ଶେଷ ଦିନରେ ଧାମନଗରରେ ଜମୁଛି ପ୍ରଚାର : ଭୋଟ୍ ହାତେଇବାକୁ ସବୁ ଦଳର ଜୋରଦାର ଉଦ୍ୟମ

122

କନକ ବ୍ୟୁରୋ : ଧାମନଗର ଉପନିର୍ବାଚନ ପାଇଁ ଆଜି ସରୁଛି ପ୍ରଚାର । ଶେଷ ଦିନରେ ଚାଲିଛି ଜୋରଦାର କ୍ୟାମ୍ପନିଂ । କିଏ ଧରିବ ଧାମନଗର ମଙ୍ଗ । ମୈଦାନରେ ତିନି ଦଳର ଟକ୍କର ଲାଗିଥିବା ବେଳେ ପ୍ରଚାର ସମୟରେ ମୈଦାନକୁ ଓହ୍ଲାଇଛନ୍ତି ବହୁ ହେଭିୱେଟ । ଭୋଟ୍ ହାତେଇବାକୁ ଦଳ ଦଳ ମଧ୍ୟରେ ଜୋରଦାର ଉଦ୍ୟମ ଜାରି ରହିଛି । ବିଜେଡି ପକ୍ଷରୁ ପ୍ରଚାର ଜୋରଦାର କରାଯାଇଥିବା ବେଳେ ରାଲିରେ ସାମିଲ ହୋଇଛନ୍ତି ହଜାର ହଜାର ସମର୍ଥକ ।

ସେହିଭଳି କ୍ୟାମ୍ପନିଂରେ ହେଭିୱେଟଙ୍କ ସହ ସାମିଲ ହୋଇଛନ୍ତି ଓଡ଼ିଆ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ । ଦଳୀୟ କର୍ମୀ ଓ ନେତାଙ୍କ ସହ ବୁଲି ବୁଲି ପ୍ରଚାର କରୁଛନ୍ତି । ସେହିଭଳି ବିଜେଡିକୁ ଟକ୍କର ଦେଇ ବିଜେପି ଓ କଂଗ୍ରେସ ଦଳର ହେଭିୱେଟ ନେତାମାନେ ପ୍ରଚାରର ମଙ୍ଗ ଧରିଛନ୍ତି । ବିଜେପି ତରଫରୁ ପୂର୍ବତନ ମନ୍ତ୍ରୀ ପ୍ରତାପ ଷଡଙ୍ଗୀ ଜୋରଦାର ପ୍ରଚାର ଚଳାଇଥିବା ବେଳେ କଂଗ୍ରେସ ଦଳ ତରଫରୁ ଜଟଣୀ ବିଧାୟକ ସୁର ରାଉତରାୟ କ୍ୟାମ୍ପେନକୁ ଜୋରଦାର କରିଛନ୍ତି ।