ମହମ୍ମଦ ମୋକିମଙ୍କୁ ସୁପ୍ରିମକୋର୍ଟଙ୍କ ଜାମିନ୍ । ଆଇନଜୀବୀ କହିଲେ ଗିରଫଦାରୀରୁ ମିଳିଛି ଆଶ୍ୱସ୍ତି , ହେଲେ ଲଢି ପାରିବେ ନାହିଁ ନିର୍ବାଚନ ।

458

କନକ ବ୍ୟୁରୋ: ମହମ୍ମଦ ମୋକିମଙ୍କୁ ସୁପ୍ରିମ ଆଶ୍ୱସ୍ତି । ଓଆରଏଚଡିସି ଦୁର୍ନୀତି ମାମଲାରେ ମୋକିମଙ୍କୁ ଜାମିନ୍ ପ୍ରଦାନ କରିଛନ୍ତି ସର୍ବୋଚ୍ଚ ନାୟାଳୟ । ତେବେ ଭିଜିଲାନ୍ସ କୋର୍ଟଙ୍କ ଦଣ୍ଡାଦେଶ ଉପରେ ରହିତାଦେଶ ମିଳିନାହିଁ । କେବଳ ଗିରଫଦାରୀକୁ ଏଡାଇବା ପାଇଁ ମିଳିଛି ଜାମୀନ । ଓଆରଏଚଡିସି ଦୁର୍ନୀତି ମାମଲାରେ ମୋକିମଙ୍କୁ ୩ ବର୍ଷ ଦଣ୍ଡାଦେଶ ଶୁଣାଇଥିଲେ ଭିଜିଲାନ୍ସ କୋର୍ଟ । ଏହାକୁ ଚ୍ୟାଲେଞ୍ଜ କରି ପ୍ରଥମେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ କଟକ ବାରବାଟୀ ବିଧାୟକ । ହେଲେ ମାମଲାକୁ ଖାରଜ କରି ଭିଜିଲାନ୍ସ କୋର୍ଟଙ୍କୁ କାଏମ ରଖିଥିଲେ ହାଇକୋର୍ଟ । ପରେ ଏହାକୁ ନେଇ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ମହମ୍ମଦ ମୋକିମ୍ । ସୁପ୍ରିମକୋର୍ଟରୁ ମୋକିମଙ୍କୁ ଜାମିନ ମିଳିବା ପରେ ସେ ଗିରଫଦାରୀରୁ ଆଶ୍ୱସ୍ତ ହୋଇଛନ୍ତି କିନ୍ତୁ ଆଇନ ଅନୁସାରେ ନିର୍ବାଚନ ଲଢିପାରିବେ ନାହିଁ କହିଛନ୍ତି ଆଇନଜୀବୀ ।