କନକ ବ୍ୟୁରୋ: ମହମ୍ମଦ ମୋକିମଙ୍କୁ ସୁପ୍ରିମ ଆଶ୍ୱସ୍ତି । ଓଆରଏଚଡିସି ଦୁର୍ନୀତି ମାମଲାରେ ମୋକିମଙ୍କୁ ଜାମିନ୍ ପ୍ରଦାନ କରିଛନ୍ତି ସର୍ବୋଚ୍ଚ ନାୟାଳୟ । ତେବେ ଭିଜିଲାନ୍ସ କୋର୍ଟଙ୍କ ଦଣ୍ଡାଦେଶ ଉପରେ ରହିତାଦେଶ ମିଳିନାହିଁ । କେବଳ ଗିରଫଦାରୀକୁ ଏଡାଇବା ପାଇଁ ମିଳିଛି ଜାମୀନ । ଓଆରଏଚଡିସି ଦୁର୍ନୀତି ମାମଲାରେ ମୋକିମଙ୍କୁ ୩ ବର୍ଷ ଦଣ୍ଡାଦେଶ ଶୁଣାଇଥିଲେ ଭିଜିଲାନ୍ସ କୋର୍ଟ । ଏହାକୁ ଚ୍ୟାଲେଞ୍ଜ କରି ପ୍ରଥମେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ କଟକ ବାରବାଟୀ ବିଧାୟକ । ହେଲେ ମାମଲାକୁ ଖାରଜ କରି ଭିଜିଲାନ୍ସ କୋର୍ଟଙ୍କୁ କାଏମ ରଖିଥିଲେ ହାଇକୋର୍ଟ । ପରେ ଏହାକୁ ନେଇ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ମହମ୍ମଦ ମୋକିମ୍ । ସୁପ୍ରିମକୋର୍ଟରୁ ମୋକିମଙ୍କୁ ଜାମିନ ମିଳିବା ପରେ ସେ ଗିରଫଦାରୀରୁ ଆଶ୍ୱସ୍ତ ହୋଇଛନ୍ତି କିନ୍ତୁ ଆଇନ ଅନୁସାରେ ନିର୍ବାଚନ ଲଢିପାରିବେ ନାହିଁ କହିଛନ୍ତି ଆଇନଜୀବୀ ।
ମହମ୍ମଦ ମୋକିମଙ୍କୁ ସୁପ୍ରିମକୋର୍ଟଙ୍କ ଜାମିନ୍ । ଆଇନଜୀବୀ କହିଲେ ଗିରଫଦାରୀରୁ ମିଳିଛି ଆଶ୍ୱସ୍ତି , ହେଲେ ଲଢି ପାରିବେ ନାହିଁ ନିର୍ବାଚନ ।
/kanak/media/post_attachments/wp-content/uploads/2024/04/mm-1.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t075448932z-whatsapp-image-2025-12-17-at-12423-pm-2025-12-17-13-24-48.jpeg)