କନକ ବ୍ୟୁରୋ: ରାଜ୍ୟରେ କରୋନା କଟକଣା ବଢିବ କି ନାହିଁ ,ଆଜି କିମ୍ବା କାଲି ନିଷ୍ପତି ନେବେ ରାଜ୍ୟ ସରକାର । ସ୍ୱାସ୍ଥ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର କହିଛନ୍ତି, କଟକଣା ବଢିବା ନେଇ ରାଜ୍ୟ ସରକାର ଆଜି କିମ୍ବା କାଲି ନିଷ୍ପତି ନେବେ । କିଛି କଟକଣା ବଳବତର ରହିବ । ପୁରୀରେ ଶନିବାର ଠାରୁ ସେରୋଲଜିକାଲ ଟେଷ୍ଟ ଆରମ୍ଭ ହୋଇଯାଇଛି । ୧ ତାରିଖରୁ ଗଂଜାମ, ଗଜପତି ଓ କଟକରେ ଆରମ୍ଭ କରାଯିବ ର ତାପରେ ସ୍ଥିତିଦେଖି ଅନ୍ୟ ଜିଲ୍ଲାଗୁଡିକରେ ଏହାକୁ ଲାଗୁ କରାଯିବା ନେଇ ନିଷ୍ପତି ନିଆଯିବ ବୋଲି ପ୍ରଦୀପ୍ତ ମହାପାତ୍ର କହିଛନ୍ତି ।
ଆଇସିଏମଆର ଦ୍ୱାରା ଏହି ଟେଷ୍ଟ କରାଯାଉଛି । ଅବରୋଧ ଅଂଚଳରେ ଥିବା ବିଭିନ୍ନ ଲୋକ, ବ୍ୟବସାୟୀଙ୍କ ଭଳି ବୃତିରେ ଥିବା ଲୋକଙ୍କ ସାମ୍ପୁଲ ନେବାପରେ ସେମାନଙ୍କ ଇମ୍ୟୁନିଟି ପରୀକ୍ଷା କରିବ ଆଇସିଏମଆର । ଏହା ସହ ଓଡିଶାକୁ ରେମଡିସିଭର, ଫାଭିଫ୍ଲୁ ଭଳି ଔଷଧ କିଛି ମେଡିକାଲକୁ ଆସିସାରିଥିବା ସେ କହିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg) 
   Follow Us
 Follow Us/kanak/media/post_attachments/wp-content/uploads/2020/06/28-13.jpg)