ଆଉ ଚାଲିବନି ଚାଇନାର ଯାଦୂ…ବିଦେଶୀ ଆପର ଛୁଟି କରିବ ସ୍ୱଦେଶୀ ଆପ୍: କ୍ୟାମସ୍କାନର ଜାଗା ନେବ ଭାରତ ସ୍କାନର…

340

କନକ ବ୍ୟୁରୋ: ଭାରତୀୟ ବଜାରରେ ଆଉ ଚାଲିବନି ଚାଇନା ଆପର ରାଜ୍ । ଏଣିକି ଚାଇନା ଆପର ଜାଗା ନେବ ସ୍ୱଦେଶୀ ଆପ୍ । ଡାଟା ପ୍ରାଇଭେନ୍ସିକୁ ନଜରରେ ରଖି ଭାରତ ସରକାର ଚୀନର ପ୍ରାୟ ୫୯ଟି ଆପକୁ ଭାରତରେ ପ୍ରତିବନ୍ଧକ ଲଗାଇଛନ୍ତି । ତେବେ ଭାରତରେ ବ୍ୟାନ ହୋଇଥିବା ଆପଗୁଡିକ ମଧ୍ୟରେ କ୍ୟାମ ସ୍କାନର ଏବଂ ଟିକଟକ୍ ଭଳି ଅନେକ ଲୋକପ୍ରିୟ ଆପ ସାମିଲ ହୋଇଥିବା ବେଳେ ଏବେ ଏହି ଆପଗୁଡିକର ବିକଳ୍ପ ଖୋଜା ଚାଲିଛି ।

ଏହି କ୍ରମରେ କ୍ୟାମସ୍କାନର ଭଳି ଆପକୁ ବ୍ୟାନ କରାଯିବା ପରେ ଭାରତରେ ବହୁ ସଂଖ୍ୟକ ୟୁଜର୍ସଙ୍କୁ ଅନେକ ସମସ୍ୟା ଦେଇ ଗତିକରିବାକୁ ପଡୁଛି । ତେଣୁ ଏଭଳି ୟୁଜର୍ସଙ୍କ ପାଇଁ ଏବେ ଆସିଛି ଏକ ଭଲ ଖବର । କ୍ୟାମସ୍କାନର ଭଳି ଏକ ଲଂଚ ହେଲା ଭାରତ ସ୍କାନର । ଫଳରେ ଭାରତସ୍କାନର ଆପକୁ ବ୍ୟବହାର କରି ଆପଣ ଆପଣଙ୍କର ବହୁ ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜକୁ ସ୍କାନ କରିପାରିବେ । ଏଥିସହିତ ଏହି ଆପକୁ ବ୍ୟବହାର କରି ଅନେକ ଫାଇଲକୁ ପିଡିଏଫରେ ମଧ୍ୟ ଆପଣ କନଭର୍ଟ କରିପାରିବେ ।

ଭାରତ ସ୍କାନରର ଆଧିକାରୀକ େଓବସାଇଟରେ ଦିଆଯାଇଥିବା ସୂଚନା ଅନୁସାରେ, ଏଥିରେ ଥିବା ଆପଣଙ୍କର ତଥ୍ୟ ସଂପୂର୍ଣ୍ଣ ସୁରକ୍ଷିତ । ଏହି ଆପ କେବଳ ଆପଣଙ୍କ ଫୋନରେ ଆପଣଙ୍କ ତଥ୍ୟ ରଖିଥାଏ । ଏଥିସହିତ ଏହି ସ୍ୱଦେଶୀ ।ପରେ ଅଟୋ ଏଜ କ୍ରିପିଂ ଭଳି ଫିଚର୍ସ ମଧ୍ୟ ଦିଆଯାଇଛି । ବଡ ହେଉଛି, ଭାରତ ସ୍କାନର ଆପଟି ପୂରା ମାଗଣା ଏବଂ ଏହି ଆପଟିକୁ ଆପଣ ଗୁଗୁଲ ପ୍ଲେ ଷ୍ଟୋରକୁ ଯାଇ ଅତି ସହଜରେ ଡାଉନଲୋଡ ମଧ୍ୟ କରିପାରିବେ ।