କନକ ବ୍ୟୁରୋ: ୨୦୨୪ ସାଧାରଣ ନିର୍ବାଚନ ପାଖେଇ ଆସିଲାଣି । ଆଉ ଭୁବନେଶ୍ୱରରେ କାନ୍ଥରେ ଲାଗିଛି ରାଜନୀତିର ରଙ୍ଗ । ଜୋର ଧରିଲାଣି କାନ୍ଥବାଡରେ ପ୍ରଚାର । ରାଜଧାନୀର ଗଳିକନ୍ଦିରେ ୱାଲପେଣ୍ଟିଂ ଚର୍ଚ୍ଚାର ବିଷୟ ହୋଇଛି । ଘରେ ଘରେ ଶଙ୍ଖକୁ ଟକ୍କର ଦେଉଛି ଆଉ ଥରେ ଅପରାଜିତା ୱାଲପେଣ୍ଟିଂ ।

Kanak News is now on WhatsApp
Join and get latest news updates delivered to you via WhatsApp
ନିର୍ବାଚନ ପୂର୍ବରୁ ଭୁବନେଶ୍ୱରରେ କାନ୍ଥବାଡରେ ଜମିଲାଣି ଜୋରଦାର ଲଢେଇ । ଆଉ ଲଢେଇ ଆରମ୍ଭ ହୋଇଛି ବିଜେପି ବନାମ ବିଜେଡି ମଧ୍ୟରେ । ରାଜଧାନୀରେ କାନ୍ଥରେ ହେଲାଣି ନିର୍ବାଚନ ପ୍ରଚାର । ନିର୍ବାଚନକୁ ଆଖି ଆଗରେ ରଖି ଅପରାଜିତା ଷଡଙ୍ଗୀ ପ୍ରଚାର ଆରମ୍ଭ କରିଦେଇଛନ୍ତି । ସେ କାନ୍ଥବାଡରେ ଲେଖିବା ଆରମ୍ଭ କରିଦେଇଛନ୍ତି ଦଳୀୟ ଚିହ୍ନ ସହ ଆଉ ଥରେ ଅପରାଜିତା ସ୍ଲୋଗାନ । ସେହିଭଳି ବିଜେଡି ଦଳୀୟ ଚିହ୍ନ ସହ ବିଭିନ୍ନ ସ୍ଲୋଗାନକୁ ଲେଖି ଚାଲିଛି । ଆଉ ଏହି ୱାଲପୋଷ୍ଟର ମାଧ୍ୟମରେ ବିଜେପି ଓ ବିଜେଡି ଲୋକଙ୍କ ନିକଟରେ ପଂହଚିବାକୁ ଉଦ୍ୟମ ଆରମ୍ଭ କରିଛନ୍ତି । ବିଜେପି କହିଛି, ଏହା ୨୦୨୪ ପାଇଁ ସମରସଜ୍ଜା । କିନ୍ତୁ ବିଏମସି ଏହାକୁ ଜାଣିଶୁଣି ଲିଭେଇ ଦେଉଛି । ବିଜେଡି କହିଛି, ଦଳ କେବେ ନିର୍ବାଚନକୁ ଅପେକ୍ଷା କରେନାହିଁ । ସବୁବେଳେ ଲୋକଙ୍କ ପାଇଁ ପ୍ରସ୍ତୁତ ଥାଏ ।
ଭୁବନେଶ୍ୱର କାନ୍ଥରେ ଏଭଳି ରାଜନୀତିର ରଙ୍ଗ ଲାଗିବା ପରେ ରାଜନୀତି ବି ସରଗରମ ହୋଇଛି । ଗଳିକନ୍ଦିରେ ଏଭଳି ୱାଲ ପେଣ୍ଟିଂ ହୋଇଛି । ଭୁବନେଶ୍ୱର ଓ ସହର ବାହାରେ ବହୁ ମାତ୍ରାରେ ଅପରାଜିତାଙ୍କ ୱାଲପେଟିଂ ଦେଖିବାକୁ ମିଳିଛି । ଆଉ ଏହାକୁ କାଂଉଟର କରିବାକୁ ବିଜେଡି ପକ୍ଷରୁ ôକାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଯେଉଁଠି ସ୍ଲୋଗାନ ଥାଇ ବିଜେଡିର ଶଙ୍ଖ ଚିହ୍ନ ହୋଇଛି, ତାର ଠିକ୍ ପାଖର ପଦ୍ମ ଚିହ୍ନ ସହ ଆଉ ଥରେ ଅପରାଜିତା ଲେଖାଯାଇ ୱାଲପେଟିଂ କରାଯାଉଛି । କିନ୍ତୁ ବିଜେଡି ଓ ବିଜେପିର ଏହି ୱାଲ ପେଣ୍ଟିଂ ଲଢେଇ ଭିତରେ କଂଗ୍ରେସ କହିଛି, କାନ୍ଥରେ ପ୍ରଚାରର ଯୁଗ ଆଉ ନାହିଁ । ଦଳ ସୋସିଆଲ ମିଡିଆରେ ପ୍ରଚାର କରିବାରେ ସକ୍ରିୟ ଅଛି । ନିର୍ବାଚନ ପାଇଁ ଆହୁରି ସମୟ ଅଛି । କିନ୍ତୁ ୱାଲପେଟିଂରୁ ଗୋଟିଏ କଥା ସ୍ପଷ୍ଟ ହୋଇଛି ଆଗକୁ ଲଢେଇ ଜୋରଦାର ହେବ ।