ଆଜି ସନ୍ଧ୍ୟାରେ ସରିବ ବାଲେଶ୍ୱର ଓ ତିର୍ତ୍ତୋଲ ଉପ ନିର୍ବାଚନ ପାଇଁ ପ୍ରଚାର : ଭୋଟରଙ୍କୁ ମନାଇବା ପାଇଁ ପ୍ରାର୍ଥୀଙ୍କ ପାଇଁ ଶେଷ ସୁଯୋଗ; ମଙ୍ଗଳବାର ଭୋଟ, ପୋଲିଂ ବୁଥକୁ ଯାଉଛନ୍ତି ଅଧିକାରୀ

92

କନକ ବ୍ୟୁରୋ : ଆଜି ସରିବ ପ୍ରଚାର । ବାଲେଶ୍ୱର ଓ ତିର୍ତ୍ତୋଲ ଉପ-ନିର୍ବାଚନ ପାଇଁ ପ୍ରଚାର ଆଜି ସନ୍ଧ୍ୟାରେ ଶେଷ ହେବ । ଶେଷ ମୁହୁର୍ତ୍ତରେ ଭୋଟରଙ୍କୁ ଆକର୍ଷିତ କରିବା ପାଇଁ ୩ ପ୍ରମୁଖ ଦଳ ପ୍ରାଣମୂର୍ଚ୍ଛା ଉଦ୍ୟମ ଜାରି ରଖିଛନ୍ତି । ଶେଷ ଦିନରେ ଦଳୀୟ ପ୍ରାର୍ଥୀଙ୍କ ସମର୍ଥନରେ ଭୋଟ୍ ମାଗୁଛନ୍ତି ନେତା । ବିଜେଡି ପକ୍ଷରୁ ପ୍ରଚାର କରୁଛନ୍ତି ନେତା ଓ ଅଭିନେତା । ସବୁ ଆସନରେ ତ୍ରିମୁଖୀ ପ୍ରତିଦ୍ୱନ୍ଦିତା ହେଉଛି ।

ବାଲେଶ୍ୱରରେ ସ୍ୱାଧୀନ ପ୍ରାର୍ଥୀ ବେଣୁଧର ବାରିକଙ୍କ ଉପସ୍ଥିତି ମାହୋଲକୁ ଅଧିକ ଗରମ କରିଛି । ବେଣୁ ମଉସାଙ୍କୁ ନେଇ ଚାରିଆଡେ ଚର୍ଚ୍ଚା ଲାଗି ରହିଛି । ମଙ୍ଗବାର ଭୋଟ ଥିବା ବେଳେ ଉପନିର୍ବାଚନ ବାଜି କିଏ ଜିତିବ ସେ ନେଇ ସମସ୍ତ ନଜର ରହିଛି ।  ଆଉ ଗୋଟିଏ ଦିନ ପରେ ଭୋଟ ହେଉଥିବାରୁ ପୋଲିଂ ବୁଥଗୁଡିକୁ ପୋଲିଂ ପାର୍ଟି ପଠାଇବା କାମ ଚାଲିଛି । କରୋନା କଟକଣା ମଧ୍ୟରେ ରାଜ୍ୟରେ ରାଜ୍ୟରେ ପ୍ରଥମ ନିର୍ବାଚନ ହେଉଛି ।