ନିର୍ବାଚନ ପାଇଁ ଜମୁଛି ପ୍ରଚାର । ଆଠମଲ୍ଲିକରେ ପ୍ରଣବ ପ୍ରକାଶଙ୍କ ମାରାଥନ ପ୍ରଚାର । ନୂଆପଡ଼ାରେ ମାଳବିକା କେଶରୀ ଦେବୀଙ୍କ ରୋଡ ସୋ’ ।

111

କନକ ବ୍ୟୁରୋ: କଳାହାଣ୍ଡି ବିଜେପି ଲୋକସଭା ପ୍ରାର୍ଥୀ ମାଳବିକା କେଶରୀ ଦେବୀ ନୂଆପଡ଼ାରେ ପ୍ରଥମ ରୋଡ ସୋ’ କରିଛନ୍ତି । ନୂଆପଡ଼ା ଜିଲ୍ଲା ସଦର ବ୍ଲକରେ ବିଜେପି ସାଂସଦ ପ୍ରାର୍ଥୀ ମାଳବିକା ଓ ନୂଆପଡ଼ା ବିଜେପି ବିଧାୟକ ପ୍ରାର୍ଥୀ ଅଭିନନ୍ଦନ ପଣ୍ଡା ପ୍ରଥମେ ପତୋରା ଶିବ ମନ୍ଦିର ପୂଜାର୍ଚ୍ଚନା କରିଛନ୍ତି । ଏହାପରେ ସମର୍ଥକଙ୍କୁ ନେଇ ରୋଡ ସୋ କରିଛନ୍ତି । ଗାଁ ଗାଁ ବୁଲି ପ୍ରଚାର କରିଛନ୍ତି ଉଭୟ ମାଳବିକା ଓ ଅଭିନନ୍ଦନ । ଧରମବନ୍ଧା, ସାରାବଙ୍ଗ, ତୋର୍ରା, ତୁମେରପାଣି, ଖରିଆରରୋଡ, ଓପର କୋଡ ଗାଁରେ ପ୍ରଚାର କରିଛନ୍ତି । କଳାହାଣ୍ଡିର ପୂର୍ବତନ ଲୋକସଭା ସାଂସଦ ଅର୍କ କେଶରୀ ଦେଓ ଓ ବିଜେପି ଜିଲ୍ଲା ସଭାପତି ମଧ୍ୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଛନ୍ତି ।

ସେହିପରି ଆଠମଲ୍ଲିକରେ ସମ୍ବଲପୁର ବିଜେଡି ଲୋକସଭା ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ ପ୍ରଚାର କରିଛନ୍ତି । ଆଠମଲ୍ଲିକ ବିଜେଡି ବିଧାୟକ ପ୍ରାର୍ଥୀ ନଳୀନିକାନ୍ତ ପ୍ରଧାନଙ୍କ ସହ ଏକାଠି ମିଶି ପ୍ରଚାର କରିଛନ୍ତି ପ୍ରଣବ ପ୍ରକାଶ । ହଜାର ହଜାର ବିଜେଡି ସମର୍ଥକଙ୍କ ସହ ବୁଲି ବୁଲି ପ୍ରଚାର କରିଛନ୍ତି ଉଭୟ ପ୍ରଣବ ପ୍ରକାଶ ଓ ନଳୀନିକାନ୍ତ । ନିର୍ବାଚନ ନିକଟତର ହେଉଥିବା ବେଳେ ଏବେ ଲଢ଼େଇ ପାଇଁ ପ୍ରସ୍ତୁତ ଥିବା କହିଛନ୍ତି ବିଧାୟକ ପ୍ରାର୍ଥୀ ନଳୀନିକାନ୍ତ ପ୍ରଧାନ ।