କନକ ବ୍ୟୁରୋ: ଝାରସୁଗୁଡାରେ ବିଜେପି ଜୋରସୋରରେ ପ୍ରଚାର ଆରମ୍ଭ କରିଛି । ବିଜେପିର ବରଗଡ ଲୋକସଭା ପ୍ରାର୍ଥୀ ପ୍ରଦୀପ ପୁରୋହିତ ଏବଂ ଝାରସୁଗୁଡା ବିଧାନସଭା ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ ମିଳିତ ଭାବେ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି । ଝାରସୁଗୁଡା ବଡ଼ମାଳରୁ ସାପଡା ଯାଏଁ ଏକ ରାଲି କରି ନିର୍ବାଚନୀ ସଭା କରି ଭୋଟରଙ୍କୁ ଭୋଟ ଦେବାକୁ ନିବେଦନ କରିଛନ୍ତି । ବିକାଶ ଏବଂ ସମୃଦ୍ଧି ପାଇଁ ଏଥର ବିଜେପିର ଡ଼ବଳ ଇଞ୍ଜିନ ସରକାରକୁ ସମର୍ଥନ ଦେବାକୁ ଲୋକଙ୍କୁ ବୁଝାଇଛନ୍ତି । ମୋଦୀ ସରକାରଙ୍କ ଲୋକାଭିମୁଖୀ ଯୋଜନା, ବିକମୂଳକ କାର୍ଯ୍ୟ, ମୋଦୀ ଗ୍ୟାରେଣ୍ଟି ର ବାର୍ତା ଘରେଘରେ ପହଞ୍ଚାଇବା ସହ ତୃଣମୂଳସ୍ତରରେ ଲୋକଙ୍କ ପାଖକୁ ପହଞ୍ଚିବା ପାଇଁ କର୍ମୀମାନଙ୍କୁ ଆହ୍ୱାନ କରିଛନ୍ତି ବିଜେପି ନେତୃମଣ୍ଡଳୀ ।
ଅନ୍ୟପଟେ ପାରଳାଖେମୁଣ୍ଡିରେ ଦଳୀୟ କର୍ମୀ ଓ ସମର୍ଥକଙ୍କୁ ନେଇ ଶକ୍ତି ପ୍ରଦର୍ଶନ କରିଛନ୍ତି କଂଗ୍ରେସ ବିଧାୟକ ପ୍ରାର୍ଥୀ ବିଜୟ ପଟ୍ଟନାୟକ । ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରୁ ହଜାର ହଜାର କର୍ମୀଙ୍କ ସହ ଶୋଭାଯାତ୍ରାରେ ବାହାରି ପାରଳାଖେମୁଣ୍ଡି ସହର ଦେଇ ବୃନ୍ଦାବନଠାରେ ନିର୍ବାଚନୀ ସଭା କରିଥିଲେ । ବିଧାୟକ ପ୍ରାର୍ଥୀ ବିଜୟ ପଟ୍ଟନାୟକଙ୍କ ସହ ମୋହନା ବିଧାୟକ ପ୍ରାର୍ଥୀ ଦାସରଥୀ ଗମାଙ୍ଗ ମଧ୍ୟ ସଭାରେ ସାମିଲ ହୋଇଥିଲେ । ସେହିପରି ଜଟଣୀରେ ଗାଁ ଗାଁ ବୁଲି ପ୍ରଚାର କରିଛନ୍ତି ସୁର ରାଉତରାୟଙ୍କ ବଡ ପୁଅ ସିଦ୍ଧାର୍ଥ ରାଉତରାୟ । ସାନ ପୁଅ ବିଜେଡି ଟିକେଟରେ ଭୁବନେଶ୍ୱର ଲୋକସଭା ପ୍ରାର୍ଥୀ ହୋଇଛନ୍ତି । ପୂର୍ବରୁ ବଡପୁଅ ସିଦ୍ଧାର୍ଥ ଜଟଣୀରୁ କଂଗ୍ରେସ ଟିକେଟରେ ନିର୍ବାଚନ ଲଢିବ ବୋଲି ସୁର କହୁଥିଲେ । ହେଲେ ବାପାଙ୍କ କଥା ନମାନି ଏବେ ସିଦ୍ଧାର୍ଥ ଜଟଣୀରୁ ସ୍ୱାଧୀନ ପ୍ରାର୍ଥୀ ଭାବେ ଲଢିବାକୁ ମନ ବଳାଇଛନ୍ତି । ସେଥିପାଇଁ ଏବେ ଗାଁ ଗାଁ ବୁଲି ପ୍ରଚାର କରୁଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2024/04/Screen-Shot-2024-04-04-at-8.29.01-AM.png)