ବଢୁଛି ପାରଦ, ଜମୁଛି ପ୍ରଚାର । ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାର ଜୋରଦାର । ମୈଦାନରେ ଭୋଟରଙ୍କୁ ନିଜ ସପକ୍ଷରେ କରିବାକୁ ପ୍ରାର୍ଥୀଙ୍କ କସରତ

108

କନକ ବ୍ୟୁରୋ: ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାର ଜୋରଦାର ହୋଇଛି । ତିର୍ତୋଲ ନିର୍ବାଚନମଣ୍ଡଳୀରେ କଂଗ୍ରେସ ପକ୍ଷରୁ ପ୍ରଚାରକୁ ଜୋରଦାର କରାଯାଇଛି । ତିର୍ତୋଲରୁ ଦେବୀ ପ୍ରସାଦ ମଲ୍ଲିକ କଂଗ୍ରେସ ପ୍ରାର୍ଥୀ ହୋଇଥିବାବେଳେ ତାଙ୍କ ଭଉଣୀ ପ୍ରତିମା ମଲ୍ଲିକ ଜଗତସିଂହପୁର ସାଂସଦ ପ୍ରାର୍ଥୀ ହୋଇଛନ୍ତି । ଉଭୟ ଭାଇ-ଉଉଣୀ ନିର୍ବାଚନମଣ୍ଡଳୀରେ ପ୍ରଚାରକୁ ଜୋରଦାର କରିଛନ୍ତି । ଉଭୟେ ଏହି ନିର୍ବାଚନରେ ଭଲ କରିବେ ବୋଲି ଆଶା ରଖିଛନ୍ତି ।

ସେପଟେ, ଆଳି ନିର୍ବାଚନ ମଣ୍ଡଳୀରେ ପ୍ରଚାର ସରଗରମ । ତିନି ପ୍ରମୁଖ ଦଳର ପ୍ରାର୍ଥୀ ନିଜ ନିଜ ସମର୍ଥକଙ୍କ ସହ ପ୍ରଚାର କରିଛନ୍ତି ପ୍ରାର୍ଥୀ । ବିଜେଡି ବିଧାୟକ ପ୍ରାର୍ଥୀ ପ୍ରତାପ ଦେବ, ସାଂସଦ ପ୍ରାର୍ଥୀ ଅନୁଭବ ମହାନ୍ତି ରୋଡ ସୋ କରିବା ସହ ଘର ଘର ବୁଲି ଭୋଟ୍ ମାଗୁଛନ୍ତି । ସେହିପରି କଂଗ୍ରେସ ବିଧାୟକ ପ୍ରାର୍ଥୀ ଦେବେନ୍ଦ୍ର ଶର୍ମା ନିଜ ସମର୍ଥକଙ୍କ ସହ ପ୍ରଚାର କରିଛନ୍ତିି । ବିଜେପି ବିଧାୟକ ପ୍ରାଥୀ ମଧ୍ୟ ନିଜ ନିଜ ସମର୍ଥକଙ୍କ ଧରି ପ୍ରଚାରକୁ ଜୋରଦାର କରିଛନ୍ତି । ଆସନ୍ତା ୨୯ତାରିଖରେ ଏହି ନିର୍ବାଚନମଣ୍ଡଳୀରେ ଭୋଟ ଗ୍ରହଣ ହେବ ।

ସେହିପରି ଜଗତସିଂହପୁର ଲୋକସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ କାକଟପୁର ନିର୍ବାଚନମଣ୍ଡଳୀରେ ପ୍ରଚାର ଜୋରଦାର ହୋଇଛି । କାକଟପୁରକୁ ହାତେଇବା ପାଇଁ ପ୍ରଚାରକୁ ଜୋରଦାର କରିଛି ବିଜେପି । ଏଠାରୁ ଦଳରୁ ଲଢୁଛନ୍ତି ରବି ମଲ୍ଲିକ । ବିଜେଡିରୁ ତୁଷାରିକାନ୍ତି ବେହେରା ଲଢୁଥିବାବେଳେ କଂଗ୍ରେସରୁ ପ୍ରାର୍ଥୀ ହୋଇଛନ୍ତି ବିଶ୍ୱଭୂଷଣ ଦାସ । ସାଇକେଲ ରାଲି ଓ ରୋଡ ସୋ ମାଧ୍ୟମରେ ବିଜେପି ଏଠାରେ ପ୍ରଚାର ଚଳାଇଛି ।

ବାଲିକୁଦା-ଏରସମା ନିର୍ବାଚନମଣ୍ଡଳୀରେ ମଧ୍ୟ ପ୍ରଚାର ଜମିବାରେ ଲାଗିଛି । ଏଠାରେ ବିଜୁ ଜନତା ଦଳର ବିଧାନସଭା ପ୍ରାର୍ଥୀ ରଘୁନନ୍ଦନ ଦାସ, କଂଗ୍ରେସରୁ ଲଲାଟେନ୍ଦୁ ମହାପାତ୍ର ଓ ବିଜେପିରୁ ଲଢୁଛନ୍ତି ଦାମୋଦର ରାଉତ । ୨୯ ତାରିଖର ନିର୍ବାଚନ ପାଇଁ ସବୁ ଦଳର ପ୍ରାର୍ଥୀଙ୍କ ପ୍ରଚାର ଜମିବାରେ ଲାଗିଛି । ବିଜେଡି ପ୍ରାର୍ଥୀ ରଘୁନନ୍ଦନ ଦାସ ଘର ଘର ବୁଲି ଭୋଟ ଭିକ୍ଷା କରୁଛନ୍ତି ।