କନକ ବ୍ୟୁରୋ : ଛାତ୍ର ସଂସଦ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ସରଗରମ ଏବେ କ୍ୟାଂପସ। ଗତକାଲି ପିଜି କାଉନସିଲ ବୈଠକରେ ନିଷ୍ପତି ହୋଇଛି ଚଳିତ ବର୍ଷ ବାଣୀବିହାରରେ ଛାତ୍ର ସଂସଦ ନିର୍ବାଚନ ହେବ। ଏହା ପରେ ଖୁସି ଜାହିର କରିଛନ୍ତି ଛାତ୍ରଛାତ୍ରୀ।
ତେବେ ଲିଙ୍ଗଡୋ କମିଶନଙ୍କ ସୁପାରିଶ ଅନୁସାରେ କୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେଲେ ନିର୍ବାଚନକୁ ଗତବର୍ଷ ପରି ବାତିଲ କରାଯିବ ବୋଲି କାଉନସିଲ ରୋକଠୋକ ଶୁଣାଇ ଦେଇଛି। ସେପଟେ ଭୁବନେଶ୍ୱର ମହର୍ଷି କଲେଜରେ ମଧ୍ୟ ଛାତ୍ର ରାଜନୀତି ଜୋର ଧରିଛି। ବର୍ତମାନଠାରୁ ପିଲାଙ୍କୁ ନିଜ ଆଡକୁ ଆକର୍ଷିତ କରିବା ପାଇଁ ଉଦ୍ୟମ ଚାଲିଛି। ଆସନ୍ତା ୫ ତାରିଖରେ ଛାତ୍ର ସଂସଦ ନିର୍ବାଚନ ପାଇଁ ବିଜ୍ଞପ୍ତି ଜାରି କରିସାରିଛି ଉଚ୍ଚ ଶିକ୍ଷା ବିଭାଗ।
ଏହା ସହ ଦେଖନ୍ତୁ ଏହି ଭିଡିଓ –
Follow Us