କନକ ବ୍ୟୁରୋ: କଳାହାଣ୍ଡି ବିଜେପି ଲୋକସଭା ପ୍ରାର୍ଥୀ ମାଳବିକା କେଶରୀ ଦେବୀ ନୂଆପଡ଼ାରେ ପ୍ରଥମ ରୋଡ ସୋ’ କରିଛନ୍ତି । ନୂଆପଡ଼ା ଜିଲ୍ଲା ସଦର ବ୍ଲକରେ ବିଜେପି ସାଂସଦ ପ୍ରାର୍ଥୀ ମାଳବିକା ଓ ନୂଆପଡ଼ା ବିଜେପି ବିଧାୟକ ପ୍ରାର୍ଥୀ ଅଭିନନ୍ଦନ ପଣ୍ଡା ପ୍ରଥମେ ପତୋରା ଶିବ ମନ୍ଦିର ପୂଜାର୍ଚ୍ଚନା କରିଛନ୍ତି । ଏହାପରେ ସମର୍ଥକଙ୍କୁ ନେଇ ରୋଡ ସୋ କରିଛନ୍ତି । ଗାଁ ଗାଁ ବୁଲି ପ୍ରଚାର କରିଛନ୍ତି ଉଭୟ ମାଳବିକା ଓ ଅଭିନନ୍ଦନ । ଧରମବନ୍ଧା, ସାରାବଙ୍ଗ, ତୋର୍ରା, ତୁମେରପାଣି, ଖରିଆରରୋଡ, ଓପର କୋଡ ଗାଁରେ ପ୍ରଚାର କରିଛନ୍ତି । କଳାହାଣ୍ଡିର ପୂର୍ବତନ ଲୋକସଭା ସାଂସଦ ଅର୍କ କେଶରୀ ଦେଓ ଓ ବିଜେପି ଜିଲ୍ଲା ସଭାପତି ମଧ୍ୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଛନ୍ତି ।
ସେହିପରି ଆଠମଲ୍ଲିକରେ ସମ୍ବଲପୁର ବିଜେଡି ଲୋକସଭା ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ ପ୍ରଚାର କରିଛନ୍ତି । ଆଠମଲ୍ଲିକ ବିଜେଡି ବିଧାୟକ ପ୍ରାର୍ଥୀ ନଳୀନିକାନ୍ତ ପ୍ରଧାନଙ୍କ ସହ ଏକାଠି ମିଶି ପ୍ରଚାର କରିଛନ୍ତି ପ୍ରଣବ ପ୍ରକାଶ । ହଜାର ହଜାର ବିଜେଡି ସମର୍ଥକଙ୍କ ସହ ବୁଲି ବୁଲି ପ୍ରଚାର କରିଛନ୍ତି ଉଭୟ ପ୍ରଣବ ପ୍ରକାଶ ଓ ନଳୀନିକାନ୍ତ । ନିର୍ବାଚନ ନିକଟତର ହେଉଥିବା ବେଳେ ଏବେ ଲଢ଼େଇ ପାଇଁ ପ୍ରସ୍ତୁତ ଥିବା କହିଛନ୍ତି ବିଧାୟକ ପ୍ରାର୍ଥୀ ନଳୀନିକାନ୍ତ ପ୍ରଧାନ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2024/04/10-14.jpg)