ଜମୁଛି ପ୍ରଚାର: ତିର୍ତ୍ତୋଲରେ ବିଧାୟକ ଓ ସାଂସଦ ପ୍ରାର୍ଥୀଙ୍କ ଜୋରଦାର ପ୍ରଚାର । ନବରଙ୍ଗପୁରରେ ଚାଲିଛି ପ୍ରଦୀପ ମାଝୀଙ୍କ ପ୍ରଚାର

96

କନକ ବ୍ୟୁରୋ: ଜଗତସିଂହପୁର ତିର୍ତ୍ତୋଲ ବିଧାନସଭା ଆସନର ବିଜେଡି ପ୍ରାର୍ଥୀ ରମାକାନ୍ତ ଭୋଇ ଏବଂ ସାଂସଦ ପ୍ରାର୍ଥୀ ରାଜଶ୍ରୀ ମଲ୍ଲିକ ମିଳିତ ଭାବେ ନିର୍ବାଚନ ପ୍ରଚାର ଆରମ୍ଭ କରିଛନ୍ତି । ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀର ବିରିଡି ବ୍ଲକ ପାର୍ଟି ଅଫିସରୁ ପ୍ରଚାର ଆରମ୍ଭ କରି ରୋଡ଼ ସୋ ମାଧ୍ୟମରେ ପ୍ରଥମେ ଧ୍ୟାନକୁଦ ମନ୍ଦିର ଦର୍ଶନ କରିଥିଲେ । ଏହି ସମୟରେ ଅନେକ ଦଳୀୟ କର୍ମୀ ଓ ସମର୍ଥକ ସାମିଲ ହୋଇଛନ୍ତି । ତେବେ ବିଜେପି ଛାଡି ବିଜେଡିରୁ ପ୍ରଥମ ଥର ଟିକେଟ ପାଇଥିବା ରମାକାନ୍ତ ଭୋଇ ଙ୍କୁ ବର୍ତ୍ତମାନର ବିଧାୟକ ବିଜୟ ଶଙ୍କର ଦାସ ଓ ସମସ୍ତ ଦଳୀୟ ନେତାଙ୍କ ସହଯୋଗ ମିଳିଥିବା କହିଥିବା ବେଳେ ସାଂସଦ ପ୍ରାର୍ଥୀ ରାଜଶ୍ରୀ ମଲ୍ଲିକ ମଧ୍ୟ ଦଳୀୟ ସହଯୋଗକୁ ନେଇ ଦୃଢୋକ୍ତି ପ୍ରକାଶ କରିଛନ୍ତି ।

ସେହିପରି ନବରଙ୍ଗପୁର ବିଜେଡି ସାଂସଦ ପ୍ରାର୍ଥୀ ପ୍ରଦୀପ ମାଝୀ ଡାବୁଗାଁ ନିର୍ବାଚନ ମଣ୍ଡଳୀରେ ପ୍ରଚାର କରିଛନ୍ତି । ଡାବୁଗାଁ ବିଧାୟକ ପ୍ରାର୍ଥୀ ମନୋହର ରନ୍ଧାରୀଙ୍କ ସହିତ ମିଶି ପ୍ରଚାର କରିଛନ୍ତି । ପଂଚାୟତସ୍ତରରେ କର୍ମୀ ସମ୍ମିଳନୀରେ ଯୋଗ ଦେଇ ନବୀନ ପଟ୍ଟନାୟକଙ୍କ ବିଭିନ୍ନ ବିକାଶମୂଳକ କାର୍ଯ୍ୟ ସବୁଲୋକଙ୍କ ନିକଟରେ ପହଂଚାଇବା ପାଇଁ କହିଥିଲେ ପ୍ରଦୀପ ମାଝୀ । ଆଗାମୀ ଦିନରେ ପ୍ରଚାର କାର୍ଯ୍ୟକ ୁଜୋରଦାର କରାଯିବ ବୋଲି କହିଛନ୍ତି । ଏହି ଅବସରରେ ଡାବୁଗାଁ ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବଡ ଅଳମା ପଂଚାୟତର ମିଶ୍ରଣ ପର୍ବରେ ୨୭ଟି ପରିବାରର ଶତାଧିକ ସଦସ୍ୟ ବିଜେପି ଓ କଂଗ୍ରେସ ଦଳ ଛାଡି ବିଜେଡିରେ ସାମିଲ ହୋଇଛନ୍ତି ।