ବାଲେଶ୍ୱର ସଦର ଓ ତିର୍ତୋଲ ଉପନିର୍ବାଚନ ପାଇଁ ଚାଲିଛି ପ୍ରଚାର । ବିକାଶକୁ ପ୍ରସଙ୍ଗ କରି କରୋନା କଟକଣାରେ ଲୋକଙ୍କ ପାଖକୁୁ ଯାଉଛନ୍ତି ପ୍ରାର୍ଥୀ । ଦୁଇଟିଯାକ ଆସନରେ ହେଉଛି ପ୍ରମୁଖ ଲଢେଇ ।

163

କନକ ବ୍ୟୁରୋ : ନାମାଙ୍କନ ସରିଲା । ଏବେ ତିର୍ତୋଲ ଓ ବାଲେଶ୍ୱର ସଦର ଉପନିର୍ବାଚନ ପାଇଁ ଚାଲିଛି ପ୍ରଚାର । କରୋନା କଟକଣା ମଧ୍ୟରେ ପ୍ରାର୍ଥୀ ଲୋକଙ୍କ ପାଖକୁ ଯାଇ ବିକାଶକୁ ମୁଦ୍ଦା କରିଛନ୍ତି । ଏଠାରେ ନଭେମ୍ବର ୩ ତାରିଖରେ ଭୋଟ ଓ ନଭେମ୍ବର ୧୦ ତାରିଖରେ ଭୋଟଗଣତି ହେବ । ବାଲେଶ୍ୱର ସଦର ଆସନ ପାଇଁ ବିଜେଡି, ବିଜେପି ଓ କଂଗ୍ରେସ ମଧ୍ୟରେ ତ୍ରିମୁଖୀ ପ୍ରତିଦ୍ୱନ୍ଦିତା ହେଉଛି ।

ବିଜେଡିରୁ ସ୍ୱରୂପ ଦାସ, ବିଜେପିରୁ ମାନସ ଦତ୍ତତ୍ତ ଓ କଂଗ୍ରେସରୁ ମମତା କୁଣ୍ଡୁ ବାଲେଶ୍ୱର ସଦରରୁ ଲଢୁଛନ୍ତି । ବିଜେପି ଅନୁକମ୍ପା ଭୋଟ ପାଇବ ବୋଲି ଆଶା ରଖିଛି । ତେବେ ଏହି ଆସନକୁ ବିଜେଡି ନିଜ ଅଧିକାରକୁ ନେବାକୁ ଚେଷ୍ଟା କରିବ ।

ସେପଟେ ତିର୍ତ୍ତୋଲରେ ବି ପ୍ରଚାର ଚାଲିଛି । ଏଠାରେ ତିମୁଖୀ ଲଢେଇ ହେଉଛି । ବିଜେଡି କହୁଛି ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଦ୍ରୁତ ବିକାଶ ହେଉଛି । ଯାହା ବାକି ଅଛି ତାହା ପୂରଣ ହେବ । ବିଜେପି କେନ୍ଦ୍ରକୁ ଦୃଷ୍ଟିରେ ରଖି ରୋଲ ମଡେଲ ବନାଇବାକୁ ଚାହୁଁଛି । କଂଗ୍ରେସ ସାମଗ୍ରୀକ ବିକାଶକୁ ଗୁରୁତ୍ୱ ଦେଇଛି ।