ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ନେତାଙ୍କ କସରତ । ଡୋର୍ ଟୁ ଡୋର୍ ବୁଲି କରୁଛନ୍ତି ପ୍ରଚାର । 

ଅନ୍ତିମ ପର୍ଯ୍ୟାୟ ନିର୍ବାଚନ ପାଇଁ ଜୋରସୋର୍ ଚାଲିଛି ନିର୍ବାଚନ ପ୍ରଚାର । କାରଣ ହାତରେ ଆଉ ଦିନ କେଇଟା ବାକି ।

155
କନକ ବ୍ୟୁରୋ: ଅନ୍ତିମ ପର୍ଯ୍ୟାୟ ନିର୍ବାଚନ ପାଇଁ ଜୋରସୋର୍ ଚାଲିଛି ନିର୍ବାଚନ ପ୍ରଚାର । କାରଣ ହାତରେ ଆଉ ଦିନ କେଇଟା ବାକି । ଜନତା ପାଖରେ ପହଂଚିବା ପାଇଁ ନେତାମାନେ ଆପ୍ରାଣ ଉଦ୍ୟମ କରୁଛନ୍ତି  । ଡୋର ଟୁ ଡୋର ବୁଲି ଲୋକଙ୍କୁ ଭୋଟ ଭିକ୍ଷା କରୁଛନ୍ତି ।
ବାଲେଶ୍ୱର ସହର ବିଧାନସଭା ଆସନ ପାଇଁ ଆଜି ପ୍ରଚାର କରିଛନ୍ତି କଂଗ୍ରେସ ପ୍ରାର୍ଥୀ ମାନସ ପଟ୍ଟନାୟକ ଏବଂ ବିଜେପି ପ୍ରାର୍ଥୀ ମଦନମୋହନ ଦତ । ଡୋର୍ ଟୁ ଡୋର୍ କ୍ୟାମ୍ପେନ୍ ଜରିଆରେ ଜନତାଙ୍କୁ ଭୋଟ୍ ମାଗିଛନ୍ତି ନେତା । ସେପଟେ ଯାଜପୁର ବିଂଝାରପୁର ପ୍ରମିଳା ମଲ୍ଲିକଙ୍କ ପ୍ରଚାରକୁ ଜୋରଦାର କରିଛନ୍ତି । ଘରକୁ ଘର ବୁଲିବା ସହିତ ରୋଡ ସୋ କରିଛନ୍ତି ପ୍ରମିଳା । ବାଇକରେ ବୁଲି ବୁଲି ପ୍ରଚାର କରୁଛନ୍ତି ପ୍ରମିଳା । ଏପଟେ ଯାଜପୁର ଲୋକସଭା ପାଇଁ କଂଗ୍ରେସ ପ୍ରାର୍ଥୀ ଥିବା ମାନସ ଜେନା କୋରାଇ ଅଂଚଳର ବିଭିନ୍ନ ପଂଚାୟତରେ ଭୋଟ୍ ମାଗିଛନ୍ତି । ସେହିଭଳି ଜଗତସିଂହପୁରରେ କଂଗ୍ରେସର ହେବିୱେଟ ନେତା ଚିରଂଜିବ ବିଶ୍ୱାଳ ପ୍ର•ର ଅଭିଯାନ ଜାରି ରଖିଥିବା ବେଳେ ତାଙ୍କ ପାଇଁ ତାଙ୍କର ସାନ ଭାଇ ତଥା ସାଂସଦ ରଞ୍ଜିବ ବିଶ୍ୱାଳ ଏବେ ପ୍ର•ର କରୁଛନ୍ତି । ଦଳୀୟ ସମର୍ଥକଙ୍କ ସହିତ ପୌରାଚଂଳର ବିଭିନ୍ନ ୱାର୍ଡ  ବୁଲି ଲୋକଙ୍କୁ ଭୋଟିଛନ୍ତି । କେନ୍ଦ୍ରାପଡା ଆଳି ନିର୍ବାଚନ ମଣ୍ଡଳିରେ କଂଗ୍ରେସ ପ୍ରାର୍ଥୀ ଦେବେନ୍ଦ୍ର ଶର୍ମା ନିଜ ପ୍ରଚାର ଅଭିଯାନକୁ ଜୋରଦାର କରିଛନ୍ତି ।
କେନ୍ଦ୍ରାପଡ଼ା ଲୋକସଭାର କଂଗ୍ରେସ ପ୍ରାର୍ଥୀ ଧରଣିଧର ନାୟକଙ୍କୁ ସାଥିରେ ନେଇ ଦେବେନ୍ଦ୍ର ଶର୍ମା ଏକ ବିରାଟ ମୋଟର ସାଇକେଲ ରାଲି କରିଛନ୍ତି । ଏପଟେ ବିଜେଡି ପାଇଁ ମୁଖ୍ୟମନ୍ତ୍ରୀ ରାଜନଗରରେ ପ୍ରଚାର ଆରମ୍ଭ କରିଥିବାବେଳେ ରାଜନଗରରର ବିଭିନ୍ନ ପଂଚାୟତରେ ନିଜ ସପକ୍ଷରେ ଭୋଟ୍ ମାଗିଛନ୍ତି ବିଜେଡି ପ୍ରାର୍ଥୀ ଧ୍ରୁବ ସାହୁ ।