କନକ ବ୍ୟୁରୋ: ରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ଶେଷ ହେଉଛି ପ୍ରଚାର । ଶେଷ ଦିନରେ ମଇଦାନକୁ ଓହ୍ଲାଇ ଜୋରଦାର କ୍ୟାମ୍ପେନ୍ କରିଛନ୍ତି ସବୁ ଦଳର ପ୍ରାର୍ଥୀ । ବିଶେଷ କରି ହେଭିୱେଟ୍ ନେତା ଭୋଟରଙ୍କୁ ମତେଇବାକୁ ସବୁ କସରତ କରିଛନ୍ତି । ରେଙ୍ଗାଲିରେ ପ୍ରଚାର ମଇଦାନକୁ ଓହ୍ଲାଇଥିଲେ ସମ୍ବଲପୁର ବିଜେପି ସାଂସଦ ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନ । ସେହିପରି ଭୁବନେଶ୍ୱରରେ ବିଜେପି ସାଂସଦ ଅପରାଜିତା ଷଡଙ୍ଗୀ ଓ ବିଜେଡି ସାଂସଦ ପ୍ରାର୍ଥୀ ମନ୍ମଥ ରାଉତରାୟ ମଧ୍ୟ ଶେଷ ଦିନରେ ପ୍ରଚର ମଇଦାନକୁ ଓହ୍ଲାଇ ଭୋଟ ଭିକ୍ଷା କରିଛନ୍ତି । ସେହିପରି କଟକରେ ବିଜେଡି ବିଜେପିର ସାଂସଦ ପ୍ରାର୍ଥୀ ସଂତୃପ୍ତ ମିଶ୍ର ଓ ଭର୍ତୃହରି ମହତାବ ବି ଶେଷ ଦିନରେ ସବୁ ବଳ ଲଗାଇଦେଇଛନ୍ତି । ୨୫ ତାରିଖରେ ଏମାନଙ୍କ ଭାଗ୍ୟ ପରୀକ୍ଷା ହେବ ।

ସମ୍ମାର ଲଢେଇ
କିଏ ମାରିବ ବାଜି ?
ସମ୍ବଲପୁର, ଭୁବନେଶ୍ୱର, କଟକ, ପୁରୀ

Advertisment

ସମ୍ବଲପୁର-
ଧର୍ମେନ୍ଦ୍ର ପ୍ରଧାନ, ବିଜେପି ପ୍ରାର୍ଥୀ
ପ୍ରଣବ ପ୍ରକାଶ ଦାସ, ବିଜେଡି ପ୍ରାର୍ଥୀ
ନଗେନ୍ଦ୍ର ପ୍ରଧାନ, କଂଗ୍ରେସ ପ୍ରାର୍ଥୀ

ଭୁବନେଶ୍ୱର-
ଅପରାଜିତା ଷଡଙ୍ଗୀ, ବିଜେପି ପ୍ରାର୍ଥୀ
ମନ୍ମଥ ରାଉରରାୟ, ବିଜେଡି ପ୍ରାର୍ଥୀ
ୟାସିର ନୱାଜ, କଂଗ୍ରେସ ପ୍ରାର୍ଥୀ

କଟକ—
ଭର୍ତୃହରି ମହତାବ, ବିଜେପି ପ୍ରାର୍ଥୀ
ସଂତୃପ୍ତ ମିଶ୍ର, ବିଜେଡି ପ୍ରାର୍ଥୀ
ସୁରେଶ ମହାପାତ୍ର ,କଂଗ୍ରେସ ପ୍ରାର୍ଥୀ

ପୁରୀ—
ସମ୍ବିତ ପାତ୍ର, ବିଜେପି ପ୍ରାର୍ଥୀ
ଅରୁପ ପଟ୍ଟନାୟକ, ବିଜେଡି ପ୍ରାର୍ଥୀ
ଜୟ ପଟ୍ଟନାୟକ, କଂଗ୍ରେସ ପ୍ରାର୍ଥୀ

କାହିଁକି ଗୁରୁତ୍ୱପୂର୍ଣ୍ଣ ଏହି ଆସନ-
ବଡ ଚେହେରାଙ୍କର ଭାଗ୍ୟ ପରୀକ୍ଷା
ନିର୍ବାଚନ ଜିତିଲେ ବଢିବ ପତିଆରା
ହାରିରେ ପ୍ରଭାବିତ ହେବ ପଲିଟିକାଲ କ୍ୟାରିୟର
ଉଭୟ ଦଳ ପାଇଁ ଏହି ଆସନ ସମ୍ମାନର ପ୍ରଶ୍ନ
ପ୍ରଚାରକୁ ଓହ୍ଲାଇଲେ ମୋଦୀ, ନବୀନଙ୍କ ଭଳି ବଡ ନେତା