ଉପନିର୍ବାଚନ ପାଇଁ ଜୋରସୋରରେ ଚାଲିଛି ପ୍ରଚାର । ପ୍ରଚାର ମୈଦାନରେ ବିଜେଡିଠାରୁ ବିଜେପି ଓ କଂଗ୍ରେସ ଆଗରେ

83

କନକ ବ୍ୟୁରୋ : ଉପନିର୍ବାଚନ ପାଇଁ ସରଗରମ ଏବେ ତିର୍ତୋଲ ରାଜନୀତି । ଉଭୟ ବିଜେପି ଓ କଂଗ୍ରେସ ଶାସକ ବିଜେଡିଠାରୁ ଦୁଇ ପାଦ ଆଗରେ ଅଛନ୍ତି । ସେମାନେ ପ୍ରାର୍ଥୀ ପତ୍ର ଦାଖଲ କରି ସାରିଲେଣି । ଏହା ସହ ଘର ଘର ବୁଲି ଭୋଟି ବି ମାଗୁଛନ୍ତି ଦଳୀୟ ନେତା । ଏପଟେ ଗୋଷ୍ଠୀ ବିବାଦରୁ ମୁକୁଳି ଆଜି ପ୍ରାର୍ଥୀପତ୍ର ଦାଖଲ କରିବେ ଦିବଂଗତ ବିଧାୟକ ବିଷ୍ଣୁ ଦାସଙ୍କ ପୁଅ ବିଜୟ ଶଙ୍କର ଦାସ ।

ପୂର୍ବରୁ ଦୁଇ ଗୋଷ୍ଠୀ ଭିତରେ ଥିବା ବିବାଦ ଯୋଗୁଁ ଦଳୀୟ କନ୍ଦଳ ଆରମ୍ଭ ହୋଇଥିଲା । ଏହାର ସମାଧାନ ପାଇଁ ବରିଷ୍ଠ ନେତାଙ୍କ ତୁହାକୁ ତୁହା ବୈଠକ ହୋଇଥିଲା । ପରେ ଏହାର ସମାଧାନର ବାଟ ବାହାରିଥିବା ନେଇ ଚର୍ଚ୍ଚା ହେଉଛି ।