ଗୋମୂତ୍ରରେ କ୍ୟାନ୍ସରର ଚିକିତ୍ସା ସମ୍ଭବ କି ? ଜାଣନ୍ତୁ ବିଶେଷଜ୍ଞଙ୍କ ରାୟ ।

27

ଗତ କିଛି ଦିନ ହେବ ଗୋମୂତ୍ର ଦ୍ୱାରା କ୍ୟାନ୍ସର ଭଲ ହେଉଥିବା କଥା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିଲା । ତେବେ ବାସ୍ତବରେ ଏହା କେତେଦୁର ସତ ତାହା ଆସନ୍ତୁ ଜାଣିବା । ମେଡିକାଲ ଆଣ୍ଡ ପେଡିଆଟ୍ରିକ ଆକ୍ନୋଲୋଜୀ ଆସୋସିଏଟ ପ୍ରଫେସର ବେଂକଟରମଣ ରାଧାକୃର୍ଷ୍ଣଙ୍କ କହିବା ଅନୁସାରେ, ଗୋମୂତ୍ର ପିିଇବା ଦ୍ୱାରା କ୍ୟାନ୍ସର ଭଲ ହୋଇନଥାଏ । କ୍ୟାନ୍ସରର ଚିକିତ୍ସା ପାଇଁ ଗୋମୂତ୍ର ବ୍ୟବହାର କରିବାର କୌଣସି ଆବଶ୍ୟକତା ନାହିଁ । ସେ ଏହା ମଧ୍ୟ କହିଛନ୍ତି, ତାଙ୍କ ସାଥୀ କିମ୍ବା ସେ ନିଜେ ଆଜି ପର୍ଯ୍ୟନ୍ତ କୌଣସି ଏପରି ରୋଗୀ ଦେଖିନାହାଁନ୍ତି ଯିଏ ଗୋମୂତ୍ର ପିଇ କ୍ୟାନ୍ସରରୁ ମୁକ୍ତି ପାଇଥିବ ।

ଗତ କିଛିଦିନ ପୂର୍ବରୁ ଖବରକାଗଜରେ ପ୍ରକାଶ ପାଇଥିବା ଏକ ଖବର ଲୋକମାନଙ୍କୁ ଦ୍ୱନ୍ଦରେ ପକାଇଦେଇଥିଲା । ଗୁଜୁରାଟର ଜୁନାଗଡ ବିଶ୍ୱବିଦ୍ୟାଳୟର ବାୟୋଟେକ୍ନୋଲୋଜି ବୈଜ୍ଞାନିକ ଦାବି କରି କହିଛନ୍ତି ସେ ଗୋମୂତ୍ରକୁ ବ୍ୟବହାର କରି କ୍ୟାନ୍ସରକୁ ଭଳ କରିବାରେ ସଫଳ ହୋଇଛନ୍ତି । କିନ୍ତୁ ଏଯାଏ ଏହାର କୌଣସି ପ୍ରମାଣ ମିଳିପାରିନାହିଁ ।

ଦିଲ୍ଲୀର ଆକ୍ନୋଲୋଜିଷ୍ଟ ଡ. ଅମିତ ଅଗ୍ରୱାଲଙ୍କ କହିବା ଅନୁସାରେ, ସେ ତାଙ୍କ ମେଡିକାଲ କ୍ୟାରିୟରର ୨୦ ବର୍ଷ ଅଭିଜ୍ଞତା ମଧ୍ୟରେ ଏପରି କୌଣସି ଘଟଣା ଦେଖିବାକୁ ପାଇନାହାଁନ୍ତି । ସେ କହିଛନ୍ତି ବିନା ପରିକ୍ଷାରେ କୌଣସି ଜିନିଷକୁ ଔଷଧ ମାନି କ୍ୟାନ୍ସର ରୋଗରେ ପ୍ରୟୋଗ କରିବା ଅନୁଚିତ । ବିନା ପରିକ୍ଷାରେ କୌମସି ପଦାର୍ଥକୁ କ୍ୟାନ୍ସର ରୋଗ ଉପରେ ପ୍ରୟୋଗ କରିବା ସାଂଘାତିକ ହୋଇପାରେ ।

ଏହି ଘଟଣା ସମ୍ପର୍କରେ ରାଧାକୃର୍ଷ୍ଣ ତାଙ୍କର ମତାମତ ପ୍ରଦାନ କରି କହିଛନ୍ତି, ଗୋମୂତ୍ର ଏବଂ ମନୁଷ୍ୟର ମୂତ୍ର ମଧ୍ୟରେ କୌଣସି ପାର୍ଥକ୍ୟ ନାହିଁ । ଏଥିରେ ୯୫ ପ୍ରତିଶତ ପାଣିକୁ ଛାଡି ସୋଡିୟମ, ପୋଟାସିୟମ, ଫସ୍ପୋରସ ଭଳି ଅନେକ ଖଣିଜ ପଦାର୍ଥ ଉପଲବ୍ଧ ରହିଛି । କିନ୍ତୁ ଏଥିରେ କ୍ୟାନ୍ସରକୁ ଭଲକଲା ଭଳି କୌଣସି ଔଷଧୀୟ ଗୁଣ ନାହିଁ । ଗୋମୂତ୍ର କେବଳ ଚାଷ ଜମିରେ ପକାଇବା ପାଇଁ ଉପଯୋଗୀ ଅଟେ । ଗୋମୂତ୍ର ଦ୍ୱାରା କୌଣସି ପରିସ୍ଥିତିରେ କ୍ୟାନ୍ସରକୁ ଭଲ କରାଯାଇପାରିବ ନାହିଁ ।