ବ୍ରିଜ୍ ନାହିଁ ତ ଭୋଟ୍ ବି ନାହିଁ : ୨୦୧୧ ରୁ ଆସି ୨୦୨୧ ହେଲାଣି ହେଲେ ସମ୍ପୂର୍ଣ୍ଣ ହୋଇପାରୁନି ବ୍ରିଜ୍ କାମ

ସମସ୍ୟା ଜଣାଉଛନ୍ତି ଭୋଟର; ୩୦ ହେବ ପିପିଲି ଉପନିର୍ବାଚନ

91

କନକ ବ୍ୟୁରୋ : ଆରମ୍ଭ ହେଲା ପିପିଲି ଲଢେଇ ପାଇଁ ଟକ୍କର । ଗାଁ କୁ ଗାଁ ବୁଲି ପ୍ରଚାର ଆରମ୍ଭ କରିଛନ୍ତି ବିଭିନ୍ନ ରାଜନୈତିକ ଦଳ । ଏହାରି ଭିତରେ ପିପିଲି ନିର୍ବାଚନୀ ମଣ୍ଡଳୀର ଡେଲାଙ୍ଗ ବ୍ଲକର ଘୋରଡିଆ ପଂଚାୟତର ଜୋରକୋଣି, ତିଗିରିଆ ଲୋକେ ଭୋଟ ବର୍ଜନ ପାଇଁ ନିଷ୍ପତ୍ତି ନେଇଛନ୍ତି  । ଗାଁକୁ ଭଲ ରାସ୍ତା ନଥିବାରୁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି  । ୨୦୧୧ ରୁ ଆସି ୨୦୨୧ ହେଲାଣି ହେଲେ ବ୍ରିଜ୍ କାମ ସମ୍ପୂର୍ଣ୍ଣ ହୋଇପାରୁନି । ଏପରିକି ଡଙ୍ଗାରେ ଯାତାୟତ ମଧ୍ୟ କରୁଛନ୍ତି । ପ୍ରଶାସନକୁ ଅନେକ ଥର କହିବା ପରେ ବ୍ରିଜ କାମ ଆରମ୍ଭ ହୋଇଥିଲା । ତାହା ବି ଅଧ ପନ୍ତରିଆ ହୋଇ ପଡ଼ିରହିଛି । ଲୋକେ ଯାତାୟତ କରିବାରେ ନାନା ଅସୁବିଧା ମଧ୍ୟ ହେଉଛି । ଗାଁକୁ ରାସ୍ତା ନଥିବାରୁ ଲୋକେ ଭୋଟ ବର୍ଜନ ପାଇଁ ନିଷ୍ପତ୍ତି ନେଇଛନ୍ତି ।

ବିଜେଡିର ପ୍ରାର୍ଥୀ ରୁନ୍ଦ୍ର ମହାରଥୀଙ୍କ ପାଇଁ ସୋମବାର ଦିନ ପୁରୀ ସାଂସଦ ପିନାକୀ ମିଶ ପ୍ରଚାର କରିଥିଲେ । ସେହିପରି ବିଜେଡିକୁ ଟକ୍କର ଦେବା ପାଇଁ ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ ବି ପ୍ରଚାର ଜାରି ରଖିଛନ୍ତି । ଅନ୍ୟ ପଟେ କଂଗ୍ରେସ ପ୍ରାର୍ଥୀ ବିଶ୍ୱକେଶନ ହରିଚନ୍ଦନ ମହାପାତ୍ର ବି ପ୍ରଚାର କରିଛନ୍ତି । ସୋମବାରଦିନ କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଛନ୍ତି ସୁର ରାଉତରାୟ । ପିପିଲିରେ ୩୦ ସପ୍ଟେମ୍ବରରେ ଭୋଟ ପଡିବାକୁ ଯାଉଥିବାବେଳେ ୩ ଅକ୍ଟୋବରରେ ଜନାଦେଶ ଆସିବ । ପିପିଲି ବିକାଶ ଓ ଲୋକଙ୍କ ସମସ୍ୟା ଏବେ ପ୍ରାର୍ଥୀଙ୍କ ପାଇଁ ମୁଖ୍ୟ ପ୍ରସଙ୍ଗ ପାଲଟିଛି ।