ଖଲ୍ଲିକୋଟରେ ଏବେ ବି ରହିଛି ରାଣୀ ସୁଜ୍ଞାନ ଦେଓଙ୍କ ଲୋକପ୍ରିୟତା । ରାଣୀଙ୍କ ଫଟୋ ଥାଇ ଲାଗିଛି ମାଳ ମାଳ ପୋଷ୍ଟର, ସୁଜ୍ଞାନ ଦେଓଙ୍କ ଫଟୋ ଧରି ପ୍ରାର୍ଥୀ କରୁଛନ୍ତି ପ୍ରଚାର ।

131

କନକ ବ୍ୟୁରୋ : ଖଲ୍ଲିକୋଟରେ ଏବେ ବି ରହିଛି ରାଣୀ ସୁଜ୍ଞାନ ଦେଓଙ୍କ ଲୋକପ୍ରିୟତା । ରାଣୀଙ୍କ ଫଟୋ ଥାଇ ଖଲ୍ଲିକୋଟର ବିଭିନ୍ନ ସ୍ଥାନରେ ଲାଗିଛି ମାଳ ମାଳ ପୋଷ୍ଟର । ଏହାସହ ସୁଜ୍ଞାନ ଦେଓଙ୍କ ଫଟୋ ଧରି ପ୍ରାର୍ଥୀ ପ୍ରଚାର କରୁଥିବା ମଧ୍ୟ ଦେଖିବାକୁ ମିଳିଛି । ଖଲ୍ଲିକୋଟରେ ଏବେ ବି ରହିଛି ପୂର୍ବତନ ବିଧାୟିକା ସୁଜ୍ଞାନ ଦେଓଙ୍କ ଲୋକପ୍ରିୟତା । ଏବେ ବି ସୁଜ୍ଞାନଙ୍କ ନାଁ ନେଇ ନିର୍ବାଚନ ବୈତରଣୀ ପାର ହେବାକୁ ଲକ୍ଷ୍ୟ ରଖିଛନ୍ତି ପ୍ରାର୍ଥୀ ।

ସୁଜ୍ଞାନଙ୍କ ଫଟୋ ଧରି ପ୍ରଚାର । ରାଣୀଙ୍କ ନାଁରେ ପାରିହେବେ ନିର୍ବାଚନ ବୈତରଣୀ । ପ୍ରାର୍ଥୀ କେବଳ ଫଟୋ ଧରି ଘରକୁ ଘର ପ୍ରଚାର କରୁନାହାନ୍ତି, ରାଣୀଙ୍କ ଫଟୋ ଥାଇ ଖଲ୍ଲିକୋଟର ବିଭିନ୍ନ ସ୍ଥାନରେ ଲାଗିଛି ମାଳ ମାଳ ପୋଷ୍ଟର । କୁହାଯାଉଛି, ଖଲ୍ଲିକୋଟ ବ୍ଲକର ଅଧ୍ୟକ୍ଷ ପଦ ହାତେଇବା ପାଇଁ ବିଜେଡିର ଦୁଇ ଗୋଷ୍ଠୀ ମଧ୍ୟରେ ଛକାପଂଝା ଚାଲିଛି । ଆଉ ସବୁ ପ୍ରାର୍ଥୀ ସୁଜ୍ଞାନଙ୍କ ବିକାଶକୁ ଆଧାର କରି ନିର୍ବାଚନ ମୈଦାନକୁ ଓହ୍ଲାଇଛନ୍ତି ।

ଖଲ୍ଲିକୋଟ ରାଜପରିବାରରୁ ଆସିଥିବା ଭି.ସୁଜ୍ଞାନ ଦେଓ, ରେକର୍ଡ ୧୦-୧୦ ଥର ବିଧାୟକ ରହିଛନ୍ତି । ତେବେ ଅସୁସ୍ଥତା କାରଣରୁ ସେ ୨୦୧୯ ଠାରୁ ନିର୍ବାଚନରୁ ଦୂରେଇ ରହୁଛିନ୍ତି । ଚିକିତ୍ସା ପାଇଁ ସେ ଏବେ ଚେନ୍ନାଇରେ ରହୁଥିବାବେଳେ ଖଲ୍ଲିକୋଟ ନିର୍ବାଚନ ମଣ୍ଡଳୀରେ ତାଙ୍କ ଫଟୋ ଥାଇ ପୋଷ୍ଟର ଓ ବ୍ୟାନର ଲାଗିବା ଏବଂ ଫଟୋ ଧରି ପ୍ରାର୍ଥୀ ଘର ଘର ବୁଲିବା ଚର୍ଚ୍ଚାର ବିଷୟ ହୋଇଛି । ସୁଜ୍ଞାନ ଦେଓଙ୍କ ନାଁ ନେଇ ପ୍ରାର୍ଥୀ ପ୍ରଚାର କରୁଥିବାବେଳେ ଖୋଦ ରାଣୀଙ୍କ ଆଶୀର୍ବାଦ କାହା ସପକ୍ଷରେ ରହିବ ତାହା ଏ ଯାଏଁ ସ୍ପଷ୍ଟ ହୋଇନାହିଁ ।