ଆଜି ହେଭିୱେଟଙ୍କ ପ୍ରଚାର । କେନ୍ଦ୍ରାପଡା, ଜଗତସିଂହପୁର ଓ ଭଦ୍ରକରେ ନବୀନ, ପାଣ୍ଡିଆନଙ୍କ ପ୍ରଚାର । ଧର୍ମେନ୍ଦ୍ର ପ୍ରଧାନ, ଅଶ୍ୱିନୀ ବୈଷ୍ଣବଙ୍କ ମାରାଥନ ପ୍ରଚାର ।

Advertisment
ଆଜି ହେଭିୱେଟଙ୍କ ପ୍ରଚାର । କେନ୍ଦ୍ରାପଡା, ଜଗତସିଂହପୁର ଓ ଭଦ୍ରକରେ ନବୀନ, ପାଣ୍ଡିଆନଙ୍କ ପ୍ରଚାର । ଧର୍ମେନ୍ଦ୍ର ପ୍ରଧାନ, ଅଶ୍ୱିନୀ ବୈଷ୍ଣବଙ୍କ ମାରାଥନ ପ୍ରଚାର ।

କନକ ବ୍ୟୁରୋ: ରାଜ୍ୟରେ ଚତୁର୍ଥ ତଥା ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ଜମୁଛି ପ୍ରଚାର । ମୈଦାନକୁ ଓହ୍ଲାଇବା ସହ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରୁଛନ୍ତି ବିଭିନ୍ନ ଦଳର ହେଭିୱେଟ୍ ନେତା । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ରାପଡା, ଜଗତସିଂହପୁର ଗସ୍ତରେ ଯାଇ ଦଳୀୟ ସାଂସଦ ଓ ବିଧାୟକ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବାର କାର୍ଯ୍ୟକ୍ରମ ରହିଛି । ପ୍ରଥମେ ସକାଳ ୧୦ଟା ୪୫ରେ ମୁଖ୍ୟମନ୍ତ୍ରୀ କେନ୍ଦ୍ରାପଡାରେ ନିର୍ବାଚନୀ ସଭାରେ ଯୋଗଦେବେ । ପରେ ଦିନ ୧୨ଟାରେ ରାହାମ୍ବା ଏବଂ ୧୨ଟା ୫୫ମିନିଟରେ ଜଗତସିଂହପୁରରେ ନିର୍ବାଚନୀ ସଭାରେ ଯୋଗଦେବେ ।
ସେହିପରି ବରିଷ୍ଠ ବିଜେଡି ନେତା ଭିକେ ପାଣ୍ଡିଆନ ମଧ୍ୟ ଭଦ୍ରକ ଗସ୍ତରେ ଯାଇ ଅପରାହ୍ନରେ ବାସୁଦେବପୁର, ତିହିଡିରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବା ସହ ରୋଡ ଶୋ’ କରିବାର କାର୍ଯ୍ୟକ୍ରମ ରହିଛି । ସେପଟେ ବିଜେପି ପକ୍ଷରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଆଜି ଦିନ ତମାମ ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁରର ବିଭିନ୍ନ ନିର୍ବାଚନ ମଣ୍ଡଳୀରେ ମାରାଥନ ନିର୍ବାଚନୀ ପ୍ରଚାର କରିବା ସହ ବିଭିନ୍ନ ଜନସଭାରେ ଏବଂ ରୋଡ ସୋରେ ଯୋଗଦେଇ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିବେ ।

ସେହିପରି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ମଧ୍ୟ ଅପରାହ୍ନରେ ଭଦ୍ରକ ବାସୁଦେବପୁର ସହ ବାଲେଶ୍ୱେରର ସୋର ବାହାନଗାରେ ରୋଡ଼ ସୋ କରିବାର କାର୍ଯ୍ୟକ୍ରମ ରହିଛି । ସେହିପରି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ମଧ୍ୟ ଭଦ୍ରକ, ଯାଜପୁର କେନ୍ଦ୍ରାପଡା ଓ ଜଗତସିଂହପୁରର ବିଭିନ୍ନ ନିର୍ବାଚନୀ ସଭାରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe