ନିର୍ବାଚନ ପୂର୍ବରୁ ଭୁବନେଶ୍ୱରରେ ଜମିଲାଣି କାନ୍ଥବାଡରେ ପ୍ରଚାର । ଘରେ ଘରେ ଶଙ୍ଖ ବନାମ  ପଦ୍ମ । ପୁଣି ଛିଡାହେବା ଲକ୍ଷ୍ୟରେ ପ୍ରଚାର ଆରମ୍ଭ କଲେଣି ଅପରାଜିତା 

123

କନକ ବ୍ୟୁରୋ: ନିର୍ବାଚନ ପୂର୍ବରୁ ଭୁବନେଶ୍ୱରରେ କାନ୍ଥବାଡରେ ଜମିଲାଣି ଜୋରଦାର ଲଢେଇ ।  ଆଉ ଲଢେଇ ଆରମ୍ଭ ହୋଇଛି ବିଜେପି ବନାମ  ବିଜେଡି ମଧ୍ୟରେ  ।  ରାଜଧାନୀରେ କାନ୍ଥରେ ହେଲାଣି  ନିର୍ବାଚନ ପ୍ରଚାର ।  ନିର୍ବାଚନକୁ ଆଖି ଆଗରେ ରଖି ଅପରାଜିତା ଷଡଙ୍ଗୀ  ପ୍ରଚାର ଆରମ୍ଭ କରିଦେଇଛନ୍ତି  । ସେ କାନ୍ଥବାଡରେ ଲେଖିବା ଆରମ୍ଭ କରିଦେଇଛନ୍ତି ଦଳୀୟ ଚିହ୍ନ ସହ ଆଉ ଥରେ ଅପରାଜିତା ସ୍ଲୋଗାନ ।  ସେହିଭଳି ବିଜେଡି ଦଳୀୟ ଚିହ୍ନ ସହ ବିଭିନ୍ନ ସ୍ଲୋଗାନକୁ ଲେଖି ଚାଲିଛି । ଆଉ ଏହି ୱାଲପୋଷ୍ଟର ମାଧ୍ୟମରେ ବିଜେପି ଓ ବିଜେଡି ଲୋକଙ୍କ ନିକଟରେ ପହଞ୍ଚିବାକୁ ଉଦ୍ୟମ ଆରମ୍ଭ କରିଛନ୍ତି । ବିଜେପି କହିଛି, ଏହା ୨୦୨୪ ପାଇଁ ସମରସଜ୍ଜା  । କିନ୍ତୁ ବିଏମସି ଏହାକୁ ଜାଣିଶୁଣି ଲିଭେଇ ଦେଉଛି । ବିଜେଡି କହିଛି, ଦଳ କେବେ ନିର୍ବାଚନକୁ ଅପେକ୍ଷା କରେନାହିଁ ।  ସବୁବେଳେ ଲୋକଙ୍କ ପାଇଁ ପ୍ରସ୍ତୁତ ଥାଏ ।

ଭୁବନେଶ୍ୱର କାନ୍ଥରେ ଏଭଳି ରାଜନୀତିର ରଙ୍ଗ ଲାଗିବା ପରେ  ରାଜନୀତି ବି ସରଗରମ ହୋଇଛି । ଗଳିକନ୍ଦିରେ ଏଭଳି ୱାଲ ପେଣ୍ଟିଂ ହୋଇଛି । ଭୁବନେଶ୍ୱର ଓ ସହର ବାହାରେ ବହୁ ମାତ୍ରାରେ ଅପରାଜିତାଙ୍କ ୱାଲପେଟିଂ ଦେଖିବାକୁ ମିଳିଛି । ଆଉ ଏହାକୁ କାଂଉଟର କରିବାକୁ ବିଜେଡି ପକ୍ଷରୁ ôକାର୍ଯ୍ୟକ୍ରମ ଆରମ୍ଭ ହୋଇଛି ।  ଯେଉଁଠି ସ୍ଲୋଗାନ ଥାଇ ବିଜେଡିର ଶଙ୍ଖ  ଚିହ୍ନ ହୋଇଛି, ତାର ଠିକ୍ ପାଖର ପଦ୍ମ ଚିହ୍ନ ସହ ଆଉ ଥରେ ଅପରାଜିତା ଲେଖାଯାଇ ୱାଲପେଟିଂ କରାଯାଉଛି । କିନ୍ତୁ ବିଜେଡି ଓ ବିଜେପିର ଏହି ୱାଲ ପେଣ୍ଟିଂ ଲଢେଇ ଭିତରେ କଂଗ୍ରେସ କହିଛି, କାନ୍ଥରେ ପ୍ରଚାରର ଯୁଗ ଆଉ ନାହିଁ । ଦଳ ସୋସିଆଲ ମିଡିଆରେ ପ୍ରଚାର କରିବାରେ ସକ୍ରିୟ ଅଛି ।  ନିର୍ବାଚନ ପାଇଁ ଆହୁରି ସମୟ ଅଛି । କିନ୍ତୁ ୱାଲପେଟିଂରୁ ଗୋଟିଏ କଥା ସ୍ପଷ୍ଟ ହୋଇଛି  ଆଗକୁ ଲଢେଇ ଜୋରଦାର ହେବ ।