ପରିତ୍ୟକ୍ତ ଘରକୁ ଭୁଲିଗଲେ ମାଲିକାଣୀ କିନ୍ତୁ ଭୁଲିପାରିଲାନି କୁକୁର ! ମାସେ ଧରି ଜଗିରହିଥିଲା ଘର ।

ପରିତ୍ୟକ୍ତ ଘରକୁ ଭୁଲିଗଲେ ମାଲିକାଣୀ କିନ୍ତୁ ଭୁଲିପାରିଲାନି କୁକୁର ! ମାସେ ଧରି ଜଗିରହିଥିଲା ଘର ।

ଆମେରିକାର ଉତ୍ତର କ୍ୟାଲିଫର୍ଣ୍ଣିଆର ଜଙ୍ଗଲରେ ଭୀଷଣ ନିଆଁ ଲାଗିବା କାରଣରୁ ସମ୍ପୁର୍ଣ୍ଣ ଜଙ୍ଗଲ କ୍ଷତିଗ୍ରସ୍ଥ ହୋଇଥିଲା । ଏହି ଜଙ୍ଗଲରେ ଜଣେ ବ୍ୟକ୍ତି ନିଜ କୁକୁର ସହ ରହିଆସୁଥିଲେ । କିନ୍ତୁ ନିଆଁ ଲାଗିବା କାରଣରୁ ଘର ସମ୍ପୁର୍ଣ୍ଣ ଜଳି ଯାଇଥିଲା । ତେବେ ଏକମାସ ପରେ ଏହି କୁକୁରଟିକୁ ପରିତ୍ୟକ୍ତ ଘର ଜଗିଥିବା ଦେଖିବାକୁ ମିଳିଲା । ଯାହାର ଫଟୋ ଏବେ ସୋସିଆଲ୍ ମିଡିଆରେ ଖୁବ୍ ଭାଇରାଲ୍ ହେଉଛି ।

publive-image

ଏହି କୁକୁରର ନାଁ ମେଡିସନ୍ । ଘଟଣା ସମୟରେ ଘରର ମାଲିକାଣୀ ଭାଗ୍ୟବଶତଃ ସହରରୁ ବାହାରେ ଥିଲେ । ଏକମାସ ପରେ ଘରକୁ ଫେରିବା ପରେ ସେ କୁକୁରକୁ ଦେଖି ହତବାକ୍ ହୋଇଯାଇଥିଲେ । ମାଲିକାଣୀ ଜାଣିଥିଲେ ଯେ ଘରେ ନିଆଁ ଲାଗିଯାଇଛି ତେଣୁ ସେ ଘରକୁ ଆସୁନଥିଲେ । କିନ୍ତୁୁ ତାଙ୍କ ପ୍ରିୟ କୁକୁର ଯେ ଘରକୁ ଜଗି ରହିବ ତାହା ସେ ସ୍ୱପ୍ନରେ ସୁଦ୍ଧା ଭାବି ନଥିଲେ । ତେବେ ଜଣେ ମହିଳା କୁକୁରକୁ ଖାଇବାକୁ ଦେଉଥିବା କଥା ମଧ୍ୟ ଜଣାପଡିଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe