ଅନ୍ତିମ ପର୍ଯ୍ୟାୟ ନିର୍ବାଚନ ପାଇଁ ସରିଲା ପ୍ରଚାର । ରବିବାର ଦିନ ୫୯ ଆସନ ପାଇଁ ପଡିବ ଭୋଟ, ପଶ୍ଚିମବଙ୍ଗ ଉପରେ ସାରା ଦେଶର ନଜର

94

କନକ ବ୍ୟୁରୋ: ଦେଶରେ ଶେଷ ତଥା ସପ୍ତମ ପର୍ଯ୍ୟାୟ ମତଦାନ ପାଇଁ ଆଜି ୫୯ ଆସନରେ ସରୁଛି ପ୍ରଚାର । ଉତରପ୍ରଦେଶର ୧୩, ପଂଜାବର ୧୩, ପଶ୍ଚିମବଙ୍ଗର ୯ ଆସନ, ବିହାର ଓ ମଧ୍ୟପ୍ରଦେଶର ୮ଟି ଲେଖାଏଁ, ହିମାଚଳପ୍ରଦେଶର ୪ , ଝାଡଖଣ୍ଡର ୩ ଆସନ, ଚଣ୍ଡିିଗଡର ଗୋଟିଏ ଆସନରେ ହେବ ମତଦାନ । ତେବେ ସାରା ଦେଶର ନଜର ରହିଛି ପଶ୍ଚିମବଂଗର ୯ ଆସନର ମତଦାନ ଉପରେ ।

ଆଜି ସପ୍ତମ ପର୍ଯ୍ୟାୟ ନିର୍ବାଚନ ପାଇଁ ସରୁଛି ପ୍ରଚାର କାର୍ଯ୍ୟ । ଆଉ ଗୋଟିଏ ଦିନ ପରେ ପଡିବ ଭୋଟ୍ । ଇଭିଏମରେ ସିଲ ହେବ ନେତାଙ୍କ ଭାଗ୍ୟ । ୫୯ ଆସନ ପାଇଁ ଭୋଟ ପଡୁଥିବା ବେଳେ ସମସ୍ତଙ୍କ ନଜର ରହିଛି ପଶ୍ଚିମବଙ୍ଗ ଉପରେ । ବ୍ୟାପକ ହିଂସା ଯୋଗୁଁ ନିର୍ବାଚନ କମିଶନ ଧାର୍ଯ୍ୟ କରିଥିବା ସମୟ ଅନୁଯାୟୀ ଗୁରୁବାର ରାତି ୧୦ଟାରୁ ପଶ୍ଚିମବଂଗରେ ଆଗୁଆ ପ୍ରଚାର ଶେଷ ହୋଇଯାଇଛି । ଶେଷ ପର୍ଯ୍ୟାୟ ପାଇଁ ୧୯ ତାରିଖରେ ଭୋଟ ହେବ । ଏହି ପର୍ଯ୍ୟାୟରେ ଦମଦମ୍, ବରାସତ୍, ବସିରହାଟ୍, ଜୟନଗର, ମଥୁରାପୁର, ଯାଦବପୁର, ଡାଇମଣ୍ଡ ହାର୍ବର, ଦକ୍ଷିଣ ଓ ଉତର କୋଲକାତାରେ ନିର୍ବାଚନ ହେବ । ଏସବୁ ସ୍ଥାନରେ ଆଉ ପ୍ରଚାର ହୋଇପାରିବ ନାହିଁ । ଗୁରୁବାର ମୋଦି ଓ ମମତା ଦୁଇଟି ର‌୍ୟାଲି କରି ପରସ୍ପରକୁ ଟାର୍ଗେଟ କରିଥିଲେ । ଶେଷ ପର୍ଯ୍ୟାୟରେ ପଶ୍ଚିମବଙ୍ଗରେ ୯ଟି ଆସନ ପାଇଁ ଭୋଟ ହେବ ।