ଝାମୁଯାତ୍ରାରେ ଜମିଲା ପ୍ରାର୍ଥୀଙ୍କ ପ୍ରଚାର । ମା’ ରାମଚଣ୍ଡୀଙ୍କ ଦର୍ଶନ କଲେ ବିଜେପି ସାଂସଦ ପ୍ରାର୍ଥୀ ବୈଜୟନ୍ତ ପଣ୍ଡା, ବିଜେଡ଼ି ପ୍ରାର୍ଥୀ ଅଂଶୁମାନ ମହାନ୍ତି ।

183

କନକ ବ୍ୟୁରୋ: କେନ୍ଦ୍ରାପଡ଼ା ମହାକାଳପଡ଼ା ବ୍ଲକର ପ୍ରସିଦ୍ଧ ପୀଠ ମା’ ରାମଚଣ୍ଡୀଙ୍କ ମନ୍ଦିରରେ ଆୟୋଜିତ ହୋଇଯାଇଛି ଝାମୁ ଯାତ୍ରା । ଆଗକୁ ନିର୍ବାଚନ ଥିବାରୁ ମା’ଙ୍କ ଆଶୀର୍ବାଦ ନେବାକୁ ଝାମୁ ଯାତ୍ରାରେ ଜମିଥିଲା ପ୍ରାର୍ଥୀଙ୍କ ଭିଡ଼ । କର୍ମୀଙ୍କ ସହ ପଟୁଆରାରେ ଆସି ମା’ଙ୍କ ଦର୍ଶନ କରିଛନ୍ତି କେନ୍ଦ୍ରାପଡ଼ା ବିଜେପି ସାଂସଦ ପ୍ରାର୍ଥୀ ବୈଜୟନ୍ତ ପଣ୍ଡା, ବିଜେଡି ସାଂସଦ ପ୍ରାର୍ଥୀ ଅଂଶୁମାନ ମହାନ୍ତି, ମହାକାଳପଡ଼ା ବିଜେପି ବିଧାୟକ ପ୍ରାର୍ଥୀ ଦୁର୍ଗା ପ୍ରସନ୍ନ ନାୟକ ଓ ବିଜେଡି ବିଧାୟକ ପ୍ରାର୍ଥୀ ଅତନୁ ସବ୍ୟସାଚୀ ନାୟକ । ମାଆଙ୍କ ଦର୍ଶନ ପରେ ଲୋକଙ୍କୁ ଭେଟି ଭୋଟ ଭିକ୍ଷା କରିଥିଲେ ସମସ୍ତ ପ୍ରାର୍ଥୀ ।