା ନେଇ ସୂଚନା ଦିଆଯାଇଛି । ସବୁଠାରୁ ବଡ କଥା ହେଉଛି କରୋନାର ଗବେଷଣା ଭିତରେ ଜୁନ ଶେଷ ସୁଦ୍ଧା ଭୂତାଣୁର ପୁରା ଗତିବିଧି ଓ ସଂକ୍ରମଣର ଧାରା ଜଣାପଡିଯିବ ବୋଲି ଆଶା ରଖିଛନ୍ତି ଆଇଏଲଏସ ଭୁବନେଶ୍ୱରର ମୁଖ୍ୟ ଡକ୍ଟର ଅଜୟ ପରିଡା ।

ତେବେ ପଢ଼ନ୍ତୁ ଏବେ କରୋନା ଭୂତାଣୁର ରୂପରେଖ କ’ଣ କହୁଛି । କରୋନାର କେଉଁ ଭୂତାଣୁ କେତେ ସକ୍ରିୟ , କେଉଁ ଭୂତାଣୁ ଅଧିକ ସକ୍ରିୟ ରହୁଛି, ଭୂତାଣୁ ଯୋଗୁଁ କାହିଁକି ଲକ୍ଷଣ ପ୍ରକାଶ ପାଉଛି ଓ ପକାଶ ପାଉନାହିଁ? ୫୦୦ ନମୂନାକୁ ନେଇ ଗବେଷଣା କରିବ ଆଇଏଲଏସ । ଜୁନ ଶେଷ ସୁଦ୍ଧା ସ୍ପଷ୍ଟ ହୋଇଯାଇପାରେ ଭୂତାଣୁର ରୂପରେଖ । ପ୍ରଶ୍ନ ଏହା ମଧ୍ୟ ଉଠୁଛି, କେମିତି ବଢିବ ରୋଗ ପ୍ରତିରୋଧକ ଶକ୍ତି? କ୍ଲୋରୋକୁଇନକୁ ନେଇ ବି ଚାଲିଛି ଗବେଷଣା । ରାସାୟନିକ ଲ୍ୟାବର କମ୍ପାଉଣ୍ଡକୁ ସ୍କ୍ରିନିଂ କରାଯିବ । ପୂର୍ବରୁ ଉପଲବ୍ଧ ଔଷଧର ଯାଁଚ ହେବ । ନଜର ପକାନ୍ତୁ ଗନ୍ଧମାର୍ଦ୍ଦ ଓ ଶିମିଳିପାଳର ଔଷଧିୟ ବୃକ୍ଷ ଉପରେ । ଗନ୍ଧମାର୍ଦ୍ଦନରେ ୨୨୦ ପ୍ରକାର ଔଷଧିୟ ବୃକ୍ଷ ଥିବା କହିଛି ବଟନିକାଲ ସର୍ଭେ ଅଫ ଇଣ୍ଡିଆ । ଶିମିଳିପାଳର ୧୮୭ ପ୍ରଜାତି ଗଛ ଉପରେ ଗବେଷଣା ହୋଇଛି ।

ଜ୍ୱର,କାଶ,ଥଣ୍ଡା,ଛିଙ୍କ,ଫ୍ଲୁ ସହ ପେଟ ଓ ଚର୍ମ ରୋଗର ଔଷଧ ନେଇ ଗବେଷଣା ହୋଇଛି । ପୂର୍ବରୁ ପ୍ରସ୍ତୁତ ôକିଛି ଔଷଧ ମଧ୍ୟ ପ୍ରସ୍ତୁତି ହୋଇଛି । ମଣିଷ ଶରୀରରେ ଟୀକା ପରୀକ୍ଷଣ ପୂର୍ବରୁ ଜୀବଜନ୍ତୁଙ୍କ ଶରୀରରେ ପରୀକ୍ଷଣ ହେବ । ଜୀବକୋଷ ଉପରେ ପ୍ରଭାବ ନେଇ ବିଶ୍ଲେଷଣ ହେବ । ଆନିମଲ ମଡେଲ ପ୍ରସ୍ତୁତ କରିବ ଭୁବନେଶ୍ୱର ଜୀବ ବିଜ୍ଞାନ ଅନୁଷ୍ଠାନ । ଆଉ ଟୀକା ପରୀକ୍ଷଣରେ ସହାୟକ ହେବ ଆନିମଲ ମଡେଲ ।

Comments are closed.