ପାଖେଇ ଆସୁଛି ନିର୍ବାଚନ ତାରିଖ, ଉତରପ୍ରଦେଶର ରାଜନୀତି ହେଉଛି ଉଷ୍ମ

134

କନକ ବ୍ୟୁରୋ: ୟୁପିରେ ନିର୍ବାଚନୀ ତାରିଖ ଯେତେ ପାଖେଇ ଆସୁଛି ରାଜ୍ୟ ରାଜନୀତରେ ମଧ୍ୟ ସେତିକି ତାତି ଦେଖିବାକୁ ମିଳିଛି । ୟୁପି ହାସଲ କରିବା ପାଇଁ ବିଭିନ୍ନ ରାଜନୈତିକ ଜୋରଦାର ପ୍ରଚାର କରୁଛନ୍ତି । ସେପଟେ ନିର୍ବାଚନ ପୁର୍ବରୁ ଅପରାଧୀକ ରେକର୍ଡ ଥିବା ଅପରାଧୀଙ୍କୁ ସାବଧାନ କରୁଛି ୟୁପି ପୁଲିସ ।

ଉତରପ୍ରଦେଶରେ ପାଖେଇ ଆସୁଛି ବିଧାନସଭା ନିର୍ବାଚନ । ଯାହାକୁ ନେଇ ବିଭିନ୍ନ ରାଜନୈତିକ ଦଳ ଜୋର ସୋର ପ୍ରସ୍ତୁତି ଚଳାଇଛନ୍ତି । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ସାହା ମୁଜଫରନଗରରେ ଘର ଘର ବୁଲି ଲିଫଲେଟ ବାଂଟୁଛନ୍ତି । ସେହିପରି ୟୁପି ଉପ-ମୁଖ୍ୟମନ୍ତ୍ରୀ ଦିନେଶ ସର୍ମା ମଧ୍ୟ ଘର ଘର ବୁଲି ପ୍ରଚାର କରୁଥିବା ଦେଖିବାକୁ ମିଳିଛି । ୟୁପି ବିଜୟ କରିବାପାଇଁ ପୁରା ବିଜେପି ପୁରା ଦମ ଲଗେଇଥିବା ବେଳେ କଂଗ୍ରସ ସପା ଓ କଂଗ୍ରେସ ମଧ୍ୟ ଉଦ୍ୟମ କରୁଛନ୍ତି । ଏହାରି ଭିତରେ ନେତାଙ୍କ ଭିତରେ ଦେଖିବାକୁ ମିଳୁଛି ଜବରଦସ୍ତ ବୟାନବାଜୀ । ଶୁକ୍ରବାର ସପା ମୁଖ୍ୟଙ୍କ ହେଲିକପ୍ଟର ଡେରି ହେବା ଘଟଣାରେ ଅଖିଳେଶ ଯାଦବଙ୍କୁ ପାଲଟା ଯବାବ ଦେଇଛି ବିଜେପି । ବିଜେପି କହିଛି, ଏବେ ଅଖିଳେସଙ୍କ ହେଲିକପ୍ଟର ଡେରି ହେଲା ଆଗକୁ ତାଙ୍କ ସାଇକେଲ ପମ୍ପଚର ହୋଇଯିବ ।

ଏଥର ବିଧାନସଭା ନିର୍ବାଚନରେ ସମାଜବାଦି ପାର୍ଟି ଓ ରାଷ୍ଟ୍ର୍ିୟ ଲୋକ ଦଳ ଏକାଠି ନିବାର୍ଚନ ଲଢିବା ନେଇ ଘୋଷଣା କରିଛନ୍ତି । ଯାହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ସପା ମୁଖ୍ୟ ଅଖିଳେଶ ଯାଦବ ଓ ଆରଏଲଡି ନେତା ଜୟନ୍ତ ଚୌଧୀରି । ସେପଟେ ମେଂଟ ନେଇ ଅଖିଳେଶ ଯାଦବଙ୍କୁ ଟାର୍ଗେଟ କରିଛନ୍ତି ଗୃହମନ୍ତ୍ରୀ ଅମିତ ସାହା । ଗୃହମନ୍ତ୍ରୀ କହିଛନ୍ତି, ସପା ନିର୍ବାଚନ ଜିତିଲେ ଜୟନ୍ତ ଚୌଧୁରୀଙ୍କୁ ବିଦାକରି ବିବାଦୀୟ ନେତା ଆଜମ ଖାନ୍ଙ୍କୁ ବାଛିବ । ଆଉ କିଛି ଦିନରେ ହେବ ନିର୍ବାଚନ । ଆଉ ଏଥର ଉତର ପ୍ରଦେଶରେ ବିଜେପି ଓ ସମାଜବାଦୀ ପାର୍ଟୀ ଭିତରେ ଜବରଦସ୍ତ ଟକ୍କର ହେବ ବୋଲି ଆଶା କରାଯାଉଛି ।