କାର୍ତ୍ତିିକରେ ଖୋଲିବ କି ଶ୍ରୀମନ୍ଦିର? ନିଯୋଗ ଓ ବରିଷ୍ଠ ସେବାୟତଙ୍କ ସହ ଆଲୋଚନା କଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ଆସନ୍ତା ୧୬ ପର୍ଯ୍ୟନ୍ତ ପ୍ରତିଦିନ ହେବ ବିଚାର ବିମର୍ଶ, ନିଆଯିବ ମତାମତ ।

84

କନକ ବ୍ୟୁରୋ : ସାଧାରଣ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ଖୋଲାଯିବା ପ୍ରସଙ୍ଗକୁ ନେଇ ଆଜିଠାରୁ ମତାମତ ସଂଗ୍ରହ ଓ ବିଚାର ବିମର୍ଶ ଆରମ୍ଭ ହୋଇଛି । ୪ଟି ନିଯୋଗ ଏବଂ ବରିଷ୍ଠ ସେବାୟତ ମାନଙ୍କ ସହିତ ଆଲୋଚନା କରିଛି ଶ୍ରୀମନ୍ଦିର ପ୍ରଶାସନ । ପର୍ଯ୍ୟାୟ କ୍ରମେ ଏହି ବିଚାର ବିମର୍ଶ କରାଯିବ । ଆସନ୍ତା ୧୬ ତାରିଖ ପର୍ଯ୍ୟନ୍ତ ପ୍ରତିଦିନ ବିଚାର ବିମର୍ଶ ଏବଂ ମତାମତ ସଂଗ୍ରହ କରାଯିବ । କୋଭିଡ଼-୧୯ କଟକଣା ଯୋଗୁଁ ଭିଡ଼ିଓ କନଫରେନ୍ସିଂ ଜରିଆରେ ଏହି ବୈଠକ ଅନୁଷ୍ଠିତ ହେବ ।

ତେବେ ଅଧିକାଂଶ ସେବାୟତ, କାର୍ତିକ ମାସ ଓ ନାଗାର୍ଜୁନ ବେଶ ପରେ ଶ୍ରୀମନ୍ଦିର ଭକ୍ତଙ୍କ ପାଇଁ ଖୋଲିବାକୁ ପ୍ରସ୍ତାବ ଦେଇଛନ୍ତି । ଏହାକି ନେଇ ଏବେ ଶ୍ରୀମନ୍ଦିର ଖୋଲାଯାଇପାରେ ବୋଲି ଚର୍ଚ୍ଚା ହେଉଛି । ହେଲେ ଏନେଇ ବିଚାର ବିମର୍ଶ ଓ ମତାମତ ନିଆଯିବାପରେ ନିଷ୍ପତ୍ତି ନିଆଯିବ ।

କରୋନା ଯୋଗୁଁ ରାଜ୍ୟରେ ସବୁ ମନ୍ଦିର ସହ ଶ୍ରୀମନ୍ଦିର ବନ୍ଦ ରହିଛି । ସଂକ୍ରମଣକୁ ଦୃଷ୍ଟିରେ ରଖି ମନ୍ଦିରକୁ ବନ୍ଦ କରାଯାଇଥିଲା । କମ ସେବାୟତରେ ଶ୍ରୀମନ୍ଦିର ନୀତିକାନ୍ତି କରାଯାଉଛି । ହେଲେ ଆଗକୁ କାର୍ତ୍ତିକ ମାସ ଆସୁଥିବାରୁ ମନ୍ଦିର ଖୋଲିବା ନେଇ ପ୍ରସ୍ତାବ ଦିଆଯାଇଛି । ତେବେ ମନ୍ଦିର ଖୋଲିବ ନା ନାହିଁ ତା ଉପରେ ରହିଛି ସମସ୍ତଙ୍କ ନଜର ।