କନକ ବ୍ୟୁରୋ: ରାମଙ୍କ ପାଇଁ ସୀତାଙ୍କ ପ୍ରଚାର । ରାମାୟଣରେ ରାମ ଭୂମିକାରେ ଅଭିନୟ କରିଥିବା ଅରୁଣ ଗୋଭିଲଙ୍କ ପାଇଁ ପ୍ରଚାର କରିଛନ୍ତି ସୀତା ଭୂମିକାରେ ଅଭିନୟ କରିଥିବା ଦୀପିକା ଚିଖଲିଆ । ଏଥର ଉତ୍ତରପ୍ରଦେଶ ମିରଟରୁ ବିଜେପିର ସାଂସଦ ପ୍ରାର୍ଥୀ ହୋଇଛନ୍ତି ଅରୁଣ ଗୋଭିଲ । ମତଦାନ ପାଖେଇ ଆସୁଥିବା ବେଳେ ପ୍ରଚାର ଜୋରଦାର କରିଛନ୍ତି । ଏତିକି ବେଳେ ବିଶାଳ ରୋଡ ସୋ’ରେ ବାହାରି ଭୋଟ ଭିକ୍ଷା କରିଛନ୍ତି ରାମାଣୟର ରାମ-ସୀତା । ସାଙ୍ଗରେ ଲକ୍ଷ୍ମଣ ଭୂମିକାରେ ଅଭିନୟ କରିଥିବା ସୁନୀଲ ଲହରି ମଧ୍ୟ ସାମିଲ ହୋଇଥିଲେ । ଯାହାଙ୍କୁ ଦେଖିବାକୁ ରାସ୍ତାର ଦୁଇ କଡରେ ହଜାର ହଜାର ଲୋକ ଉପସ୍ଥିତ ଥିଲେ । ଆସନ୍ତା ୨୬ ତାରିଖରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେଉଥିବା ବେଳେ ମିରଟ ସମେତ ଉତରପ୍ରଦେଶର ୮ଟି ସଂସଦୀୟ କ୍ଷେତ୍ରରେ ଭୋଟ ଗ୍ରହଣ ହେବ ।
ରାମଙ୍କ ପାଇଁ ପ୍ରଚାର ମୈଦାନରେ ସୀତା ଓ ଲକ୍ଷ୍ମଣ । ମିରଟ୍ ବିଜେପି ସାଂସଦ ପ୍ରାର୍ଥୀ ଅରୁଣ ଗୋବିଲଙ୍କ ପାଇଁ ପ୍ରଚାର କଲେ ଅଭିନେତ୍ରୀ ଦୀପିକା ଚିକଲିଆ ।
/kanak/media/post_attachments/wp-content/uploads/2024/04/14-21.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t075448932z-whatsapp-image-2025-12-17-at-12423-pm-2025-12-17-13-24-48.jpeg)