କନକ ବ୍ୟୁରୋ : ବ୍ରିଟେନ୍ ରାଜନୀତିରେ ଏକ ବଡ଼ ଧରଣର ପରିର୍ବତନ ଦେଖିବାକୁ ମିିଳିଛି । ପ୍ରାୟ ୬ ବର୍ଷ ଧରି ବିଟ୍ରେନର ପ୍ରଧାନମନ୍ତ୍ରୀ ଥିବା ଡେଭିଡ୍ କାମେରନଙ୍କୁ ବୈଦେଶିକ ସଚିବ ଭାବେ ନିଯୁକ୍ତି ମିଳିଛି । ପ୍ରଧାନମନ୍ତ୍ରୀ ରୁଷି ସୁନାକ୍, ଡେଭିଡ୍ କାମେରନ୍ଙ୍କୁ ଏହି ଦାୟିତ୍ୱ ଦେଇଛନ୍ତି । ଆଶ୍ଚର୍ଯ୍ୟଜନକ କଥା ହେଉଛି, ନୂଆ ନିଯୁକ୍ତ ମିଳିବା ପରେ କାମେରନ୍ ଯାହା କହିଛନ୍ତି, ତାହା ଭାରତର କୌଣସି ନେତାଙ୍କ ମୁହଁରୁ ହୁଏତ ଶୁଶିବାକୁ ମିଳିନପାରେ ।

Advertisment

ସେ କହିଛନ୍ତି- ପ୍ରଧାନମନ୍ତ୍ରୀ ରୁଷି ସୁନକଙ୍କ ସହ ତାଙ୍କ ବ୍ୟକ୍ତିଗତ ବିଚାରକୁ ନେଇ ଭିନ୍ନତା ଥାଇପାରେ । କିନ୍ତୁ ଏହା ସ୍ପଷ୍ଟ ଯେ, ରୁଷି ସୁନକ ଜଣେ ଟାଣୁଆ ନେତା ଆଉ ଜଣେ ସକ୍ଷମ ପ୍ରଧାନମନ୍ତ୍ର । ଡେଭିଡ୍ କାମେରନ ୨୦୧୦ରୁ ୨୦୧୬ ଯାଏଁ ବ୍ରିଟେନର ପ୍ରଧାନମନ୍ତ୍ରୀ ଥିଲେ । ବ୍ରେକଜିଟ୍ ଜନମତ ପରେ କାମେରନ୍ ଇସ୍ତଫା ଦେଇଥିଲେ । ୟୁରୋପୀୟ ସଂଘରୁୁ ବାହାରିଯିବା ପ୍ରସଙ୍ଗରେ ସାରା ଦେଶରେ ଜନମତ ନିଆଯାଇଥିଲା । ଆଉ ଏହି ଘଟଣା ପରେ କାମେରନ୍ଙ୍କୁ ଗାଦି ଛାଡ଼ିବାକୁ ପଡ଼ିଥିଲା । କାମେରନ୍ ବ୍ରିଟେନର ସବୁଠୁ କମ ବୟସରେ ପ୍ରଧାନମନ୍ତ୍ରୀ ଆସନରେ ବସିଥିଲେ । ପ୍ରଧାନମନ୍ତ୍ରୀ ହେବା ସମୟରେ ତାଙ୍କୁ ମାତ୍ର ୪୩ ବର୍ଷ ହେଉଥିଲା । ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟରୁ ଶିକ୍ଷାଲାଭ କରିଥିବା ଡେଭିନ୍ କାମେରନ୍ ପୁଣି ଥରେ ଶାସନ ବ୍ୟବସ୍ଥାକୁ ପ୍ରତ୍ୟାବର୍ତନ କରିଛନ୍ତି । ରୁଷ-ୟୁକ୍ରେନ ଯୁଦ୍ଧ ଏବଂ ମଧ୍ୟପ୍ରାଚୀର ଦେଶ ସହ ବ୍ରିଟେନର ବୈଦେଶିକ ନୀତି ସେତେଟା ଭଲ ନାହିଁ । ଏବେ ଏହି ସବୁକୁ ସୁଧାରିବା କାମେରୁନଙ୍କ ଆଗରେ ରହିଛି ଚ୍ୟାଲେଞ୍ଜ ।