ଆଜି ଶେଷ ହେଉଛି ଦ୍ୱିତୀୟ ପର୍ଯ୍ୟାୟ ମତଦାନ ପାଇଁ ପ୍ରଚାର । ୫ ଲୋକସଭା, ୩୫ଟି ବିଧାନସଭା ଆସନରେ ନେତାଙ୍କ ଜୋରଦାର ପ୍ରଚାର ।

Advertisment
ଆଜି ଶେଷ ହେଉଛି ଦ୍ୱିତୀୟ ପର୍ଯ୍ୟାୟ ମତଦାନ ପାଇଁ ପ୍ରଚାର । ୫ ଲୋକସଭା, ୩୫ଟି ବିଧାନସଭା ଆସନରେ ନେତାଙ୍କ ଜୋରଦାର ପ୍ରଚାର ।

କନକ ବ୍ୟୁରୋ: ସୋମବାର ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ । ଆଜି ଶେଷ ହେଉଛି ପ୍ରଚାର । ତିନି ପ୍ରମୁଖ ରାଜନୈତିକ ଦଳ ନିଜ ନିଜ ଷ୍ଟାର ନେତାଙ୍କୁ ଆଣି ୫ ସଂସଦୀୟ କ୍ଷେତ୍ର ଏବଂ ଏହା ଅନ୍ତର୍ଗତ ୩୫ ବିଧାନସଭା ନିର୍ବାଚନ ମଣ୍ଡଳୀରେ ପ୍ରଚାର କରାଉଛନ୍ତି । ଯାହା ଆଜି ସଂଧ୍ୟାରେ ଶେଷ ହୋଇଯିବ ।

ଆସ୍କା, କନ୍ଧମାଳ, ବଲାଙ୍ଗୀର, ବରଗଡ଼ ଏବଂ ସୁନ୍ଦରଗଡ ଲୋକସଭା ଆସନ ସହିତ ଏହାର ଅନ୍ତର୍ଗତ ବିଧାନସଭା ଆସନ ଗୁଡିକରେ ଭୋଟ୍ ପଡିବ । ଏହି ୩୫ ବିଧାନସଭା ଆସନ ମଧ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରତିନିଧିତ୍ୱ କରୁଥିବା ଦୁଇଟି ବିଧାନସଭା ଆସନ କଂଟାବାଂଝି ଏବଂ ହିଞ୍ଜିଳି ରହିଛି । ଏହି ପର୍ଯ୍ୟାୟରେ ନବୀନ ପଟ୍ଟନାୟକ, ଜୁଏଲ ଓରାମ, ନିରଂଜନ ପୁଜାରୀ, ଦିଲ୍ଲୀପ ରାୟ, ପ୍ରଦୀପ ଅମାତ, ସଂଗୀତା ସିଂଦେଓ, ସୁରେଶ ପୁଜାରୀ, ଦିଲ୍ଲୀପ ତିର୍କୀ, ସୁଶାନ୍ତ ସିଂହ, କନକ ବର୍ଦ୍ଧନ ସିଂହଦେଓ ଭଳି ପ୍ରାର୍ଥୀ ରହିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe