ଉପନିର୍ବାଚନ ପାଇଁ ଜୋରଧରିଛି ଡିଜିଟାଲ କ୍ୟାମ୍ପେନ୍ । ଫେସବୁକ୍ ହ୍ୱାଟ୍ସଆପ ଓ ଟୁଇଟରରେ ନିଜ ନିଜର ଏଜେଣ୍ଡା ପୋଷ୍ଟ କରି ମନ ଜିଣିବାକୁ ପ୍ରୟାସ କରୁଛନ୍ତି ରାଜନୈତିକ ଦଳ ।

320

କନକ ବ୍ୟୁରୋ : ତିର୍ତ୍ତୋଲ ବିଧାନସଭା ଉପନିର୍ବାଚନରେ ଭୋଟରଙ୍କ ନିକଟରେ ପହଞ୍ଚିବାକୁ ଡିଜିଟାଲ ମିଡିଆରେ ଜୋରଦାର କ୍ୟାମ୍ପେନ ଆରମ୍ଭ କରିଛନ୍ତି ତିନି ପ୍ରମୁଖ ଦଳ । ସ୍ୱତନ୍ତ ଟିମ୍ କରି ଫେସବୁକ୍, ହ୍ୱାଟଆପ୍ ଓ ଟୁଇଟରରେ ନିଜ ନିଜର ଏଜେଣ୍ଡାକୁ ପ୍ରଚାର କରୁଛନ୍ତି । ଆଉ ଏହାଦ୍ୱାରା ଅଧିକ ଲୋକଙ୍କ ନିକଟରେ ପ୍ରାର୍ଥୀମାନେ ପହଞ୍ଚୁଥିବା ଦେଖିବାକୁ ମିଳିଛି ।

ପାଖେଇ ଆସୁଛି ତିର୍ତ୍ତୋଲ ବିଧାନସଭା ଉପନିର୍ବାଚନ ଦିନ । ହେଲେ, କରୋନା ମହାମାରୀ ଯୋଗୁଁ ବଡ ବଡ ସଭା କରିବା ଉପରେ ଲାଗିଛି କଟକଣା । ତେଣୁ ସଭା କରି ଅଧିକ ଲୋକଙ୍କ ନିକଟରେ ପହଞ୍ଚିବା ପ୍ରାର୍ଥୀଙ୍କ ପାଇଁ ଅସମ୍ଭବ ହୋଇପଡିଛି । ଏଭଳି ସମୟରେ ଭୋଟରଙ୍କ ନିକଟରେ ପହଞ୍ଚିବା ପାଇଁ ସ୍ୱତନ୍ତ୍ର ରଣନୀତି ଆପଣେଇଛନ୍ତି ତିନି ପ୍ରମୁଖ ଦଳ । ବିଶେଷ କରି ଡିଜିଟାଲ ମିଡିଆକୁ ମାଧ୍ୟମ କରିଛନ୍ତି ତିିନି ପ୍ରମୁଖ ଦଳ ବିଜେପି, ବିଜେଡି ଓ କଂଗ୍ରେସର ପ୍ରାର୍ଥୀ । ଫେସବୁକ୍ ହ୍ୱାଟ୍ସଆପ ଓ ଟୁଇଟରରେ ନିଜ ନିଜର ଏଜେଣ୍ଡା ପୋଷ୍ଟ କରି ମନ ଜିଣିବାକୁ ପ୍ରୟାସ କରୁଛନ୍ତି ।

ଏବେ ପ୍ରାୟ ଅଧିକାଂଶ ଲୋକଙ୍କ ହାତରେ ମୋବାଇଲ ରହିଛି । ତେଣୁ ମୋବାଇଲ ମାଧ୍ୟମରେ କିଭଳି ଅଧିକରୁ ଅଧିକ ଲୋକଙ୍କ ନିକଟରେ ପହଞ୍ଚି ହେବ ସେଥିପାଇଁ, ପ୍ରତ୍ୟକ ଦଳ ନିଜ ନିଜର ସୋସିଆଲ ମିଡିଆ ଟିମ୍ କରି ଡିଜିଟାଲ କ୍ୟାମ୍ପେନକୁ ଜୋରଦାର କରିଛନ୍ତି ।

ଉପ-ନିର୍ବାଚନ ଯେତିକି ପାଖେଇ ଆସୁଛି, କରୋନା କଟକଣା ଭିତରେ ଭୋଟରଙ୍କ ହୃଦୟ ଜିତିବାକୁ ଜୋରଦାର ପ୍ରୟାସ ଆରମ୍ଭ କରି ଦେଇଛନ୍ତି ତିନି ଦଳର ପ୍ରାର୍ଥୀ । ଶାରଳା ସୂତାକଳର ପୁନରୁଦ୍ଧାର ଓ ହଂସୁଆ ଡ୍ରେନେଜର ପୁନଃରୁଦ୍ଧାରକୁ ମୁଦ୍ଧା କରିଛନ୍ତି ବିରୋଧୀ । ଅନ୍ୟପଟେ ଶାସକ ଦଳ ନବୀନଙ୍କ ବିକାଶମୂଳକ କାମକୁ ସାମ୍ନାରେ ରଖି ନିର୍ବାଚନ ଜିତିବାକୁ ଲକ୍ଷ୍ୟ ରଖିଛି । ସମସ୍ତ ୬୧ ପଂଚାୟତ ଉପରେ ରହିଛି ସବୁ ଦଳର ଫୋକସ ।